31.1 C
Bhubaneswar
Sunday, July 13, 2025
Homeଓଡିଶାଡିଏଭି ପୋଖରୀପୁଟରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ଡିଏଭି ପୋଖରୀପୁଟରେ ଗୋପବନ୍ଧୁ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଡିଏଭି ପୋଖରୀପୁଟରେ ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ସୁଜାତାଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେବା ଓ ପରୋପକାରର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣିଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସେ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ । ଓଡି଼ଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶ ଏହାକୁ ସଂଯୋଜନା କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ନରୋତ୍ତମ ଷଡଙ୍ଗୀ ଉତ୍କଳମଣିଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ଚିତ୍ରକଳା, ସଂଗୀତ, ଆବୃତ୍ତି ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦିବ୍ୟାଂଶା ଦାଶ, ସାଇକ୍ରିଷ୍ଣା ଦାଶ, ସମ୍ପ୍ରିତି ଦାଶ, ଆୟୁଷୀ ମିଶ୍ର, ନିର୍ଲିପ୍ତା ପଣ୍ଡା, ଶିଭାଙ୍ଗୀ ସ୍ୱୟଂସିଦ୍ଧା, ଅକ୍ଷଦା ବେହେନ୍ଦ୍‍, ବିବେକ ପଣ୍ଡା, ଅମ୍ରିତ ପ୍ରଧାନ, ଦକ୍ଷା ଦେବାଂଶୀ, ଓମ୍‍କେଶ୍ୱର ପ୍ରଧାନ, ଭବେଶ ବରଣ ପାତ୍ର, ଶିବାର୍ପିତ ଷଡଙ୍ଗୀ, ଅନ୍ୱେଷା ପ୍ରିୟଦର୍ଶିନୀ , ସମୀକ୍ଷା ପ୍ରିୟଦର୍ଶିନୀ, ଭାସ୍ୱତ ଦାସ, ପ୍ରିୟାଂଶୁ ବେହେରା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଅନ୍‍ଲାଇନ୍‍ ମାଧ୍ୟମରେ ନିଜ ବୌଦ୍ଧିକ କଲାକୁଶଳତାର ପରିଚୟ ପ୍ରଦାନ କରିଥିଲେ । ଭାଷା ସାହିତ୍ୟ ବିଭାଗର ସଂଯୋଜିକା ଝରଣା ମିଶ୍ର , ଶିକ୍ଷୟିତ୍ରୀ କ୍ଷଣପ୍ରଭା ନନ୍ଦ ଓ ସୁଜାତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷକ କେଶବ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking