23.1 C
Bhubaneswar
Wednesday, January 15, 2025
Homeଗଣେଶ ପୂଜାବାସ୍ତୁଶାସ୍ତ୍ରରେ ଗଣେଶ

ବାସ୍ତୁଶାସ୍ତ୍ରରେ ଗଣେଶ

ଭୁବନେଶ୍ୱର : ସେପ୍ଟେମ୍ବର 10 ତାରିଖ ରେ ପଡୁଛି  ପବିତ୍ର ଗଣେଶ ଚତୁର୍ଥୀ।  ଓଡ଼ିଶା ତଥା ପୂର୍ବ ଭାରତରେ ଏହା ଗଣେଶ ପୂଜା ଭାବେ ଯେତିକି ଆଦୃତ, ପଶ୍ଚିମ ଭାରତରେ ଏହା ଗଣେଶ ଉତ୍ସବ ଭାବେ ସେତିକି ପ୍ରସିଦ୍ଧ। ଏବେ ମୁମ୍ବାଇ, ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଏହାର ଜୋରଦାର ଆୟୋଜନ ହେଉଛି। ତେବେ ମୁମ୍ବାଇରେ ଏହି ପର୍ବର ପାଳନ ନିଆରା ଢଙ୍ଗରେ ହୋଇଥାଏ। ଏହି ଉତ୍ସବ ସେଠାରେ ୨୧ ଦିନ ବ୍ୟାପୀ ହେଉଥିବା ବେଳେ ଓଡ଼ିଶାର ଜଯଣୀ ଓ ତାଳଚେରରେ ୧୨ ଦିନ ଧରି ଚାଲିବ।

ଜ୍ଞାନ , ବିଦ୍ୟା ଓ ପ୍ରଗତିର ଭଗବାନ ଶ୍ରୀଗଣେଶ ହେଉଛ୍ତି ବିଘ୍ନରାଜ ବା ବିଘ୍ନ ବିନାଶକ। ଦେବଦେବୀଙ୍କ ମଧ୍ୟରେ ସେ ଅଗ୍ରପୂଜ୍ୟ। ଏଣୁ ତାଙ୍କ ଆରାଧନା ଲାଗି ପୁରପଲ୍ଲୀରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଉତ୍ସବମୁଖର ପରିବେଶ ଥାଏ । ବିଶେଷକରି ଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରଛାତ୍ରୀମାନେ ଗଜାନନଙ୍କ ଆରାଧନା ପାଇଁ ସାଜସଜ୍ଜାରେ ଲାଗିପଡନ୍ତି । ସେହିପରି ରାଜଧାନୀର ବିଭିନ୍ନ ମଣ୍ଡପରେ ଗଣପତି ଶୋଭା ପାଉଥିବା ବେଳେ ଏହା ସାଙ୍ଗକୁ ଭଳିକି ଭଳି ଆଖିଦୃଶିଆ ତୋରଣ ଓ ସାଜସଜ୍ଜା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଆକର୍ଷିତ କରିଛି।

ପ୍ରଥମ ପୂଜ୍ୟ ଶ୍ରୀଗଣେଶ । ନୂତନ ଘରେ ପ୍ରବେଶ ହେଉ ଅବା ଶୁଭ କାର୍ଯ୍ୟ , ସର୍ବ ପ୍ରଥମେ ଲୋଡା ହୁଅନ୍ତି ସେ। କାରଣ ତାଙ୍କୁ ପୂଜା କଲେ ସବୁକିଛି ମଙ୍ଗଳ ହୋଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ।

ଯଦି ଘରର ମୂଖ୍ୟ ଦ୍ୱାର ଦକ୍ଷିଣ ଦିଗକୁ ଖୋଲୁଥାଏ, ତେବେ ସେହି ଦ୍ୱାରର ଉପରେ (ତାହା ଘର ଭିତରେ ହେଉ ଅବା ବାହାରେ) ଗଣେଶଙ୍କର ଛୋଟିଆ ପ୍ରତିମା ଲଗାଇଲେ ଘରର ଦକ୍ଷିଣମୁଖୀ ଦୋଷ କଟିଯାଏ।
ଘରେ ପ୍ରବେଶ କରିବା ମାତ୍ରେ ଯଦି କିଛି ଅଜଣା ନକାରାତ୍ମକ ଭାବ ଉତ୍ପନ ହେଇଥିବା ମନେହୁଏ ତେବେ ଘରଭିତରେ ପ୍ରବେଶ ଦ୍ୱାରକୁ ମୁହଁ କରି ଅନାଇବା ଭଳି ୯ ଇଞ୍ଚର ଏକ ଗଣେଶ ପ୍ରତିମା ସ୍ଥାପନା କରିବା ଭଲ।
ଘରର ଯେ କୈଣସି ଦିଗରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନା କରିବା ଉଚିତ ନୁହେଁ। ବରଂ ଗଣେଶଙ୍କ ଫୋଟ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ ଯେମିତିକି ତାଙ୍କୁ ପ୍ରଣାମ କରିବା ବେଳେ ଆମର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ। ଅର୍ଥାର ଶ୍ରୀଗଣେଶଙ୍କ ମୁଖ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମାଭିମୁଖୀ ରହିବା ଉଚିତ।
ଘରର ମଧ୍ୟଭାଗ ଅର୍ଥାତ ବ୍ରହ୍ମାସ୍ଥଳରେ ତୁଳସୀ ଗଛ ସହିତ ଶ୍ରୀଗଣେଶଙ୍କ ପୂଜା କଲେ ସମ୍ପୁର୍ଣ୍ଣ ଘରକୁ ସକାରାତ୍ମକ ଊର୍ଜା ମିଳିଥାଏ।
ଘରେ ଶ୍ରୀଗଣେଶଙ୍କର ବସିଥିବା ତଥା ଆଶୀର୍ବାଦ ଦେଉଥିବା ପ୍ରତିମା ପୂଜା କରିବାବେଳେ ବ୍ୟବସାୟିକ ପରିସରରେ ଭଗବାନଙ୍କର ଅନ୍ୟ ମୁଦ୍ରାର ପ୍ରତିମା ତଥା ଫୋଟ ରଖିବା ଭଲ।
ଶ୍ରୀଗଣେଶଙ୍କର ଫୋଟ କିମ୍ବା ମୂର୍ତ୍ତି ଏପରି ସ୍ଥାନରେ ରଖନ୍ତୁ ନାହିଁ ଯାହାର ପଛପଟେ କିମ୍ବା ଆଗରେ ଶୌଚାଳୟ ଥିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking