ଭୁବନେଶ୍ୱର: ବୁଦ୍ଧି ଓ ବିଦ୍ୟାର ଦେବୀ ହେଉଛନ୍ତି ମା ସରସ୍ୱତୀ । ନିଷ୍ଠାର ସହ ବାକଦେବୀଙ୍କୁ ପୂଜାରେ ସନ୍ତୁଷ୍ଟ କରାଇଲେ ସମସ୍ତ ମନବାଂଛା ପୂର୍ଣ୍ଣ ହୋଇଥାଏ । ଏମିତିକି ପୂଜାରେ ସେ ସନ୍ତୁଷ୍ଟ ହେଲେ କ୍ୟାରିଅରେ ପିଲାଙ୍କୁ ଅନେକ ସଫଳତା ମିଳିଥାଏ । ତେବେ ଏହି ସଫଳତା ପାଇବା ପାଇଁ ଆପଣ କଣ କରିବେ ଚାଲନ୍ତୁ ଜାଣିବା । ଏମିତି କରିବା ଦ୍ୱାରା ମାତା ସରସ୍ୱତୀ ପ୍ରସନ୍ନ ହୋଇ ଆପଣଙ୍କ ମନସ୍କାମନା ପୂରଣ କରିଥାନ୍ତି । ଦେବୀ ସରସ୍ୱତୀଙ୍କ ସମସ୍ତ ଜିନିଷ ମଧ୍ୟରୁ ବୀଣା ହେଉଛି ତାଙ୍କର ସବୁଠୁ ପ୍ରିୟ । ହିନ୍ଦୁ ଧର୍ମରେ ବୀଣାକୁ ପବିତ୍ର ବୋଲି ମନାଯାଏ । ଯଦି ଏହାକୁ ଆପଣ ଘରେ ରଖୁଛନ୍ତି, ତେବେ ଘରେ ସର୍ବଦା ସୁଖ, ଶାନ୍ତି ଭରି ହୋଇ ରହିଥାଏ । ଏହାଦ୍ୱାରା ରଚନାତ୍ମକ ଗୁଣ ମଧ୍ୟ ବୃଦ୍ଧି ହୋଇଥାଏ । ଏଥିପାଇଁ ଘରେ ବୀଣା ରଖିଲେ ମାତା ସରସ୍ୱତୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ହଂସ ଦେବୀ ସରସ୍ୱତୀଙ୍କ ବାହନ ଅଟେ । ଏହି କାରଣରୁ ଏହାକୁ ଶୁଭ ବୋଲି ମାନ୍ୟତା ଦିଆଯାଇଥାଏ । ଏହି କାରଣରୁ ଘରେ ସବୁବେଳେ ହଂସର ଚିତ୍ର ରଖନ୍ତୁ । ଯେମିତି ଘରର ସମସ୍ୟ ସଦସ୍ୟଙ୍କ ନଜର ଏହି ଚିତ୍ର ଉପରେ ପଡିପାରିବ । ହଂସ ଚିତ୍ର ଦେଖିଲେ ମନରେ ଶାନ୍ତି ଭରିଯାଏ । ଘରେ ଶାନ୍ତି ଦେଖି ମା ସରସ୍ୱତୀ ପ୍ରସନ୍ନ ହୋଇଥାନ୍ତି । ଶାସ୍ତ୍ର ଅନୁସାରେ, ମୟୁର ପଙ୍ଖ ଦେବାଦେବୀଙ୍କର ଅନେକ ପ୍ରିୟ । ମୟୁର ପଙ୍ଖକୁ ଘରର ପୂଜା ଘରେ ଓ ପିଲାଙ୍କ କକ୍ଷରେ ରଖିଲେ ଶୁଭ ଫଳ ମିଳିଥାଏ । ଏହା ରଖିବା ଦ୍ୱାରା ଘରୁ ନକାରାତ୍ମକ ଚିନ୍ତାଧାରା ଦୂର ହୋଇଥାଏ । ଯେଉଁଥିପାଇଁ ମା ସରସ୍ୱତୀ ପ୍ରସନ୍ନ ହୋଇଥାନ୍ତି । ସେହିଭଳି ପ୍ରତିଦିନ ଠାକୁର ପୂଜାରେ ପଦ୍ମଫୁଲ ବ୍ୟବହାର କରନ୍ତୁ । ପଦ୍ମଫୁଲ ପୂଜାରେ କିମ୍ବା ଘରେ ବ୍ୟବହାର କରିବା ଦ୍ୱାରା ଶାନ୍ତି ଓ ଖୁସି ଭରି ହୋଇଥାଏ । ବିଦ୍ୟାର ଦେବୀ ଭାରେ ସରସ୍ୱତୀଙ୍କୁ ପୂଜା କରାଯାଏ । ସେ ଏକ ହସ୍ତରେ ଉପଦେଶର ମୁଦ୍ରା ଓ ଅନ୍ୟ ହସ୍ତରେ ବୀଣା ଓ ପୁସ୍ତକ ଧରିଥାନ୍ତି । ଏହାଛଡା ସରସ୍ୱତୀଙ୍କ ମୂର୍ତ୍ତି ଘରେ ରଖି ପୂଜା କଲେ ଅନେକ ସଫଳତା ପ୍ରାପ୍ତି ହୋଇଥାଏ । ଏକ ଉଜ୍ଜଳ କ୍ୟାରିଅର ପାଇବା ପାଇଁ ସରସ୍ୱତୀଙ୍କ ପୂଜା କରିବା ଦରକାର । ପ୍ରତ୍ୟେକ ପିଲା ନିଜ ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ବହୁତ ଜଲଦି ସଫଳତା ପାଇଥିବା ବେଳେ ଆଉ କିଛି ସଫଳତା ପାଇଁ ଚେଷ୍ଟା ଜାରି ରଖିଥାନ୍ତି । ହିନ୍ଦୁ ଶାସ୍ତ୍ର ଅନୁସାରେ, ପ୍ରତ୍ୟେକ ଜିନିଷର କିଛି ନା କିଛି ମହତ୍ୱ ରହିଛି । ବିଭିନ୍ନ କାମ ପାଇଁ ଭିନ୍ନ ଭିନ୍ନ ଦେବାଦେବୀଙ୍କୁ ପୂଜା କରାଯାଏ । ସେଥିପାଇଁ ବିଦ୍ୟା ପାଇବା ପାଇଁ ହେଲେ ମାତା ସରସ୍ୱତୀଙ୍କୁ ନିହାତି ପୂଜା କରିବା ଦରକାର ।