27.1 C
Bhubaneswar
Monday, November 18, 2024
Homeଦେଶ ବିଦେଶପେଟିଏମ ଆଣିଛି ବମ୍ପର ଅଫର; ଏହିପରି ଉଠାନ୍ତୁ ଫାଇଦା

ପେଟିଏମ ଆଣିଛି ବମ୍ପର ଅଫର; ଏହିପରି ଉଠାନ୍ତୁ ଫାଇଦା

ନୂଆଦିଲ୍ଲୀ: ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ୧ ଏପ୍ରିଲରୁ ୧୦ ଟଙ୍କା ପ୍ରତି ସିଲିଣ୍ଡର ପିଛା ହ୍ରାସ ପାଇଛି । ଫଳରେ ଏହାଦ୍ୱାରା କୋଟି କୋଟି ଉପଭୋକ୍ତାଙ୍କୁ ଆଶ୍ୱସ୍ତି ମିଳିଛି । ହେଲେ ବିନା ସବସିଡିଯୁକ୍ତ ୧୪.୦୨ କିଗ୍ରା ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ଏବେ ବି ୮୦୯ ଟଙ୍କା ପ୍ରତି ସିଲିଣ୍ଡର ରହିଛି । ଆଗକୁ ସରକାର ଏଥିରେ ମୂଲ୍ୟ ହ୍ରାସ କରିବେ କି ନାହିଁ, ସରକାର ଜାଣନ୍ତି । ହେଲେ ଆପଣଙ୍କୁ ୮୦୯ ଟଙ୍କାର ସିଲିଣ୍ଡର କେମିତି କେବଳ ୯ ଟଙ୍କାରେ ମିଳିପାରିବ, ଆମେ ଆପଣଙ୍କୁ ବତାଇବୁ ।

ଏଲପିଜି ବୁକିଂ ଓ ପେମେଣ୍ଟ ଉପରେ ପେଟିଏମ ନିଜ ଗ୍ରାହକଙ୍କ ପାଇଁ ବମ୍ପର ଅଫର ଆଣିଛି । ଏହି ଅଫର ଅନୁସାରେ, ଗ୍ରାହକଙ୍କୁ ୮୦୯ ଟଙ୍କାର ଗ୍ୟାସ ସିଲିଣ୍ଡର କେବଳ ୯ ଟଙ୍କାରେ ମିଳିପାରିବ । ପେଟିଏମ କ୍ୟାସବ୍ୟାକ ଆରମ୍ଭ କରିଛି । ଏହି କ୍ୟାସବ୍ୟାକ ଅଫର ହିସାବରେ ଯଦି କୌଣସି ଗ୍ରାହକ ଗ୍ୟାସ ସିଲିଣ୍ଡର ବୁକ କରନ୍ତି, ତେବେ ତାଙ୍କୁ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିବ ।
୩୦ ଏପ୍ରିଲ ୨୦୨୧ ମଧ୍ୟରେ ଆପଣ ଏହି ଅଫରର ଲାଭ ଉଠାଇ ପାରିବେ । ଯେଉଁମାନେ ପ୍ରଥମ ଥର ପାଇଁ ଏଲପିଜି ସିଲିଣ୍ଡର ବୁକିଂ ଓ ପେମେଣ୍ଟ ପେଟିଏମରେ କରିବେ ସେମାନେ ଏହି ଲାଭ ପାଇବେ । ଅଫରରେ ଆପଣଙ୍କୁ ଏକ ସ୍କ୍ରାଚ କାର୍ଡ ମିଳିବ । ଯାହାର କ୍ୟାସ ଭାଲ୍ୟୁ ୮୦୦ ଟଙ୍କା ଥିବ । ଏଥିପାଇଁ ଆପଣଙ୍କୁ ପ୍ରଥମେ ମୋବାଇଲ ଫୋନରେ ପେଟିଏମ ଆପ୍ ଡାଉନଲୋଡ କରିବାକୁ ପଡିବ । ପରେ ଗ୍ୟାସ ଏଜେନ୍ସିରୁ ସିଲିଣ୍ଡର ବୁକିଂ କରିବାକୁ ପଡିବ । ବୁକିଂର ୨୪ ଘଣ୍ଟା ଭିତରେ ଆପଣଙ୍କୁ କ୍ୟାସବ୍ୟାକର ସ୍କ୍ରାଚ କାର୍ଡ ମିଳିବ । ମିଳିବାର ୭ ଦିନ ଭିତରେ ଏହାକୁ ବ୍ୟବହାର କରିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking