26.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶରମଜାନରେ ଟିକା ନେଲେ ଭାଙ୍ଗି ଯିବକି ଉପାସ !

ରମଜାନରେ ଟିକା ନେଲେ ଭାଙ୍ଗି ଯିବକି ଉପାସ !

ନୂଆଦିଲ୍ଲୀ : କୋରନା ଭାଇରସର ମୁକାବିଲା ପାଇଁ ସମଗ୍ର ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି ।ଏହା ସତ୍ତ୍ୱେ ମଧ୍ୟ କୋରନା ଟିକାକୁ ନେଇ ଲୋକଙ୍କ ଅନେକ ପ୍ରଶ୍ନ ରହିଛି । ଏବେ ରମଜାନ ମାସ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ ଅନେକ ଲୋକେ ମାସ ସାରା ଉପାସ ରଖିବେ । ଏବେ ଲୋକଙ୍କ ମନରେ ଏହି ପ୍ରଶ୍ନ ଉଠୁଛି ଯେ, ଏହି ମାସ ମଧ୍ୟରେ ଟିକା ଲଗାଇବା ଦ୍ୱାରା ଉପାସ ଭାଙ୍ଗି ଯିବନିତ ! ଏହାକୁ ନେଇ ମୁସଲିମ ସମ୍ପ୍ରଦାୟର ଲୋକମାନଙ୍କ ମନରେ ସନ୍ଦେହ ଜାତ ହେଉଛି କି ଏହି ସମୟରେ କୋରନା ଟିକା ନେଇହେବ କି ନାହିଁ ।

ଏହାକୁ ନେଇ ଦାରୁଲ ଉଲୁମ ଫରଙ୍ଗୀଙ୍କ ତରଡ଼ରୁ ଏକ ଫତୱା ଜାରି କରାଯାଇଛି ଯେ, ରୋଜା ରଖିବା ସମୟରେ ମଧ୍ୟ କୋରନା ଟିକା ନେଇ ହେବ । ଏଥିରେ ରୋଜା ଭାଙ୍ଗିବ ନାହିଁ । ଫତୱା ଅନୁସାରେ କୋରନା ଟୀକା ଶରୀରରେ ଦିଆଯାଇଥାଏ । ପେଟ ରେ ନୁହଁ ତେଣୁ ଏହାକୁ ରୋଜା ସମୟରେ ଲଗାଯାଇ ପାରିବ ।

ଦାରୁଲ ଉଲମ ନିଜ ଫତୱାରେ କହିଛନ୍ତି ଯେ, ମୁସଲମାନ ମାନଙ୍କୁ କେବଳ ରୋଜା ପାଇଁ କୋରନା ଟିକା ଲଗାଇବାରେ ଡେରୀ କରିବା ଉଚିତ ନୁହଁ । ଦାରୁଲ ଉଲମ ୱକ୍‌ଫ ବୋର୍ଡର ବରିଷ୍ଠ ଉସ୍ତାଦ ମୁଫ୍‌ତି ଆରିଫ କାସିମଙ୍କ କହିବା ଅନୁସାରେ , କୋରନା ଇଞ୍ଜେକସନ ଅନ୍ୟ ଇଞ୍ଜେକସନ ଭଳି ସାମାନ୍ୟ ତେଣୁ ରୋଜା ସମୟରେ ଏହାକୁ ନେବାରେ କୌଣସି ପ୍ରତିବନ୍ଧ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking