ଚୋରି କରିବାକୁ ଯାଇ ୩ ତାଲା ଉପରୁ ଡେଇଁଲା ଚୋର ତଳେପଡି ବାଙ୍ଗିଗଲା ଅଣ୍ଟା l
ଯାଜପୁର ରୋଡ ସହର ରେ ଚୋରଙ୍କ ଉପଦ୍ରଵ ଦେଖା ଯାଇଛି ସୋବ୍ରା ଚୋରି ରେ ପର୍ଦ୍ଧା ପାସ କରି ଥିଲା ବେଳ ଆଜି ଜଣେ ଚୋରକୁ ବିଲ ମାଝୀ ରେ ପଡି ଥିବା ଚୋର କୁ ଉଦ୍ଧାର କରିଛି ଏହା ର ଦୁଷ୍ଟାନ୍ତ ଦେଖି ବାକୁ ମିଳିଛି ଯାଜପୁର ରୋଡ ବା
ବ୍ୟାସନଗର ସହର ଅନ୍ତର୍ଗତ ଧଵଳଗିରି ସ୍ଥିତ ଖୋସାଲ ପୁର ଅଞ୍ଚଳରୁ ଆଜି ସକାଳୁ ଜଣେ ଚୋରକୁ ବିଲ ମଝିରୁ ଉଦ୍ଧାର କରିଛି ଯାଜପୁର ରୋଡ଼ ପୋଲିସ l ଚୋରଟିର ଗୋଡ଼ ଅଣ୍ଟାରେ ଗୁରୁତ୍ତର ଭାବେ ଶକ୍ତ ଆଘାତ ଲାଗିଥିବାରୁ ତାକୁ ଆମ୍ବୁଲାନ୍ସ ଦ୍ୱାରା ଯାଜପୁର ରୋଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି ପୋଲିସ l ସୂଚନା ମୁତାବକ ଗତ କାଲି ଖୋସାଲପୁର ସ୍ଥିତ ଅମଳେନ୍ଦୁ ବେହେରାଙ୍କ ଘରେ ରାତି ଅଧରେ କିଛି ଚୋର ପଶିଥିଲେ l ଘର ମାଲିକଙ୍କୁ ସନ୍ଦେହ ହେବାରୁ ସେ ଘରୁ ବାହାରିଥିଲେ l ଘର ମାଲିକଙ୍କୁ ଦେଖି ହଠାତ କିଛି ଚୋର ଦୌଡ଼ି ପଳାଇଥିଲେ ଏବଂ ଜଣେ ୩ ତାଲା ଉପରୁ ଡେଇଁ ପଡିଥିଲା l ଆଜି ସକାଳୁ ଏକ ବିଲ ମଝିରୁ ସେଇ ଚୋର କାଦୁଅରେ ପଡ଼ିଥିବା ଦେଖିବାକୁ ମିଳି ଥିଲା l ଚୋର ଟିର ଗୋଡ଼ ଓ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିବାରୁ କାଦୁଅରେ ପଡିରହିଥିବା ଦେଖିବାକୁ ମିଳିଥିଲା l ସୂଚନା ପାଇ ଯାଜପୁର ରୋଡ଼ ଥାନାଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଆମ୍ବୁଲାନ୍ସ ଦ୍ୱାରା ଯାଜପୁର ରୋଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିବା ଜଣା ପଡିଛି l ଅଭିଯୁକ୍ତ ଜଣକ ବୁଲୁ ପାତ୍ରଙ୍କ ପୁଅ କାହ୍ନୁ ପାତ୍ର ହୋଇଥିବା ବେଳେ ତାଙ୍କ ଘର ଦାନଗଦୀରେ ବୋଲି ଜଣାପଡିଛି l