25.1 C
Bhubaneswar
Friday, November 22, 2024
Homeଅପରାଧମଦ ପାଇଁ ନଥିଲା ଚାଖଣା, ତା ପରେ ଯାହା ହେଲା ପଢିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ

ମଦ ପାଇଁ ନଥିଲା ଚାଖଣା, ତା ପରେ ଯାହା ହେଲା ପଢିଲେ ଆଶ୍ଚର୍ଯ୍ୟ ହୋଇ ରହିଯିବେ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଲକ ଡାଉନକୁ ସାମାନ୍ୟ କୋହଳ କରିଛନ୍ତି କେନ୍ଦ୍ର ସରକାର । ସେଥିପାଇଁ ଗ୍ରୀନଜୋନରେ ମଦ ଦୋକାନ ଖୋଲିବାକୁ ନିଷ୍ପତି ନେଇଥିଲେ । ଆଉ ଲୋକମାନଙ୍କର ବି ମଦ ପ୍ରତି ବେଶ୍ ଚାହିଦା ପରିଲକ୍ଷିତ ହୋଇଥିଲା । ହେଲେ ମଦ ଦୋକାନ ଖୋଲିବା ପରେ ଅନେକ ଜାଗାରେ ବିଶୃଙ୍ଖଳା ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ହେଲେ ଏହି ମଦ, ଜଣେ ଯୁବକଙ୍କର ମୃତ୍ୟୁର କାରଣ ପାଲଟିଛି । ମଦରେ ଚାଖଣା ନଥିବାରୁ ସାଙ୍ଗକୁ ଆଉ ଜଣେ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ଆସିଛି । ଏଭଳି ଅଭାବନୀୟ ଘଟଣା ତାମିଲନାଡୁରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ତାମିଲନାଡୁର ଚେଙ୍ଗଲପୁରା ଜିଲ୍ଲାର ଗୁଦୁଭାନଚେରୀ ସହରରେ ଜଣେ ୩୮ ବର୍ଷୀୟ ବ୍ୟକ୍ତି ୪୩ ବର୍ଷୀୟ ବନ୍ଧୁଙ୍କୁ ଛୁରୀରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । କାରଣ ସେ ମଦ ସହିତ ଚାଖଣା ବ୍ୟବସ୍ଥା କରି ନଥିଲେ । ହେଲେ ଏବେ ବି ତେବେ ବାସୁ ନାମକ ଅଭିଯୁକ୍ତକୁ ପୋଲିସ ଏପର‌୍ୟ୍ୟନ୍ତ ଗିରଫ କରିପାରିନଥିବା ସୂଚନା ମିଳିଛି ।
ପୋଲିସର ସୂଚନା ଅନୁସାରେ, ଉଭୟ ରିଅଲ୍ ଇଷ୍ଟେଟ୍ ବ୍ୟବସାୟରେ ଦଲାଲ୍ ବା ବ୍ରୋକର ଭାବରେ କାମ କରୁଥିଲେ । ଅଧିକ ଆୟ ପାଇଁ କ୍ୟାବ୍ ଚଲାଉଥିଲେ । ଏହାଛଡା ବିଭିନ୍ନ ସ୍ଥାନରେ ଫୁଲ ବିକ୍ରି ମଧ୍ୟ କରୁଥିଲେ । ତାମିଲନାଡୁରେ ଲକଡାଉନ୍ ସମୟରେ ମଦ ଦୋକାନ ଖୋଲିବା ପରେ ଦୁହେଁ ମଦ ପିଇବାକୁ ଯୋଜନା କରିଥିଲେ । ଯୋଜନା ଅନୁଯାୟୀ ବିନାୟଗାମଙ୍କୁ ମଦ କିଣିବାକୁ ପଡୁଥିବା ବେଳେ ଅନ୍ୟ ଜଣେ ବନ୍ଧୁ ବାସୁଙ୍କୁ ସାଇଡ୍ ଡିସ୍ ପାଇଁ ବତକର ମାଂସ କିଣି ରାନ୍ଧିବାର ଥିଲା । ବାସୁ ତାଙ୍କ ବନ୍ଧୁଙ୍କ ସହିତ ମଦ ପିଇବାକୁ ଏକ ଫାର୍ମକୁ ନିମନ୍ତ୍ରଣ କରିଥିଲେ । ଯେତେବେଳେ ସେମାନେ ପିଇବାକୁ ବସିଲେ । ବାସୁ ତାଙ୍କ ବନ୍ଧୁଙ୍କୁ କହିଥିଲେ ଯେ ସେ ବତକ ମାଂସ ଆଣି ନାହାଁନ୍ତି ।
ଏହା ଶୁଣି ବିନାୟଗାମ ବହୁତ ରାଗି ଯାଇଥିଲା । ପରେ ଏହାକୁ ନେଇ ଦୁହେଁ ଯୁକ୍ତିତର୍କ ଆରମ୍ଭ କଲେ । ବାସୁଙ୍କୁ ଛୁରୀ ମାରି ବିନାୟଗାମ ଘଟଣାସ୍ଥଳରୁ ଫେରାଇ ହୋଇଯାଇଥିଲା । ପରେ ବିନାୟଗାମଙ୍କ ମୃତଦେହକୁ ଜଣେ ବ୍ୟକ୍ତି ଦେଖିଥିଲେ । ଏହା ପରେ ସେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଟିମ୍ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଆଉ ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking