31.1 C
Bhubaneswar
Tuesday, April 23, 2024
Homeଅପରାଧଶାରୀରିକ ସମ୍ବନ୍ଧ ବେଳେ ପ୍ରେମିକ ପ୍ରେମିକା ସାଥିରେ କ’ଣ କଲା ଜାଣିଲେ ହୋସ୍ ଉଡ଼ିବ.....

ଶାରୀରିକ ସମ୍ବନ୍ଧ ବେଳେ ପ୍ରେମିକ ପ୍ରେମିକା ସାଥିରେ କ’ଣ କଲା ଜାଣିଲେ ହୋସ୍ ଉଡ଼ିବ…..

ସ୍ୱିଜରଲ୍ୟାଣ୍ଡ : ଟଙ୍କା କେଇଟା ପାଇଁ ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ଦୀର୍ଘ ଦିନ ଧରି କରଜରେ ବୁଡ଼ି ରହିଥିବା ପ୍ରେମିକ ପଇସା ପାଇଁ ନିଜ କୋଟିପତି ପ୍ରେମିକାର ଜୀବନ ନେଇଯାଇଛି । ଏଭଳି ସାଂଘାତିକ ମାମଲା ସାମ୍ନାକୁ ଆସିଛି ସ୍ୱିଜରଲ୍ୟାଣ୍ଡରୁ । ଏଠାରେ ଜଣେ ଯୁବକଙ୍କ ବିରୋଧରେ ଗାର୍ଲଫ୍ରେଣ୍ଡକୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।ସୂଚନା ଅନୁଯାୟୀ, ସ୍ୱିଜରଲ୍ୟାଣ୍ଡର ଏକ ହୋଟେଲରୁ ବ୍ରିଟିଶ ଯୁବତୀ ଏନା ରିଡ୍‌(୨୨)ଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ହୋଟେଲରେ ସେ ନିଜ ଜର୍ମାନ ବୟଫ୍ରେଣ୍ଡ ମାର୍ଗ ଶେଜଲଙ୍କ ସହ ରହିଥିଲେ । ଶେଜଲ ଜଣେ ବାଉନ୍ସର ଭାବେ କ୍ଲବରେ କାମ କରନ୍ତି । ଅଭିଯୋଗ ହୋଇଛି ଯେ ଡାକ୍ତରଙ୍କୁ ଫୋନ୍ କରିବା ପୂର୍ବରୁ ସେ ଏନାଙ୍କୁ ହତ୍ୟା କରିଥିଲେ । କିନ୍ତୁ କୋର୍ଟରେ ଶୁଣାଣି ବେଳେ ଶେଜଲ କହିଥିଲେ ଯେ ଏନାଙ୍କ ମୃତ୍ୟୁ ଯୌନ ସମ୍ବନ୍ଧ ବେଳେ ହୋଇଥିଲା । କିନ୍ତୁ ପୋଷ୍ଟମର୍ଟମ୍ ରିପୋର୍ଟରେ ଜଣାପଡ଼ିଛି ଯେ ଏନାଙ୍କ ମୃତ୍ୟୁ ତଣ୍ଟି ଚିପିବା ଯୋଗୁ ହୋଇଛି । ତାଙ୍କ ଶରୀରରେ କେତେକ କ୍ଷତ ଚିହ୍ନ ମଧ୍ୟ ରହିଛି । ଏଥିସହ ତାଙ୍କର ହାଡ଼ ମଧ୍ୟ ଭାଙ୍ଗି ଯାଇଛି । ଶାରୀରିକ ସମ୍ପର୍କ ରଖିବା ବେଳେ ଶେଜଲ ଏନାଙ୍କ ତଣ୍ଟି ଚିପି ହତ୍ୟା କରିଥିବା କୁହାଯାଉଛି । ଶେଜଲଙ୍କ ଉପରେ ୪୦ ଲକ୍ଷରୁ ଅଧିକ ଟଙ୍କାର ଋଣ ଭାର ଥିଲା । ସେ ଯେତେବେଳେ ଜାଣିଲେ ଯେ ଏନାଙ୍କ ପାଖରେ ୨୫ ଲକ୍ଷ ଟଙ୍କା ଟଙ୍କା ଅଛି ସେ ତାଙ୍କ ଠାରୁ ଟଙ୍କା ଆଣିବା ଆରମ୍ଭ କରିଥିଲେ । କିନ୍ତୁ ଏନା ତାଙ୍କୁ ଲକ୍ଷ ଲକ୍ଷ ଟଙ୍କାର ହିସାବ ମାଗିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ରାଗରେ ଶେଜଲ ଏନାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି । କିନ୍ତୁ ଶାରୀରିକ ସମ୍ପର୍କ ବେଳେ ତାଙ୍କ ମୃତ୍ୟୁ ହୋଇଥିବା କହୁଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking