29.1 C
Bhubaneswar
Thursday, April 25, 2024
Homeଖେଳଫ୍ରେଞ୍ଚ୍ ଓପନ୍‌: ଷ୍ଟିଫେନ୍ସ ଓ ଜୋକୋଭିଚ୍ ବିଜୟୀ

ଫ୍ରେଞ୍ଚ୍ ଓପନ୍‌: ଷ୍ଟିଫେନ୍ସ ଓ ଜୋକୋଭିଚ୍ ବିଜୟୀ

ପ୍ୟାରିସ୍ : ଚଳିତ ଫ୍ରେଞ୍ଚ୍ ଓପନ୍‌ର ଦ୍ୱିତୀୟ ଦିନରେ ଆମେରିକାର ସ୍ଲୋନ୍ସ ଷ୍ଟିଫେନ୍ସ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ସୋମବାର ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ଷ୍ଟିଫେନ୍ସ ପ୍ରଭାବଶାଳୀ ପ୍ରଦର୍ଶନ ପୂର୍ବକ ପୂର୍ବତନ ଏକ ନମ୍ବର ଖେଳାଳି କାଟେରିନା ପ୍ଲିସ୍କୋଭାଙ୍କୁ ୬-୦, ୬-୪ରେ ପରାସ୍ତ କରିଛନ୍ତି । ୫ ବର୍ଷ ତଳେ ଏଠାରେ ଫାଇନାଲ୍ ଖେଳିଥିବା ୩୦ ବର୍ଷୀୟା ଷ୍ଟିଫେନ୍ସ ପ୍ରାରମ୍ଭରୁ ତାଙ୍କର ଦବ୍‌ଦବା ଦେଖାଇଥିଲେ ।

ଏଥିସହ ମାତ୍ର ୪୯ ମିନିଟ୍‌ରେ ସେ ପ୍ରଥମ ସେଟ୍‌ରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ସେଟ୍‌ରେ ପ୍ଲିସ୍କୋଭା ୩୧ଟି ଅନ୍‌ଫୋର୍ସଡ ଏରର୍ କରିବା ସହ ୬ ଥର ଡବଲ୍ ଫଲ୍‌ଟ କରିଥିଲେ । ଏହା ବିଶ୍ୱର ପୂର୍ବତନ ତିନି ନମ୍ବର ଖେଳାଳି ଷ୍ଟିଫେନ୍ସଙ୍କୁ ପ୍ରତ୍ୟାବର୍ତ୍ତନ ସୁଯୋଗ ଦେଇଥିଲା । ସେ ପ୍ଲିସ୍କୋଭାଙ୍କ ସର୍ଭିସ୍ ଦୁଇ ଥର ବ୍ରେକ୍ କରିବା ସହ କ୍ରମାଗତ ୩ଟି ଗେମ୍‌ରେ ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡ୍‌କୁ ଉନ୍ନୀତ ହୋଇଥିଲେ । ଷ୍ଟିଫେନ୍ସ ଅଦ୍ୟାବଧି ତାଙ୍କ କ୍ୟାରିଅର୍‌ର ଏକମାତ୍ର ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ଗତ ୨୦୧୭ ୟୁଏସ୍ ଓପନ୍‌ରେ ହାସଲ କରିଥିବା ବେଳେ ଗତ ବର୍ଷ ଏଠାକାର କ୍ଲେ କୋର୍ଟ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍ ପର୍ଯ୍ୟନ୍ତ ଯାଇପାରିଥିଲେ ।

ସେହିପରି ପୁରୁଷ ସିଙ୍ଗଲ୍ସରେ ସର୍ବିୟାର ନୋଭାକ୍ ଜୋକୋଭିଚ୍ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି । ଏଠାରେ ଦୁଇ ଥର ଚାମ୍ପିଅନ୍ ହୋଇଥିବା ବିଶ୍ୱର ୩ ନମ୍ବର ଖେଳାଳି ଜୋକୋଭିଚ୍ ତାଙ୍କର ପ୍ରଥମ ମ୍ୟାଚ୍‌ରେ ଆମେରିକାର ଡେବ୍ୟୁଟାଣ୍ଟ୍ ଆଲେକ୍‌ଜାଣ୍ଡର୍ କୋଭାସେଭିକ୍‌ଙ୍କୁ ୬-୩,୬-୨,୭-୬(୭/୧)ରେ ହରାଇଛନ୍ତି । ଏଠାରେ ଚାମ୍ପିଅନ୍ ହୋଇ ସର୍ବାଧିକ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ରେକର୍ଡ ହାସଲ ଲକ୍ଷ୍ୟରେ ଥିବା ଜୋକୋଭିଚ୍ ଦ୍ୱିତୀୟ ରାଉଣ୍ଡ୍‌ରେ ହଙ୍ଗେରୀର ମାର୍ଟନ୍ ଫୁସୋଭିକ୍ସଙ୍କୁ ଭେଟିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking