ବେଙ୍ଗାଲୁର: ବେଙ୍ଗାଲୁରୁର ବାନେରଘାଟ୍ଟା ନ୍ୟାସନାଲ ପାର୍କରେ ୭ କଲରାପତରିଆ ଶାବକଙ୍କର ମୃତ୍ୟୁ ଘଟିଛି । ଏମାନଙ୍କ ବୟସ ୩ ରୁ ୧୦ ମାସ ମଧ୍ୟରେ ବୋଲି ଜଣାପଡିଛି । ପାନ୍ଲ୍ୟୁକୋପେନିଆ ଭୂତାଣୁ ସଂକ୍ରମଣ ଯୋଗୁଁ ଏମାନଙ୍କର ମୃତ୍ୟୁ ଘଟିଥିବା ପାର୍କ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଗଷ୍ଟ ୨୨ରେ ଗୋଟିଏ ଶାବକ ସଂକ୍ରମଣର ଶିକାର ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ଅନ୍ୟ ଶାବକଙ୍କୁ ବ୍ୟାପିଥିଲା ।