27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକାନାଡା ନାଗରିକଙ୍କ ପାଇଁ ସୁସମ୍ବାଦ; ଭାରତୀୟ ଇ-ଭିସା ପୁନଃ କାର୍ଯ୍ୟକ୍ଷମ

କାନାଡା ନାଗରିକଙ୍କ ପାଇଁ ସୁସମ୍ବାଦ; ଭାରତୀୟ ଇ-ଭିସା ପୁନଃ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ: ଦୀର୍ଘ ଦୁଇମାସ ପରେ ମଙ୍ଗଳବାରଠାରୁ କାନାଡା ନାଗରିକଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ପୁଣି ଇ-ଭିସା (ଇଲେକ୍ଟ୍ରୋନିକ୍ ଭିସା) ଇସ୍ୟୁ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଖଲିସ୍ତାନ ପ୍ରସଙ୍ଗକୁ କେନ୍ଦ୍ରକରି ଭାରତ ଓ କାନାଡା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ କ୍ଷୁଣ୍ଣ ହେବାପରେ ସେପ୍ଟେମ୍ବର ୨୧ରୁ ଇ-ଭିସା ବ୍ୟବସ୍ଥାକୁ ସାମୟିକଭାବେ ବାତିଲ କରାଯାଇଥିଲା । ଗତମାସରେ କେବଳ ଇ-ଭିସାକୁ ବାଦଦେଲେ ଅନ୍ୟ ଭିସା ଇସ୍ୟୁ କରାଯିବା ଆରମ୍ଭ ହୋଇସାରିଛି ।

ଫଳରେ ଭାରତ ଆସିବାକୁ ଆଗ୍ରହୀ ଥିବା କାନାଡା ନାଗରିକମାନେ ବର୍ତ୍ତମାନ ଇ-ଭିସା ସମେତ ବିଜିନେସ୍‌, ଟୁରିଷ୍ଟ, ମେଡିକାଲ ଭିସା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେତେବେଳେ ଦ୍ୱିପାକ୍ଷିକ ସମ୍ପର୍କରେ ଦ୍ରୁତ ଅବନତି ଘଟିବାପରେ ଭାରତ ଓ କାନାଡା ପରସ୍ପରର ଏକାଧିକ କୂଟନୀତିଜ୍ଞଙ୍କୁ ସେମାନଙ୍କ ଦେଶରୁ ବହିଷ୍କାର ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking