28.1 C
Bhubaneswar
Tuesday, November 5, 2024
Homeଇଞ୍ଜିନିୟରିଂଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ମାଗଣାରେ ଦିଆଯିବ ମେଡିକାଲ୍‌, ଇଞ୍ଜିନିୟରିଂ ପ୍ରବେଶିକା କୋଚିଂ

ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ମାଗଣାରେ ଦିଆଯିବ ମେଡିକାଲ୍‌, ଇଞ୍ଜିନିୟରିଂ ପ୍ରବେଶିକା କୋଚିଂ

ଭୁବନେଶ୍ୱର: ମେଡିକାଲ ଏବଂ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ରାଜ୍ୟର ଏସସି, ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ଯୋଗାଇବା ପାଇଁ ଏକ ଯୋଜନା ଜରିଆରେ ଓଡିଶା ସରକାର ଘୋଷଣା କରିଛନ୍ତି । ଛତ୍ର ପ୍ରୋତ୍ସାହନ ଯୋଜନା ଅଧୀନରେ ଏହି କୋଚିଂ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି । ଛାତ୍ର ପ୍ରୋତ୍ସାହନ ଯୋଜନାର ଉଦ୍‌ଘାଟନ କରି ସାଂସଦ ଅମର ପଟ୍ଟନାୟକ ଏହି ଘୋଷଣା କରିଥିବା ବେଳେ ୨୦୨୧ ଓଜେଇଇ ମେରିଟ୍ ଲିଷ୍ଟରେ ଥିବା ଏସ୍‌ସି, ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ୨୦୦ ଟାବଲେଟ୍ ବଣ୍ଟନ କରିଥିଲେ । ଏହାସହ ଇଞ୍ଜିନିୟରିଂ ଏବଂ ମେଡିକାଲ୍ ପ୍ରବେଶିକା ପରୀକ୍ଷା ପାଇଁ ସ୍ୱତନ୍ତ୍ର କୋଚିଂର ଅଧିକାର ପାଇବେ ବୋଲି ଘୋଷଣା କରିଥିଲେ ।
ସାଂସଦ ପଟ୍ଟନାୟକ କହିଛନ୍ତି ଯେ, ଆମ ରାଜ୍ୟର ମେଧାବୀ ଏସସି ଏବଂ ଏସଟି ଛାତ୍ରମାନଙ୍କ ପାଇଁ ସାଂସଦ ପାଣ୍ଠିରୁ ୨୦୦ ଟ୍ୟାବ୍ ବଣ୍ଟନ କରି ମୁଁ ଅତ୍ୟନ୍ତ ଖୁସି । ଏହି ଛାତ୍ରଛାତ୍ରୀଙ୍କୁ ଛାତ୍ର ପ୍ରୋତ୍ସାହନ ସ୍କିମ୍ ଅଧୀନରେ ଇଞ୍ଜିନିୟରିଂ ଏବଂ ଡାକ୍ତରୀ ପରୀକ୍ଷା ପାଇଁ ବିଶେଷ କୋଚିଂ ଦିଆଯିବ। ଏହାସହ ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଏସଟି ଏବଂ ଏସସି ବିକାଶ ବିଭାଗ ସାତୋଟି ସେଣ୍ଟର ଅଫ୍ ଏକ୍ସଲେନ୍ସ ଖୋଲିବ । ଯେଉଁଠାରେ ପ୍ରତିବର୍ଷ ଏହିପରି ୩୨୦ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ପ୍ରଦାନ କରାଯିବ। କେନ୍ଦ୍ରଗୁଡ଼ିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ଦିଗରେ ଉତ୍ସାହିତ କରିବେ । ମେଡିକାଲ ଏବଂ ଇଞ୍ଜିନିୟରିଂରେ ଉଚ୍ଚଶିକ୍ଷା ପାଇଁ ଅଳ୍ପ ବୟସରୁ ସମ୍ଭାବ୍ୟ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ଚିହ୍ନଟ ଏବଂ ଶିକ୍ଷାକ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । କ୍ଲାସ୍ ୧୦ ମେରିଟ୍ ଏବଂ ଏସ୍‌ଏସ୍‌ଡି ହାଇସ୍କୁଲରୁ ମ୍ୟାଟ୍ରିକ୍ ପାସ୍ କରିଥିବା ଛାତ୍ରମାନଙ୍କ ମଧ୍ୟରେ ଚୟନ ପରୀକ୍ଷା ଆଧାରରେ ଛାତ୍ରଛାତ୍ରୀ ଚୟନ କରାଯିବ । ପ୍ରତିବର୍ଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରୀକ୍ଷାରେ ୩୦,୦୦୦ରୁ ଊର୍ଦ୍ଧ୍ୱ ଏସ୍‌ସି ଏବଂ ଏସ୍‌ଟି ଛାତ୍ରଛାତ୍ରୀ ଉପସ୍ଥିତ  ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking