30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶମହଙ୍ଗା ପଡ଼ିପାରେ ଅଫିସରେ ମହିଳା କର୍ମଚାରୀଙ୍କୁ ଅନ୍ୟ ନା’ରେ ଡାକିବା

ମହଙ୍ଗା ପଡ଼ିପାରେ ଅଫିସରେ ମହିଳା କର୍ମଚାରୀଙ୍କୁ ଅନ୍ୟ ନା’ରେ ଡାକିବା

ନୂଆଦିଲ୍ଲୀ : ଏବେ ମହଙ୍ଗା ପଡ଼ିପାରେ ଅଫିସରେ ମହିଳା କର୍ମଚାରୀଙ୍କୁ ଅନ୍ୟ ନା’ରେ ଡାକିବା । ଯଦି କୌଣସି ପୁରୁଷ କର୍ମଚାରୀ କୌଣସି ମହିଳା କର୍ମଚାରୀଙ୍କୁ ଅଫିସରେ ହନି, ଲଭ୍‌, ସ୍ୱିଟି ଆଦି ଡାକୁଛନ୍ତି ତେବେ ସେ ଦୋଷୀ ବୋଲି ଧରାଯିବ । କେବଳ ଏତିକି ନୁହେଁ, ତାଙ୍କୁ ଚାକିରିରୁ ବି ବହିଷ୍କାର କରାଯିବ । ଏକ ମାମଲାର ଶୁଣାଣି କରିବା ଅବସରରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ମାଞ୍ଚେଷ୍ଟର କୋର୍ଟ ଶୁଣାଣି କରିବା ଅବସରରେ କହିଛନ୍ତି, ଅଫିସରେ ମହିଳା କର୍ମଚାରୀଙ୍କୁ ଲଭ୍ ଡାକିବା ତାଙ୍କ ଅପମାନ କରିବା ସହ ସମାନ । ଜଜ୍ କହିଛନ୍ତି, ସ୍ୱିଟି ଓ ବେବ୍‌ସ୍ ଭଳି ଶବ୍ଦରେ ମହିଳାଙ୍କୁ ଡାକିବାର ଅର୍ଥ ସେମାନଙ୍କୁ ଅପମାନିତ କରିବା । ମହିଳାଙ୍କ ପାଇଁ ଏଭଳି ଶବ୍ଦ ବ୍ୟବହାର କରିବା ଭୂଲ । ଏହି ଶୁଣାଣି ଏକ ଫ୍ୟୁନରଲ ହୋମ୍‌ର ମ୍ୟାନେଜର ମାଇକ ହାର୍ଟଲେଙ୍କୁ ଏସବୁ ଶବ୍ଦ ବ୍ୟବହାର ଯୋଗୁ ଚାକିରିରୁ ବାହାର କରାଯାଇଥିବା କେସ୍‌ରେ ହୋଇଛି । ମାଇକଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଯେ ସେ ନିଜ ମହିଳା ସହକର୍ମୀଙ୍କୁ ଏସବୁ ନା’ନେଇ ଡାକୁଥିଲେ, ଯାହା ତାଙ୍କୁ ଅପମାନିତ କରୁଥିଲା । ତେବେ ମାଇକଙ୍କୁ ଚାକିରିରୁ ବାହାର କରିବା ପରେ ସେ ମାମଲା ରୁଜୁ କରିଥିଲେ । ଏ ଅବସରରେ ମାଇକ କହିଥିଲେ, ସେ କେବଳ ମହିଳା ନୁହେଁ, ପୁରୁଷ ସହକର୍ମୀଙ୍କୁ ବି ମେଟ୍ ଓ ପାଲ ଭଳି ଶବ୍ଦରେ ଡାକନ୍ତି । ଏମିତି ଡାକିବା ପଛରେ ତାଙ୍କର କୌଣସି ଖରାପ ଉଦ୍ଦେଶ୍ୟ ନାହିଁ । ଏଣୁ ତାଙ୍କୁ ଚାକିରିରୁ ବାହାର କରିଦେବା ଭୂଲ । କୋର୍ଟ ତାଙ୍କ କମ୍ପାନୀକୁ ତାଙ୍କୁ ପୁଣି ଚାକିରି ଦେବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ମାଇକ୍ ଅପିଲ କରିଥିଲେ । କିନ୍ତୁ ମାଞ୍ଚେଷ୍ଟର କୋର୍ଟ ପକ୍ଷରୁ କୁହାଯାଇଛି ଯେ ପୁରୁଷଙ୍କୁ ମେଟ୍ ଡାକିବା ଭୁଲ ନୁହେଁ । କିନ୍ତୁ ମହିଳାଙ୍କୁ ହନି, ସ୍ୱିଟି ଓ ବେବ୍‌ସ ଡାକିବା ତାଙ୍କୁ ଲଜ୍ଜିତ କରିବା ଭଳି ଶବ୍ଦ ବ୍ୟବହାର କରିବା ସହ ସମାନ । ଏହି କାରଣରୁ କମ୍ପାନୀ ଠିକ୍ ନିଷ୍ପତ୍ତି ନେଇଛି ଓ କୋର୍ଟ ଉକ୍ତ ନିଷ୍ପତ୍ତିକୁ ବଦଳାଇବେ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking