32.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶରାସ୍ତାରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଫଣ୍ଡ ଯୋଗାଇବେ ସରକାର

ରାସ୍ତାରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଫଣ୍ଡ ଯୋଗାଇବେ ସରକାର

ନୂଆଦିଲ୍ଲୀ: ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତି ଅଧିକାଂଶ ସମୟ ହସ୍ପିଟାଲରେ ବିଳମ୍ୱରେ ପହଞ୍ଚନ୍ତି । କାରଣ ଦୁର୍ଘଟଣା ସ୍ଥଳରୁ ଜଣେ କେହି ସହଯୋଗ କଲେ ହିଁ ଆହତ ବ୍ୟକ୍ତି ହସ୍ପିଟାଲରେ ପହଞ୍ଚିବେ । ଏଭଳି ବିଳମ୍ୱ ହେବାର ମୁଖ୍ୟ କାରଣ ହେଉଛି ଦୁର୍ଘଟଣା ସ୍ଥଳରୁ ହସ୍ପିଟାଲ ଆଣିବାରେ ଆବଶ୍ୟକ ହେଉଥିବା ଅର୍ଥ । ଯେପର୍ଯ୍ୟନ୍ତ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ପରିବାର ଲୋକେ ପହଞ୍ଚିନଥିବେ ସେଯାଏ ପ୍ରାୟତଃ ହସ୍ପିଟାଲରେ ପହଞ୍ଚିବା ବିଳମ୍ୱ ହୁଏ ଏବଂ ଚିକିତ୍ସା ଠିକ୍ ଭାବରେ ହୋଇପାରେ ନାହିଁ । ଏବେ ଏହି ସବୁ ସମସ୍ୟାର ସମାଧାନ କରିବାକୁ ନିଷ୍ପତ୍ତି ନେଇଛି ଜାତୀୟ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରାଳୟ ।

ତେଣୁ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ପାଇଁ ଏକ ପାଣ୍ଠି ତିଆରି କରିବ ସଡ଼କ ପରିବହନ ମନ୍ତ୍ରାଳୟ । ଯାହା ଫଳରେ ଅର୍ଥ ଅଭାବରୁ କେହି ଚିକିତ୍ସା ସେବାରୁ ବଞ୍ଚିତ ହେବେ ନାହିଁ । ମନ୍ତ୍ରାଳୟ ଚଳିତ ସପ୍ତାହରେ ମୋଟର ଭେଇକିଲ ଆକ୍ସିଡେଣ୍ଟ ଫଣ୍ଡ ତିଆରି କରିବା ନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛି । ଏ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ନେତୃତ୍ୱାଧୀନ ସଡ଼କ ପରିବହନ ମନ୍ତ୍ରାଳୟ ଏହି ବିଜ୍ଞପ୍ତି ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking