23.1 C
Bhubaneswar
Saturday, October 19, 2024
Homeଅପରାଧବନ୍ଧୁ ସାଜିଲା ବଇରି, ଘରକୁ ଡାକିନେଇ କଲା ହତ୍ୟା

ବନ୍ଧୁ ସାଜିଲା ବଇରି, ଘରକୁ ଡାକିନେଇ କଲା ହତ୍ୟା

ବାଙ୍କୀ : ବନ୍ଧୁ ସାଜିଲା ବଇରି । ମଦ ପିଇବାକୁ ଡାକିନେଇ ହତ୍ୟା, ଅଭିଯୁକ୍ତ ଗିରଫ । କଟକ ଜିଲ୍ଲା ବାଙ୍କୀ ଥାନା ଡମପଡା ପଞ୍ଚାୟତର ବ୍ରାହ୍ମଣୀଆ ଗାଁରେ ଜଣେ ଯୁବକକୁ ହତ୍ୟା ନେଇ ଅଭିଯୋଗ କରାଯାଇଛି । ଗତ ୧୧ ତାରିଖ ରାତିରେ ଗାଁର ଅଶୋକ ନାୟକ ଓରଫ ମୁନ୍ନା, କାବୁ ଭୋଇଙ୍କ ଘରକୁ ଆସି ଡମପଡା ମଦ ପିଇବାକୁ ଯିବା କହି ଡାକି ନେଇ ଥିଲା। ମଦ ପିଇବା ପରେ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା । କାବୁଙ୍କ ମୁଣ୍ଡକୁ ମୁନା ଆକ୍ରମଣ କରିବା ସହ ରକ୍ତ ଜୁଡୁବୁଡୁ ଆବସ୍ଥାର ଛାଡ଼ି ପଳାଇଆସିଥିଲା। ଗାଁଲୋକେ ଏ ସଂପର୍କରେ ବାଙ୍କୀ ଥାନାକୁ ଖବର ଦେବା ସହିତ କାବୁଙ୍କୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । କାବୁଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ମୁନ୍ନାକୁ ଗିରଫ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking