30.1 C
Bhubaneswar
Sunday, June 23, 2024
Homeରଜ ସଙ୍କ୍ରାନ୍ତୀ 2024ମିଥୁନ ସଂକ୍ରାନ୍ତି ; ରଜ ପାଇଁ ଗାଁଠୁ ସହର ଚଳଚଞ୍ଚଳ

ମିଥୁନ ସଂକ୍ରାନ୍ତି ; ରଜ ପାଇଁ ଗାଁଠୁ ସହର ଚଳଚଞ୍ଚଳ

ଭୁବନେଶ୍ବର : ଆଜି ହେଉଛି ଗଣପର୍ବ ରଜର ଦ୍ବିତୀୟ ଦିନ । ଏହାକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି ବୋଲି କୁହାଯାଏ । ତିନି ଦିନ ଧରି ପାଳିତ ହେଉଥିବା ଏହି କୃଷିଭିତ୍ତିକ ପର୍ବର ଆଜି ଦ୍ବିତୀୟ ଦିନ । ପହିଲି ରଜରୁ ମନଭରି ଉପଭୋଗ କରିବା ପରେ ଆଜି ରଜ ସଂକ୍ରାନ୍ତି ପାଳନ କରୁଛନ୍ତି ଓଡିଶାବାସୀ । ପ୍ରଭାତରୁ ନିତ୍ୟକ୍ରମ ସାରି ରଜ ସଂକ୍ରାନ୍ତିରେ ମନ୍ଦିର ଯାଇ ଭଗବାନଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟରେ ବିଭିନ୍ନ ମନ୍ଦିରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଭଗବାନଙ୍କୁ ଦର୍ଶନ ପରେ ଝିଅମାନେ ସମାନ ଭାବରେ ପହିଲି ରଜ ପରେ ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ପିଠାପଣା ଖାଇ ଦୋଳି ଖେଳି ଦ୍ବିତୀୟ ଦିନ ରଜକୁ ମଧ୍ୟ ପାଳନ କରିଛନ୍ତି । ଗାଁ ଠୁ ସହର ସବୁଠି ପହିଲି ରଜକୁ ସଭିଏଁ ମନଭରି ଉପଭୋଗ କରିଥିଲେ । ଦୋଳି ଖେଳିବା ସହିତ ପୋଡ ପିଠା ଓ ରଜପାନ ମହକରେ ମହକି ଉଠିଥିଲା ଖଣ୍ଡ ମଣ୍ଡଳ । ରଜରେ କବାଡି କୁଆଁରୀଙ୍କ ସଜବାଜ ଶୃଙ୍ଗାର ସହ ପରସ୍ପରକୁ ରଜ ଶୁଭେଚ୍ଛା ଜଣାଇ ସାଙ୍ଗସାଥୀ ମିଳି ଏକାଠୀ ହୋଇ ପହିଲି ରଜ ପାଳିଥିଲେ । ଆନନ୍ଦମୟ ମହୋତ୍ସବର ମଜା ଲୁଟିଥିଲେ ଓଡିଶାବାସୀ । ସେହିପରି ଆଜି ଦ୍ବିତୀୟ ଦିନକୁ ବି ଧୁମଧାମରେ ପାଳନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking