27.1 C
Bhubaneswar
Saturday, April 26, 2025
Homeଓଡିଶାଦୁର୍ଦ୍ଦାନ୍ତ ଅପରାଧୀକୁ ଧରିଲେ ଫାଣ୍ଡି ଅଧିକାରୀ

ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିଲେ ଫାଣ୍ଡି ଅଧିକାରୀ

ନୟାହାଟ: ପୁରୀ ଜିଲ୍ଲା ଗୋପ ଥାନା ଅଧିନସ୍ଥ ନୟାହାଟ ଫାଣ୍ଡି ଅଞ୍ଚଲୁ ୫୦ହଜାର ଟଙ୍କା ରାହାଜାନୀ କରୁଥିବା ଯୁବକକୁ ସ୍ଥାନୀୟ ଜନସାଧାରଣ ଓ ପୁଲିସ ସହାୟତାରେ ଗିରଫ କରାଯାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ନୟାହାଟ ଫାଣ୍ଡି ନିକଟରେ ଥିବା ଭାରତ ପେଟ୍ରୋଲ ପମ୍ପ୍‌ରେ ସେଲସ୍‌ମ୍ୟାନ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବକ ସୁବାସ ବେହେରା(୪୩)ଙ୍କର ଘର ନିକଟସ୍ଥ ଯୋଗେଶ୍ୱରପୁର ଗ୍ରାମରେ । ତାଙ୍କ ପିତାଙ୍କ ନାମ ରାମଚନ୍ଦ୍ର ବେହେରା । ଗତକାଲି ରବିବାର ଦିବା ୪ଟା ସମୟରେ ପେଟ୍ରୋଲ ପମ୍ପ୍‌ର ମ୍ୟାନେଜର ସୁବାସକୁ ୫୦ହଜାର ଟଙ୍କା ଦେଇ ପମ୍ପ ମାଲିକଙ୍କ ଘରକୁ ପଠାଇଥିଲେ । ସୁବାସ ଏକ ସାଇକେଲ ମାଧ୍ୟମରେ ମାଲିକଙ୍କ ଘର ସିଙ୍ଗିପାନିଆକୁ ଯିବାବାଟରେ ଆଖଣ୍ଡଳମଣି ନିକଟରେ ସାମ୍ନାପଟୁ ଏକ ପଲ୍‌ସର୍ ବାଇକରେ ଜଣେ ଯୁବକ ଆସି ସୁବାସଙ୍କ ଠାରୁ ଟଙ୍କା ନେଇ ଫେରାର ହୋଇଯାଇଥିଲା ।

ତତକ୍ଷଣତଃ ସୁବାସ ନିକଟସ୍ଥ ପେଟ୍ରୋଲ ପମ୍ପରେ ଖବର ଦେଇଥିଲା । ଆଉ ପେଟ୍ରୋଲ ପମ୍ପ କର୍ମଚାରୀମାନେ ନୟାହାଟ ଫାଣ୍ଡିକୁ ଜଣାଇବା ସହିତ ଚୋରର ଫିଛା କରିଥିଲେ । ଯୋଗେଶ୍ୱରପୁରଠାରୁ ବିଶୁଲିପଡ଼ା ରାସ୍ତାରେ ଉକ୍ତ ଯୁବକକୁ ଫାଣ୍ଡି ଅଧିକାରୀ କୁନାଲ କୁମାର କାବୁ କରିଥିଲେ । ଟଙ୍କା ଓ ଏକ ଚୋରା ବାଇକ ସହିତ ଅଭିଯୁକ୍ତକୁ ଗିରଫ କରି ଥାନାକୁ ଆଣିଥିଲେ । ଅଭିଯୁକ୍ତର ଘର ପୁରୀ ଜିଲ୍ଲା ହରଚଣ୍ଡୀ ସାହି ବୋଲି ଜଣାପଡ଼ିଛି । ସୋମବାର ଦିନ କୋର୍ଟଚାଲାଣ କରାଯାଇଥିବା ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି । ନୟାହାଟ ଅଞ୍ଚଳଟି ପୁରୀ ଜିଲ୍ଲାର ବ୍ୟବସାୟିକ ଦୁଷ୍ଟିକୋଣରୁ କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ଏଠାରେ ଅପରାଧୀଙ୍କ ସଂଖ୍ୟା ମଧ୍ୟ ଅଧିକ ଥିବାରୁ ଫାଣ୍ଡିରେ ଦକ୍ଷତା ବୃଦ୍ଧି କରିବା ସହିତ ଫାଣ୍ଡିକୁ ଏକ ନିଜସ୍ୱ ଗାଡି ଯୋଗାଇଦେବା ପାଇଁ ବ୍ୟବସାୟୀ ସଂଘ ତରଫରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking