34.1 C
Bhubaneswar
Friday, March 29, 2024
Homeଇଞ୍ଜିନିୟରିଂପଙ୍କରେ ପଦ୍ମ: ମେଧାବୀ ବସ୍ତି ଯୁବକଙ୍କ ଓଜେଇଇ ର‌୍ୟାଙ୍କିଂ ୩୬୭, ଆଇଆଇଟିରେ ୩୮୯୯ ର‌୍ୟାଙ୍କ

ପଙ୍କରେ ପଦ୍ମ: ମେଧାବୀ ବସ୍ତି ଯୁବକଙ୍କ ଓଜେଇଇ ର‌୍ୟାଙ୍କିଂ ୩୬୭, ଆଇଆଇଟିରେ ୩୮୯୯ ର‌୍ୟାଙ୍କ

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶା ସହର ବ୍ରହ୍ମପୁରର ଏକ ବସ୍ତିରେ ବଢ଼ିଥିବା ଜଣେ ୧୮ ବର୍ଷୀୟ ଛାତ୍ର ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ତଥା ୨୦୨୧- ଓଜେଇଇ ପ୍ରବେଶିକା ପରୀକ୍ଷାକୁ ଏକା ଥରକେ ପାସ୍ କରିଛନ୍ତି । ଛାତ୍ରଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ତଥା ସେତେଟା ଭଲ ନଥିବା ବେଳେ ବସ୍ତି ଅଞ୍ଚଳରେ ନିଜଣ ଶୈକ୍ଷିତ ବାତାବରଣ ଗଢ଼ି ୨୦୨୧ ଓଜେଇଇ କ୍ଲିୟର୍ କରିଥିବାରୁ ବସ୍ତି ଲୋକଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି । ଓଜେଇଇରେ ତାଙ୍କ ର‌୍ୟାଙ୍କିଂ ଅର୍ଥନୈତିକ ଦୁର୍ବଳ ଶ୍ରେଣୀରେ (ଇକୋନୋମିକାଲ୍ ବ୍ୟାକ୍ ୱାର୍ଡ) ୩୬୭ ତମ ସ୍ଥାନ ହାସଲ କରିଛନ୍ତି । ଛାତ୍ର ଜଣକ ଗଞ୍ଜାମ ବ୍ରହ୍ମପୁର ପ୍ରେମନଗର ବସ୍ତି ଅଞ୍ଚଳର ପି. ମନୋଜ କୁମାର ବୋଲି ଜଣାପଡ଼ିଛି । ସେ ଜଣେ ସାଧାରଣ ବର୍ଗର ହୋଇଥିବା ବେଳେ ଅକ୍ଟୋବର ୧୫ରେ ଘୋଷଣା ହୋଇଥିବା ଜାତୀୟସ୍ତର ଆଇଆଇଟିରେ ୩୮୯୯ ର‌୍ୟାଙ୍କ ହାସଲ୍ କରିଛନ୍ତି ।
ତେବେ ମନୋଜଙ୍କ ପରିବାରର ନିର୍ଦ୍ଦିଷ୍ଟ କୌଣସି ସମ୍ପତ୍ତି ତଥା ଜମିବାଡ଼ି ନଥିବା ବେଳେ ଆର୍ଥିକ ସ୍ଥିତି ମଧ୍ୟ ବହୁ ଦୁର୍ବଳ । ଏପରିକି ତାଙ୍କ ନିଜ ଘରର ଜମିପଟ୍ଟା ମଧ୍ୟ ନାହିଁ । ମେଧାବୀ ମନୋଜଙ୍କ ସମ୍ପର୍କରେ ଜାଣିବା ପରେ ତାଙ୍କୁ ସହରର ଏକ ଘରୋଇ ଅନୁଷ୍ଠାନ ସାହାଯ୍ୟ କରିଥିଲା ଏବଂ ତାଙ୍କୁ ଗତ ଦୁଇ ବର୍ଷ ଧରି ମାଗଣାରେ କୋଚିଂ ଯୋଗାଦେଇଥିଲା । ଏଥିସହ ଆଇଆଇଟିରେ ଆଡମିଶନ ପାଇଁ ମଧ୍ୟ ସମ୍ପୃକ୍ତ ସଂସ୍ଥା ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇ ଦେବ ବୋଲି ଘୋଷଣା କରିଛି । ମନୋଜଙ୍କ ପିତା ନାଗାରାଜୁ କହିଛନ୍ତି ଯେ ତାଙ୍କ ପୁଅ ନିକଟସ୍ଥ ସରକାରୀ ଏବଂ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଥିଲେ ଏବଂ ସେ ଏକାଡେମିକ୍ସରେ ଜଣେ ମେଧାବୀ ତଥା ଉତ୍ତମ ଛାତ୍ର ରୂପେ ଜଣାଶୁଣା । ସେ କହିଛନ୍ତି ମୁଁ ଜଣେ ସାମାନ୍ୟ ବିଦ୍ୟୁତ୍ ମେକାନିକ୍ । ଏଥିରୁ ଯାହା ଆୟ ହୁଏ ସେଥିରେ ହିଁ ମୋ ପରିବାର ଚଳେ । ଏଥିରୁ ଯାହା ଆୟ ହୁଏ ତାହା ସମ୍ପୂର୍ଣ୍ଣ ପରିବାରକୁ ନିଅଣ୍ଟ । ଏଭଳି ସ୍ଥିତିରେ ମୋ ପୁଅ ମନୋଜକୁ ଉଚ୍ଚଶିକ୍ଷା ପାଇଁ ମୁଁ ଆଶା ଉଜ୍ଜ୍ୱଳ କରିପାରିନଥିଲି । ଏଥିସହ ସେ ସେହି କୋଚିଂ ସଂସ୍ଥାକୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ନାଗାରାଜୁ କହିଛନ୍ତି ଯେ ତାଙ୍କ ପୁଅର ୧୦ମ ପାଠପଢ଼ା ଶେଷ ହେବା ପରେ ସେ ବହୁତ ଚିନ୍ତିତ ଥିଲେ । ଏହି ସମୟରେ ସମ୍ପୃକ୍ତ କୋଚିଂ ଅନୁଷ୍ଠାନର ନିର୍ଦ୍ଦେଶକ ସୁଧୀର ରାଉତଙ୍କ ନିକଟକୁ ଯାଇ ତାଙ୍କୁ ମାଗଣା କୋଚିଂ ପାଇଁ ଅନୁରୋଧ କରିଥିଲେ ।
ଶ୍ରୀ ରାଉତ କହିଥିଲେ ଯେ, ସେ କେବଳ ମନୋଜଙ୍କୁ ମାଗଣା କୋଚିଂ ପ୍ରଦାନ କରାଯିବନି ବରଂ ଭଲ ପଦବୀରେ ମନୋଜ ଉପସ୍ଥାନ ନହେବା ପର୍ଯ୍ୟନ୍ତ ତାଙ୍କ ପାଇଁ ଅର୍ଥ ବ୍ୟବସ୍ଥା କରାଯିବ । ଅପରପକ୍ଷେ ପାରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବା ସତ୍ତ୍ୱେ ମନୋଜଙ୍କ ମା’ ତାଙ୍କ ଆଡମିଶନ ପାଇଁ ଅଳ୍ପ କିଛି ଅର୍ଥ ବ୍ୟବସ୍ଥା କରିବା ସହ ଅନ୍ୟ କିଛି ଟଙ୍କାରେ ତାଙ୍କ ପାଇଁ ଏକ ଆଣ୍ଡ୍ରଏଡ୍ ଫୋନ୍ କିଣିଥିଲେ । ମହାମାରୀ କାରଣରୁ କୋଚିଂ ସେଣ୍ଟର ବନ୍ଦ ହେବାପରେ ତାଙ୍କର ଅନଲାଇନ୍ କ୍ଲାସ୍ ହୋଇଥିଲା । ଏଣୁ ଏଥିଯୋଗୁ କ୍ଲାସ୍ ଯେପରି ପ୍ରଭାବିତ ନହେବ ସେଥିପାଇଁ ତାଙ୍କ ମା’ ତାଙ୍କ ପାଇଁ ଏକ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ କିଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking