30.1 C
Bhubaneswar
Saturday, May 4, 2024
Homeଓଡିଶାଯାଜପୁରରାସ୍ତାକୁ ଗ୍ୟାସ କମ୍ପାନୀ ନଷ୍ଟ କରୁଥିବାରୁ ଥାନରେ ଅଭିଯୋଗ ଦାଖଲ କଲା ସିଭିଲ ସୋସାଇଟି

ରାସ୍ତାକୁ ଗ୍ୟାସ କମ୍ପାନୀ ନଷ୍ଟ କରୁଥିବାରୁ ଥାନରେ ଅଭିଯୋଗ ଦାଖଲ କଲା ସିଭିଲ ସୋସାଇଟି

ଯାଜପୁର : ଯାଜପୁର ଜିଲ୍ଲାରର ଯାଜପୁର ରୋଡ ସହରରେ ଗ୍ୟାସ କମ୍ପାନୀ ଗ୍ୟାସ ପାଇପି ବିଛାଇବା ଆଳ ଦେଖାଇ ମାସ ମାସ ଧରି ରାସ୍ତା କୁ ଖୋଳି ନଷ୍ଟ କରୁଛି । ରାସ୍ତାକୁ ମରାମତି କରୁ ନାହିଁ । ଜନସାଧାରଣ ହିନସ୍ଥା ହେଉଥିବାରୁ ଜନ ସ୍ୱାର୍ଥ ଦୁଷ୍ଟିରୁ ଗ୍ୟାସ କମ୍ପାନୀ ବିରୋଧରେ ସିଭିଲ ସୋସାଇଟି ଥାନାରେ ଆଜି ଅଭିଯୋଗ ପର୍ଦ୍ଧ ଦାଖଲ କଲା । ଏହି ସହରର ଚୋରଦାରୁ ସହର ମଧ୍ୟକୁ ଯାଇଥିବା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ଜୟରାମ ଲେଙ୍କା ଲୁଗାଦୋକାନ ସମ୍ମୁଖରେ ଜନ ସ୍ୱାସ୍ଥ୍ୟ ବିଭାଗ ପାଣି ପାଇପ ଫାଟି ଦୀର୍ଘ ଦିନହେବ ପାଣି ରାସ୍ତା ଉପରେ ଚାଲିଛି ଗ୍ୟାସ ପାଇପ ଲାଇନ କାର‌୍ୟ୍ୟ କରୁଥିବା ଠିକା ସଂସ୍ଥାର ମନ ମୁଖି କାର‌୍ୟ୍ୟ ଯୋଗୁଁ ଏପରି ଘଟୁଛି ବୋଲି ସଫେଇ ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ବିଭାଗ କନିଷ୍ଠ ଯନ୍ତ୍ରୀ । ରାତିଦିନ ରାସ୍ତା ଉପରେ ପାଣି ଜମିରହିବା ଦ୍ୱାରା ଗାଡି ମଟର ଚାଲିବା ଦ୍ୱାରା ପୂର୍ତ୍ତ ବିଭାଗ ରାସ୍ତାଟି ସମ୍ପୂର୍ଣ ରୁପେ ନଷ୍ଟ ହେବାକୁ ବସିଲାଣି, ରାସ୍ତାରେ ବଡ଼ ବଡ଼ ଖାଲ ମାନ ହୋଇ ସାଧାରଣ ଯାତାୟାତରେ ବାଧା ସୃଷ୍ଟି ହେଉଛି । ସାଇକେଲ ମଟର ସାଇକେଲ ଓ ପାଦରେ ଚାଲିକି ଯାଉଥିବା ସ୍କୁଲ କଲେଜ ପିଲା ଓ ପଥଚାରି ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ଦୈନ ଦିନ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଛି । ଅନ୍ୟପଟେ ଗ୍ୟାସ ପାଇପ ଲାଇନ କାର‌୍ୟ୍ୟ କରୁଥିବା “ବିଜିଆରଏଲ” କମ୍ପାନୀର ଠିକାସଂସ୍ଥା ଓସୱାଲ ଇନଫ୍ରାର ମନମୁଖୀ କାର‌୍ୟ୍ୟାଯୋଗୁ ରାସ୍ତା ସାରା ବଡ଼ ଗର୍ତ୍ତ ମାନ ହୋଇ ରାସ୍ତାକୁ ସଂକୁଚିତ କରି ରଖିଛି ଫଳରରେ ସହରର ଟ୍ରାଫିକ ବ୍ୟବସ୍ଥା ପ୍ରଭାବିତ ହୋଇଛି ବୋହୁ ସମୟରେ ମେଡିକାଲକୁ ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ରାସ୍ତା ଜାମ ଯୋଗୁଁ ଘଣ୍ଟା ଘଣ୍ଟା ଅଟକିରହିଥିବାର ଦେଖିବାକୁ ମିଳୁଛି ରାସ୍ତା ମରା ମତି କରିବା ରେ ନା ଗନ୍ଧ ଧରୁ ନାହିଁ । ସିଭିଲ ସୋସାଇଟି ରେ ଅଭାହକ ବରିଷ୍ଠ ଆଇନ ଜିବି ବିବେକା ନନ୍ଦ ମହାନ୍ତି ଙ୍କ ନେତୃତ୍ୱ ରେ ଶିଶିର ରାଉତ, ସନ୍ତୋଷ ମହାନ୍ତି ସାମ୍ବାଦିକ ପବିତ୍ର ମୋହନ ମହାନ୍ତି ଥାନା ରେ ଅଭିଯୋଗ ପର୍ଦ୍ଧ. ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking