29.1 C
Bhubaneswar
Friday, May 17, 2024
Homeଓଡିଶାଚିତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ରୁଢ଼ାପଦରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର

ଚିତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ରୁଢ଼ାପଦରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର

ଗଞ୍ଜାମ : କଟକ ସ୍ଥିତ ରାଜ୍ୟର ଅଗ୍ରଣୀ ସାମାଜିକ ସେବା ଅନୁଷ୍ଠାନ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ରୁଢ଼ାପଦର ଠାରେ ରବିବାର ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ହାଇକୋର୍ଟ ବିଚାରପତି ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଉମାଶଙ୍କର ମିଶ୍ର ଓ ଜଗନ୍ନାଥପ୍ରସାଦ ବିଡିଓ ଅନୁପ ପଣ୍ଡା ଯୋଗ ଦେଇଥିଲେ । ୧୬ରୁ ଅଧିକ ବିଭାଗରେ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା । ଦୂରଦୂରନ୍ତାରୁ ୨ ହଜାରରୁ ଅଧିକ ବ୍ୟକ୍ତିଙ୍କ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ମାଗଣାରେ ନାମୀଦାମୀ କମ୍ପାନୀର ଔଷଧ ଓ ଅନ୍ୟ ଉପକରଣ ଶିବିରରେ ଭଞ୍ଜନଗର ଏସ୍‌ଡିଜେଏମ୍ ମନସ୍ୱିନୀ ରଥ, ଜେଏମ୍‌ଏଫ୍‌ସି ପ୍ରଜ୍ଞା ରାଉତ ଉପସ୍ଥିତ ଥିଲେ । ରୁଢ଼ାପଦର ସେବାଶ୍ରମ ବିଦ୍ୟାଳୟ ପରିସରରେ ଆୟୋଜିତ ଉକ୍ତ ମାଗଣା ସ୍ୱାସ୍ଥ୍ୟସେବା

ଶିବିରରେ ରାଜ୍ୟର ବହୁ ନାମୀଦାମୀ ଡାକ୍ତର ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ହାଇକୋର୍ଟ ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର ରୁଢ଼ାବଦର ସେବାଶ୍ରମ ବିଦ୍ୟାଳୟ ଠାରେ ପହଞ୍ଚିବା ପରେ ତାଙ୍କୁ ଉତ୍ସର୍ସିିତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଟ୍ରଷ୍ଟ ପକ୍ଷରୁ ପ୍ରଫେସର ଦତ୍ତେଶ୍ୱର ହୋତା ଓ ରାଜେଶ୍ୱର ହୋତାଙ୍କ ସମେତ ଅନ୍ୟମାନେ ପୁଷ୍ପଗୁଚ୍ଚ ଦେଇ ଜଷ୍‌ଟିସ୍ ମହାପାତ୍ରଙ୍କୁ ସ୍ୱାଗତ କରିଥିଲେ । ସେ ସୂଚନା କେନ୍ଦ୍ର ନିକଟରେ ପ୍ରଦୀପ ପ୍ରଜ୍ଜଳନପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ସେ ବିଭିନ୍ନ ବିଭାଗରେ ଚିକିତ୍ସିତ ହୋଇ ମାଗଣା ଔଷଧ ନେବାକୁ ଥିବା କେତେକ ଲୋକଙ୍କୁ ଔଷଧ ବିତରଣଣ ମଧ୍ୟ କରିଥିଲେ । ପରେ ଜେନେରାଲ ଓପିଡ଼ି, ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଭାଗ , ହୃଦ୍ ରୋଗ, ଶିଶୁ ରୋଗ, କଣ୍ଣ-ନାସା-ଗଳା ବିଭାଗ, ପାଥୋଲୋଜି, ରୁମାଟୋଲୋଜି, ଚର୍ମ ରୋଗ, ଭେଷଜ, ସର୍ଜରୀ, ଦନ୍ତ ରୋଗ, ଗ୍ୟାଷ୍ଟ୍ରୋଲୋଜୀ, ଅସ୍ଥିଶଲ୍ୟ ବିଭାଗ, ମୂତ୍ର ରୋଗ, ଚକ୍ଷୁରୋଗ ଓ ଇସିଜି ଆଦି ବିଭାଗ ବୁଲି ଦେଖିବା ସହ ରୋଗୀଙ୍କ ସାଙ୍ଗରେ ଆଲୋଚନା କରିଥିଲେ । ଚକ୍ଷୁ ଚିକିତ୍ସା ବିଭାଗ ପକ୍ଷରୁ ରୋଗୀଙ୍କ ମାଗଣା ଔଷଧ ଓ ଚଷମା ବିତରଣ କରାଯାଇଥିବା ବେଳେ ଜଷ୍ଟିସ ମହାପାତ୍ର ଜଣେ ରୋଗୀଙ୍କୁ ଚଷମା ପିନ୍ଧାଇ ସେ ଠିକ୍ ଭାବେ ପଢ଼ି ପାରୁଛନ୍ତି କି ନାହିଁ ପରୀକ୍ଷା କରିଥିଲେ ।

ସେହିପରି ଫିଜିଓଥେରାପି ବିଭାଗରେ ଉପସ୍ଥିତ ରହି ଜଷ୍ଟିସ ମହାପାତ୍ର ଲୋକଙ୍କୁ କିଭଳି ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ତାହା ଦେଖିଥିଲେ । ସେଠାରେ ଅଣ୍ଟାରେ ଯନ୍ତ୍ରଣା ଭୋଗୁଥିବା କିଛି ରୋଗୀଙ୍କୁ ଜଷ୍ଟିସ ମହାପାତ୍ର ମାଗଣାରେ ଦିଆଯାଇଥିବା ବେଲଟ ପିନ୍ଧାଇ ଦେବା ସହ ରୋଗୀ କିଭଳି ସୁସ୍ଥ ଅନୁଭବ କରୁଛନ୍ତି ତାହା ବୁଝିଥିଲେ । ୨୦୯ ଜଣ ଚଷମା ନେଇଥିବା ବେଳେ ୭୦ଜଣ କିଡ୍‌ନୀ ରୋଗୀ ଚିକିତ୍ସିତ ହୋଇଥିଲେ । ୩୦୦ଜଣ ଅଣ୍ଟା ରୋଗୀଙ୍କ ଫିଜିଓଥେରାପୀ କରାଯାଇ ଅଣ୍ଟା ବେଲ୍ଟ ଦିଆଯାଇଥିବା ସ୍ଥଳେ ୧୫୦ ଦନ୍ତ ରୋଗୀଙ୍କ ଚିକିତ୍ସା କରାଯାଇଥିଲା । ୩୪ଜଣଙ୍କ ଦାନ୍ତ ଉପାଡ଼ିଥିଲେ ଡାକ୍ତର । ଶିବରକୁ ଆସିଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ମାଗଣା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା । ଜଷ୍ଟିସ ମହାପାତ୍ର ଉପାନ୍ତ ଇଲାକାରେ ଏଭଳି ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟର ଉଚ୍ଚପ୍ରଶଂସା କରିଥିଲେ । ଅନୁଷ୍ଠାନର ଉଦ୍ୟୋକ୍ତା ପ୍ରଫେସର ଡ. ଦତ୍ତେଶ୍ୱର ହୋତା କହିଛନ୍ତି ଯେ, ଏହା ଅନୁଷ୍ଠାନର ୩୭ତମ ମେଗା ସ୍ୱାସ୍ଥ୍ୟ ଶିବିର । ରାଜ୍ୟର ବିଭିନ୍ନ ଉପାନ୍ତ ଇଲାକାରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଲକ୍ଷରେ ଅନୁଷ୍ଠାନ ଏଭଳି କିଛି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ବାଛିଥାଏ । ଏଭଳି ଅଞ୍ଚଳାବାସୀଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପାଇଁ ବିଶେଷ ସମ୍ବଳ ନଥିବା ବେଳେ ଅନେକ ସ୍ଥାନରେ ଲୋକମାନେ ନିଜକୁ ଭଗବାନଙ୍କ ଭରସାରେ ଛାଡ଼ି ଦେଇଥା’ନ୍ତି ।

ଏଭଳି ସ୍ଥିତିରେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ସାଙ୍ଗକୁ ମାଗଣା ଔଷଧ ବିତରଣ କରି ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ କର୍ମକତ୍ତାମାନେ ବେଶ୍ ଖୁସି ଅନୁଭବ କରନ୍ତି ବୋଲି ଉଲେ୍‌ଊଖ କରିଛନ୍ତି । ଡ. ସୁଜାତା ପୂଜାରୀ, ଡ. ବିଦ୍ୟୁତ୍ ଦାଶ, ଡ. ସୌମ୍ୟ ତ୍ରିପାଠୀ ଓ ତାଙ୍କ ପତ୍ନୀ, ଡ.ରୀନା ତ୍ରିପାଠୀ, , ଡ. ବି.ବି ନାୟକ, ଡ. ଅରୁଣ ଆଚାର୍ଯ୍ୟ, ଡ.ହଳଧର ନାୟକ, ଡ. ଅରୁଣ ଆଚାର୍ଯ୍ୟ, ଡ. ସୁବ୍ରତ ବେହେରା, ଡ. ସିଦ୍ଧାନ୍ତ କର, ଡ. ବି.ପି ପତି, ଡ. ଅରକ୍ଷିତ ସ୍ୱାଇଁ, ଡ. ଲିଙ୍ଗରାଜ ପ୍ରଧାନ, ଡ. ଗୌରବ ଶର୍ମା ,ଡ. ରାଜେଶ ସାହୁ ଓ ଡ. ବିଦ୍ୟାପତି ଆଚାର୍ଯ୍ୟ ପ୍ରମୁଖ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଅନ୍ୟପକ୍ଷରେ ଏଭଳି ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ମଧ୍ୟ ଏହାକୁ ନେଇ ବୋ୍ ଖୁସି ବ୍ୟକ୍ତ କରିଛନ୍ତି ।

ବହୁ ନାମୀଦାମୀ କମ୍ପାନୀର ମାଗଣା ଔଷଧ ସହ କଟକ ଏସ୍‌ସିବି ମେଡିକାଲ୍ କଲେଜ୍ ହସ୍ପିଟାଲ୍ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବହୁ ବରିଷ୍ଠ ଓ ନାମୀଦାମୀ ଡାକ୍ତର ଲୋକଙ୍କ ଚିକିତ୍ସା କରିଥିବାରୁ ଅଞ୍ଚଳାବାସୀ ଆନନ୍ଦିତ ହୋଇଛନ୍ତି । ଅଞ୍ଚଳରେ ପୂର୍ବରୁ ଏଭଳି ମେଗା ସ୍ୱାସ୍ଥ୍ୟ ଶିବିର କେବେବି ଆୟୋଜିତ ହୋଇପାରିନଥିଲା । ତେଣୁ ଏଭଳି ଚିକିତ୍ସା ଶିବିର ରୁଢ଼ାବଦର ଭଳି ୂ ଆଦିବାସୀ ଅଧ୍‌ୁ୍ୟଷିତ ଇଲାକାରେ ଆୟୋଜିତ କରାଯାଇଥିବାରୁ ଏହାର ଉଦ୍ୟୋକ୍ତା ପ୍ରଫେସର ଡ. ଦତ୍ତେଶ୍ୱର ହୋତାଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଜାନୁଆରୀ ମାସ ୯ ଓ ୧୦ ତାରିଖରେ ବରଗଡ଼ ଜିଲ୍ଲାର ଆମ୍ବୋଭନା ଠାରେ ୩୦ତମ ଜିଲ୍ଲା ତଥତା ୩୮ତମ ଶିବିର ହେବ ବୋଲି ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking