34.1 C
Bhubaneswar
Friday, March 29, 2024
Homeଗଣେଶ ପୂଜାକ'ଣ ପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ

କ’ଣ ପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ

ଭୁବନେଶ୍ୱର : ଗଣେଶ ଚତୁର୍ଥୀ, ବିକ୍ରମ ସଂବତର ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ପାଳନ କରାଯାଏ । ଏହି ଶୁଭଦିନକୁ ହିନ୍ଦୁଧର୍ମରେ ଗଣେଶଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ । ଏହି ପର୍ବ ଦଶଦିନ ଧରି ଚାଲେ ଓ ଅନନ୍ତ ଚତୁର୍ଦ୍ଦଶୀରେ ସମାପ୍ତ ହେଇଥାଏ । ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ । ବିନାୟକ ବ୍ରତକଥାରେ ଉଲ୍ଲେଖ ରହିଛି ଯେ ଏହି ବ୍ରତର ମାହାତ୍ମ୍ୟ ସ୍କନ୍ଧ ପୁରାଣରେ ବର୍ଣିତ। ଗୋମତୀ ନଦୀ କୂଳରେ ସୂତ ମୁନି ଅନ୍ୟ ଋଷିମାନଙ୍କର ଜିଜ୍ଞାସାକୁ ପ୍ରଶମନ କରି ବିନାୟକ ବ୍ରତ ପାଳନ କଲେ ମନୁଷ୍ୟମାନେ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସଂପଦ ଲାଭ କରି ପାରିବେ ବୋଲି ବୟାନ କରିଛନ୍ତି। ଏହି ବ୍ରତର ବିଧିବିଧାନ ସ୍ୱୟଂ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି । ଏହି ବ୍ରତ ପାଳନ କରି ଯୁଧିଷ୍ଠିର ରାଜ୍ୟ ଫେରି ପାଇଥିଲେ। ସେଥିପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ।

ସମସ୍ତେ ଜାଣନ୍ତି ଯେ ଭଗବାନ ଗଣେଶଙ୍କ ବାହନ ମୂଷା। ହେଲେ ମୂଷା କେମିତି ଗଣେଶଙ୍କ ବାହନ ହେଲେ ସେ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ଗଣେଶ ଓ ମୂଷାର ସମ୍ପର୍କ ନେଇ ବିଭିନ୍ନ ପ୍ରକାର କାହାଣୀ ରହିଛି । ସେହି ମଧ୍ୟରୁ ଆଜି ଆମେ ଆପଣଙ୍କୁ ଗୋଟିଏ କାହାଣୀ କହିବୁ ଯେଉଁଥିରୁ ଆପଣ ଜାଣି ପାରିବେ ଯେ ମୂଷା କେମିତି ଗଣେଶଙ୍କ ବାହନ ହେଲା। ପୁରାଣ ଅନୁସାରେ ଗଜମୁଖାସୁର ନାମକ ଏକ ରାକ୍ଷସ ସଙ୍ଗେ ଗଜାନନଙ୍କ ଯୁଦ୍ଧ ହୋଇଥିଲା । ହେଲେ ରାକ୍ଷସ ଦେବତାଙ୍କଠୁ ବର ପ୍ରାପ୍ତ କରିଥିଲା ଯେ କୌଣସି ଅସ୍ତ୍ରରେ ତା’ର ମୃତ୍ୟୁ ହେବ ନାହିଁ। ଯୁଦ୍ଧରେ ଗଣେଶ ଯେତେ ପ୍ରକାର ଚେଷ୍ଟା କରିଥିଲେ ବି ରାକ୍ଷସଙ୍କୁ ପରାଜିତ କରିପାରିନଥିଲେ । ଶେଷରେ ବୁଦ୍ଧି ଲଗାଇ ନିଜ ଦାନ୍ତରେ ରାକ୍ଷସକୁ ନିହତ କରିବାକୁ ଉଦ୍ୟମ କଲେ। ଏଥିରେ ରାକ୍ଷସ ଭୟଭୀତ ହୋଇ ମୂଷା ରୂପ ଧାରଣ କରିନେଇଥିଲା । ଦୌଡ଼ିବାକୁ ଚେଷ୍ଟା କରିଥିଲା । ହେଲେ ଗଣେଶ ରାକ୍ଷସକୁ ଧରିବାରେ ସକ୍ଷମ ହୋଇଥିଲେ । ତାକୁ ବାନ୍ଧି ଦେଇଥିଲେ। ତା’ପରେ ରାକ୍ଷସ ଭଗବାନ ଗଣେଶଙ୍କୁ କ୍ଷମା ମାଗିଥିଲା । ସେତେବେଳେ ଗଣେଶ ତାକୁ ନିଜ ବାହାନ କରି ତାକୁ ଜୀବନ ଦାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking