24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶଗୋତବାୟା ସରକାର ବୁଡ଼ାଇଦେଲା, ଭାରତ ସହାୟତା କରିନଥିଲେ ଦେଶ ଶେଷ ହୋଇଥା’ନ୍ତା: ଶ୍ରୀଲଙ୍କାର ପୂର୍ବତନ ମନ୍ତ୍ରୀ

ଗୋତବାୟା ସରକାର ବୁଡ଼ାଇଦେଲା, ଭାରତ ସହାୟତା କରିନଥିଲେ ଦେଶ ଶେଷ ହୋଇଥା’ନ୍ତା: ଶ୍ରୀଲଙ୍କାର ପୂର୍ବତନ ମନ୍ତ୍ରୀ

କଲୋମ୍ବ: ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ଏବଂ ବିଶୃଙ୍ଖଳା ବିରୋଧରେ ଲୋକଙ୍କ କ୍ରୋଧ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଗୁରୁବାର ରାତିରେ ବିକ୍ଷୋଭକାରୀ ଜନତା ରାଷ୍ଟ୍ରିୟ ଭବନରେ ପହଞ୍ଚିଥିଲେ। ପୋଲିସ ସହ ସଂଘର୍ଷରେ ଅନେକ ଲୋକ ଆହତ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତାବାୟା ରାଜପକ୍ସା ଜରୁରୀକାଳୀନ ପରିସ୍ଥିତି ଲଗାଇଛନ୍ତି। ଶ୍ରୀଲଙ୍କାର ସାମ୍ପ୍ରତିକ ଅର୍ଥନୈତିକ ପରିସ୍ଥିତି ଏବଂ ଏହାର ଲୋକଙ୍କ ଉପରେ ଏହାର ପ୍ରଭାବ ବୁଝିବା ପାଇଁ ଆମେ ଶ୍ରୀଲଙ୍କାର ଅର୍ଥନୀତିଜ୍ଞ, ସଂସଦୀୟ ତଥା ପୂର୍ବତନ ଅର୍ଥନୈତିକ ସଂସ୍କାର ଏବଂ ଜନ ବଣ୍ଟନ ମନ୍ତ୍ରୀ ଡକ୍ଟର ହର୍ଷ ଡି’ସିଲଭାଙ୍କ ପ୍ରତିକ୍ରିୟା ନେବାରେ ସେ ସେ କହିଛନ୍‌ନ୍ତି ଯେ, ଗୋତବାୟା ସରକାର ଦେଶର ଆର୍ଥିକ ସଙ୍‌ଙ୍କଟକୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରିଛି । ଯଦି ଭାରତ ଆର୍ଥିକ ହେଉ କିମ୍ବା ସାମଗ୍ରୀ ସହାୟତା କରିନଥାନ୍ତା ତାହେଲେ ଦେଶ କେତେବେଳୁ ଶେଷ ହୋଇ ସାରନ୍ତାଣି ।
ବର୍ତ୍ତମାନ ସ୍ଥିତି ପାଇଁ ଶ୍ରୀଲଙ୍କାର ଗୋତବାୟା ସରକାର କି ପଦକ୍ଷେପ ନେଉଥିବା ସମ୍ପର୍କରେ ପଚାରିବାରୁ ସେ କହିଛନତି ଯେ, ସରକାର ଏ ଦିଗରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରିନାହାନ୍ତି । ବର୍ତ୍ତମାନ ଏହି ସରକାର ଉପରୁ ଲୋକଙ୍କ ବିଶ୍ୱାସ ଉଠିଗଲାଣି । ବର୍ତ୍ତମାନ ଗୋବାୟ ସରକାର୍‌ରେ ରହିବା ଟା ଠିକ୍ ନୁହେଁ । ମତେ କାହିିଁକି ଦେଶର ସାଧାରଣ ଜନତାଙ୍କୁ ବି ଲାଗୁଛି ଯେ, ଗୋତବାୟ ସରକାର ଏଭଳି ପରିସ୍ଥିତିରୁ ମୁକୁଳି ପାରିବ ବୋଲି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking