30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶଗୁଗଲ ପେ, ଫୋନପେ ଓ ପେଟିଏମ୍‌ର ବଢ଼ିଲା ଟେନ୍‌ସନ୍‌

ଗୁଗଲ ପେ, ଫୋନପେ ଓ ପେଟିଏମ୍‌ର ବଢ଼ିଲା ଟେନ୍‌ସନ୍‌

ନୂଆଦିଲ୍ଲୀ: ଏକ୍ସ ନିଜର ୟୁଜରଙ୍କୁ ଭଲ ଅନୁଭବ ଦେବାକୁ ନିଜର ପ୍ଲାଟଫର୍ମରେ ନୂଆ ନୂଆ ପରୀକ୍ଷା ନିରୀକ୍ଷା ଚଳେଇଛି । ଆଉ ୟୁଜରଙ୍କ ବ୍ୟବହାର ପାଇଁ ନୂଆ ନୂଆ ଫିଚର ସବୁ ଆଣୁଛି । ଏକ ନୂଆ ଅପଡେଟ୍ ମୁତାବିକ୍ , ଏକ୍ସର ସିଇଓ ସ୍ପଷ୍ଟ କରିଛନ୍ତି କି ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମରେ ଏକ ନୂଆ ଗୁଗଲପେ ଭଳି ଫିଚର ଯୋଡ଼ିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ହେଉଛୁ । ଏହି ମେସେଜ ସେତେବେଳେ ଆସିଛି ଯେବେ ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ନିଜର ହ୍ୟାଣ୍ଡଲରେ ପୋଷ୍ଟ ସେୟାର କରି ଏହି ଫିଚର ବିଷୟରେ ସଙ୍କେତ ଦେଇଛନ୍ତି ।

ଟ୍ୱିଟରର ଦାୟିତ୍ୱ ନେବା ପରେ ଏଲନ ମସ୍କ ଘୋଷଣା କରିଛନ୍ତି କି, ତାଙ୍କର ଲକ୍ଷ୍ୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମକୁ ‘ଏଭରିଥିଙ୍ଗ୍ ଆପ୍ଲିକେସନ ’ କରିବାର ଅଛି । ଏହାସହ ଆହୁରି ଅନେକ ସୁବିଧା ଏକ୍ସ ପ୍ରଦାନ କରିସାରିଛି ଏବଂ ଅଡ଼ିଓ ଓ ଭିଡ଼ିଓ କଲ୍ ସହ କିଛି ହୃଦୟସ୍ପର୍ଶୀ ସୁବିଧା ସବୁ ଲାଇନ୍‌ରେ ରହିଛି । ପ୍ରଥମେ ଟ୍ୱିଟରକୁ କେବଳ ଏକ ମାଇକ୍ରୋ-ବ୍ଲଗିଂ ପ୍ଲାଟଫର୍ମ ଭାବେ ମନେକରାଯାଉ ଥିଲା । ଏବେ , ୟୁଜରମାନେ ଲମ୍ୱା ପୋଷ୍ଟ ଓ ବଡ଼ ବଡ଼ ଭିଡ଼ିଓ ସେୟାର କରିପାରିବେ , ବ୍ଲୁ ଟିକ୍ ପ୍ରାପ୍ତ କରି ପାରିବେ । ଏକ ନୂଆ ଫିଚର ଆଡ଼କୁ ଇସାରା କରି , ସିଇଓ ଲିଣ୍ଡା ଦୁଇ ମିନିଟ୍‌ରେ ଏକ ଭିଡ଼ିଓ ମଧ୍ୟ ସେୟାର କରିଛି । ଏହି ଭିଡ଼ିଓରୁ ଜଣାପଡ଼ିଛି କି ଏକ୍ସ ୟୁଜରମାନେ ଏବେ ସିଧା ପ୍ଲାଟଫର୍ମ ମାଧ୍ୟମରେ ପେମେଣ୍ଟ କରି ପାରିବେ ଏବଂ ଲୋକଙ୍କ ସହ ଭିଡ଼ିଓ କଲ୍ କରି ପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking