31.1 C
Bhubaneswar
Friday, October 18, 2024
Homeଓଡିଶାଅନ୍‌ଲାଇନ୍ ଜୋତାକିଣାରେ ଠକେଇ; ୬୦ ହଜାର ଜରିମାନା ଦେବାକୁ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ

ଅନ୍‌ଲାଇନ୍ ଜୋତାକିଣାରେ ଠକେଇ; ୬୦ ହଜାର ଜରିମାନା ଦେବାକୁ ଖାଉଟି ଅଦାଲତଙ୍କ ନିର୍ଦ୍ଦେଶ

କଟକ: ଅନ୍‌ଲାଇନ୍ ମାଧ୍ୟମରେ କିଣା ଯାଇଥିବା ୧୩୧୯ ଟଙ୍କାର ଏକ ଜୋତା ପାଇଁ କମ୍ପାନିକୁ ୬୦ ହଜାର ଟଙ୍କା ଜରିମାନା ଦେବାକୁ କଟକ ଖାଉଟି ଅଦାଲତ ରାୟ ପ୍ରଦାନ କରିଛନ୍ତି । ଏଥିସହ ଜୋତାର କିଣାମୂଲ୍ୟ ୧୩୧୯ ଟଙ୍କା ମିଶି ମୋଟ ୬୧ ହଜାର ୧୯ ଟଙ୍କା ଆବେଦନକାରୀଙ୍କୁ ୩୦ ଦିନ ମଧ୍ୟରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାମଲାର ବିବରଣୀ ଅନୁଯାୟୀ, ବାଦାମବାଡ଼ି ଥାନା ଅଞ୍ଚଳର ଦୀପକ ରଞ୍ଜନ ଷଡ଼ଙ୍ଗୀ ଅନ୍‌ଲାଇନ୍ ଜରିଆରେ ଏକ ଜୋତା ୧୩୧୯ ଟଙ୍କା ପୈଠ କରି ମଗାଇଥିଲେ ।

ହେଲେ ସେ ଜୋତାଟି ପାଇବା ପରେ ତାହା ସେଅର୍ଡର କରିଥିବା କମ୍ପାନୀର ନୁହେଁ ବୋଲି ଜାଣିବାକୁ ପାଇଥିଲେ । ଏନେଇ ସେ ସମ୍ପୃକ୍ତ କମ୍ପାନୀକୁ ଇମେଲ ଯୋଗେ ଅନେକ ଥର ଅଭିଯୋଗ କରିଥିଲେ ବି କୌଣସି ଫଳ ହୋଇନଥିଲା । ତତ୍‌ପରେ ସେ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ଖାଉଟି ଅଦାଲତର ସଭାପତି ଦେବାଶିଷ ନାୟକ ଓ ସଦସ୍ୟ ଶିବାନନ୍ଦ ମହାନ୍ତି ମାମଲାର ବିଚାର କରି ଏହି ରାୟ ଶୁଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking