30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶମୁଣ୍ଡରେ ଚୁଟି ନଥିବାରୁ ହରାଇବାକୁ ପଡିଲା ଚାକିରୀ

ମୁଣ୍ଡରେ ଚୁଟି ନଥିବାରୁ ହରାଇବାକୁ ପଡିଲା ଚାକିରୀ

ନୂଆଦିଲ୍ଲୀ: ଅଧିକାଂଶ ମାମଲାରେ ସଫ୍ଟ ୱେୟାର ଆମ ଜୀବନକୁ ସହଜ କରିବା କାମ କରିଥାଏ । ହେଲେ ଟେକ୍ନୋଲୋଜୀର ଉପକାର ଓ ଅପକାର ରହିଛି । ସଫ୍ଟ ୱେୟାରର ଏକ ଭୁଲ ପାଇଁ ଜଣେ ବ୍ୟକ୍ତି ୧ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ନିଜ ଚାକିରୀ ହରାଇଛନ୍ତି । ଚାଲନ୍ତୁ ଜାଣିବା ପୂରା ଘଟଣା ସଂପର୍କରେ ।
ଏହି ମାମଲା ଆପ୍ ଜରିଆରେ କ୍ୟାବ ଉପଲବ୍ଧ କରାଉଥିବା କମ୍ପାନୀ ଉବର ସହ ଜଡିତ । ସେଥିରେ କାମ କରୁଥିବା ପୁରୁଣା ଡ୍ରାଇଭର ଶ୍ରୀକାନ୍ତଙ୍କୁ କମ୍ପାନୀ ଡ୍ରାଇଭର୍ସ ପାଇଁ ବନାଯାଇଥିବା ଆପ୍ ଚୁଟି ନଥିବା କାରଣରୁ ଚିହ୍ନିପାରିନଥିଲା । ସେଥିପାଇଁ ଗତ କିଛି ସମୟ ଧରି ତାଙ୍କ ପାଖରେ କାମ ନାହିଁ । ଏହି ଘଟଣା ସୋସିଆଲ ମିଡିଆରେ ଦୃତବେଗରେ ଭାଇରାଲ ହେଉଛି ।
ଶ୍ରୀକାନ୍ତ ଭଲି ଉବର ଡ୍ରାଇଭରଙ୍କୁ ଟ୍ରିପ ଆରମ୍ଭ କରିବା ପୂର୍ବରୁ ପ୍ରଥମେ କମ୍ପାନୀର ସିଷ୍ଟମରେ କିଛି ସେଲଫି ଅପଲୋଡ କରିବାକୁ ପଡିଥାଏ । ଏମିତି ସେଲଫିଗୁଡିକୁ ଉବର ଏଆଇ ଠିକ୍ ଡ୍ରାଇଭରଙ୍କୁ ଚିହ୍ନିବା ପାଇଁ ବ୍ୟବହାର କରିଥାଏ । ପୁଣି ସବୁଦିନ କାମ ଆରମ୍ଭ କରିବା ପୂର୍ବରୁ ତାଙ୍କର ଚିହ୍ନଟ ଏହା ମାଧ୍ୟମରେ ହୋଇଥାଏ ।
ଶ୍ରୀକାନ୍ତଙ୍କ କହିବା ମୁତାବକ, କିଛି ଦିନ ପୂର୍ବରୁ ସେ ତିରୁମାଲା ତିରୁପତି ଦେବସ୍ଥାନମରେ ଅର୍ପଣ କରିଥିଲେ । ଏହାପରେ ସେ ଯେତେବେଳେ ଉବର ଆପରେ ଲଗଇନ କରିବା ପାଇଁ ଚେଷ୍ଟା କଲେ, ଆପ୍ ତାଙ୍କୁ ଚିହ୍ନିପାରିନଥିଲା ।
ସେ ବିଭିନ୍ନ କୋଣରୁ ସେଲଫି ନେଇଥିଲେ । ହେଲେ ଆପ ତାଙ୍କୁ ଚିହ୍ନିଲାନି । ବାରମ୍ବାର ଚେଷ୍ଟା ବିଫଳ ହେବା ପରେ ଆପ୍ ତାଙ୍କୁ ବ୍ୟାନ କରିଦେଲା । ହେଲେ କମ୍ପାନୀ କହିଛି ଯେ, ସେ ଉବର ନେଟୱାର୍କରୁ କମ୍ୟୁନିଟି ଗାଇଡଲାଇନର ବାରମ୍ବାର ଉଲ୍ଲଂଘନ କରିବା କାରଣରୁ ବ୍ୟାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking