35.1 C
Bhubaneswar
Wednesday, April 23, 2025
Homeଓଡିଶାସରକାର ପ୍ରତିଶ୍ରୁତି ମୁତାବକ ଯୁଦ୍ଧକାଳୀନ ଭିତିରେ ବାକି ରହିଯାଇଥିବା ଚାଷୀଙ୍କଠାରୁ ସବୁ ବଳକା ଧାନ କିଣନ୍ତୁ...

ସରକାର ପ୍ରତିଶ୍ରୁତି ମୁତାବକ ଯୁଦ୍ଧକାଳୀନ ଭିତିରେ ବାକି ରହିଯାଇଥିବା ଚାଷୀଙ୍କଠାରୁ ସବୁ ବଳକା ଧାନ କିଣନ୍ତୁ : କଂଗ୍ରେସ

ଭୁବନେଶ୍ୱର: ଖରିଫ ଋତୁର ଅମଳ ସବୁ ଳକା ଧାନକୁ ନିର୍ବାଚିତ ଏମଏସପିରେ କ୍ରୟ କରାଯିବ ବୋଲି ସରକାର ଚାଷୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । କଟନି ଛଟନି ବନ୍ଦଠାରୁ ସଶକ୍ତ ମଶି ଦ୍ବାରା କୌଣସି ଦିଗରେ ଚାଷୀଙ୍କର ଅସୁବିଧା ହେବ ନାହିଁ ବୋଲି ଘୋଷଣା କରିଥିଲେ । କିନ୍ତୁ ଫଳ ଓଲଟା । ଏବେ ରାଜ୍ୟର ଦୂଇ ଲକ୍ଷରୁ ଉର୍ତ୍ତ ପଞ୍ଜିକୃତ ଳାଷାଙ୍କଠାରୁ ଧାନ କ୍ରୟ କରାଯାଇ ନାହିଁ । ଏହା ବ୍ୟତୀତ ଅନେକ ଚାଷୀ ଅମଳ ଧାନକୁ ବିକିବା ପାଇଁ ତ୍ରାହି ତ୍ରାହି ଚାହିଁଲେଣି । କିନ୍ତୁ ଏହି ଦିଗରେ ସରକାର କର୍ଣ୍ଣପାତ କରୁନାହାନ୍ତି । କିମ୍ବା କେଉଁ ଅଂଳରେ କେତେ ଧାନ ଚାଷୀଙ୍କ ପାଖରେ ବଳକା ରହିଛି ତାହାର ସଠିକ୍ ଆକଳନ ମଧ୍ୟ କରାଯାଇ ନାହିଁ । ବଳକା ଧାନ ଚାଷୀ କରିବେ କଣ ? ଏଠାରେ ଚାଷୀର ଆୟ ଦ୍ବିଗୁଣିତ ହେବ କିପରି ବୋଲି ଓଡ଼ିଶା ପ୍ରଦେଶ ବିଜ୍ଞାନ କଂଗ୍ରେସ ପକ୍ଷରୁ ଅଧକ୍ଷ ଶ୍ରୀ ଅମିୟ କୁମାର ପଟ୍ଟନାୟକ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କର ସ୍ପଷ୍ଟୋକ୍ତି ଚାହିଁଛନ୍ତି ।

ସବୁ ବର୍ଷ ଅପେକ୍ଷା ଚଳିତ ଥର ଏମଏସପି ଉପରେ ୮୦୦ ଟଙ୍କା ଇନପୁଟ୍ ସହାୟତାରେ କିଲୋ ପ୍ରତି ୩୧ଶହ ଟଙ୍କାରେ ଧାନ କିଣାଯିବା କଥା କୁହାଗଲା । ଏହା ଅନେକାଂଶରେ ସତ୍ୟ । କିନ୍ତୁ ସରକାରଙ୍କ ତୃଟିପୂର୍ଣ ଧାନ କିଣା ନୀତି ଓ ନୂତନ ଆନାଲାଇଜର ମେସିନ୍ ର ତୃଟି ଦ୍ୱାରା ବହୁ ମାତ୍ରା ରେ ଚାଷୀ ଅଭାବି ବିକ୍ରିର ଶିକାର ହୋଇଛନ୍ତି । ପ୍ରତି ୩୧ଶହ ଟଙ୍କା ପରିବର୍ତେ ରାଜ୍ୟର ଅନେକ ଚାଷୀ ୨ ହଜାରରୁ ୨୫ଶବ୍ଦ ଟଙ୍କା ମଧ୍ୟରେ କମ୍ ଦାମରେ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ବିଭିନ୍ନ ଆଳ ଦେଖାଇ ପ୍ରତି ମଣ୍ଡିରେ ୫ ରୁ ୧୫ କିଲୋ ପର୍ଯ୍ୟନ୍ତ କଟନି ଛଟନି କରାଯାଇଛି । ମିଲର ମନମାଳୀରେ ମଣ୍ଡିରୁ ଧାନ ଉଠୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଣୁ ସକାର କାଳ ବିଳମ୍ବ ନକରି ଚାଷୀଙ୍କ ପାଖରେ ଥିବା ସବୁ ବଳକା ଧାନକୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯୁଦ୍ଧକାଳୀନ ଭିତିରେ କ୍ରୟ କରିବାକୁ କଂଗ୍ରେସ ପକ୍ଷରୁ ଅଧକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking