35.1 C
Bhubaneswar
Tuesday, May 21, 2024
Homeଓଡିଶାରାଜ୍ୟରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଉ ୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଆଇଏଲ୍‌ଏସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ପୂର୍ବରୁ କଟକ ଓ ଜଗତସିଂହପୁର ଜିଲ୍ଲାରୁ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଭୁବନେଶ୍ୱରୁ ଦୁଇଜଣ ଭଉଣୀ ମଧ୍ୟ ଓମିକ୍ରନ୍‌ରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରରେ ଏବେ ସୁଦ୍ଧା ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଆଜି ପୁଣି ରାଜ୍ୟରେ ଆଉ ୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଆକ୍ରାନ୍ତମାନେ ବିଦେଶ ଫେରନ୍ତା ବୋଲି ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି ।  ତେବେ ଗୋଟିକ ପରେ ଗୋଟିଏ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ସୂଚନାଯୋଗ୍ୟ, ଗତ ଗୁରୁବାର ଦୁଇ ଜଣ ନାବାଳିକା ଓମିକ୍ରନ ଆକ୍ରାନ୍ତ ହୋଇଥିଲେ । ଆକ୍ରାନ୍ତ ଦ୍ୱୟ ମଧ୍ୟରୁ ଜଣକର ବୟସ ୧୧ ଓ ଅନ୍ୟଜଣେ ୧୫ ବର୍ଷ ବୋଲି ଜଣାପଡିଛି । ସେମାନେ ଗତ ୧୩ ତାରିଖରେ ବାପା-ମା’ଙ୍କ ସହ ନାଇଜେରିଆରୁ ଫେରିଥିଲେ । ବାପା-ମା’ଙ୍କ ନେଗେଟିଭ ଆସିଥିବା ବେଳେ ଦୁଇ ଝିଅ ଓମିକ୍ରମ ଆକ୍ରାନ୍ତ ହୋଇଥିଲେ । ସେହିପରି ପୂର୍ବରୁ ଜଗତସିଂପୁର ଓ କଟକର ଦୁଇଜଣ ବିଦେଶ ଫେରନ୍ତା ଓମିକ୍ରମ ଆକ୍ରାନ୍ତ ହୋଇଥିଲେ ।

ରାଜ୍ୟରେ ଆଉ ୧୧୨ ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେତେ ଶିଶୁ ସଂକ୍ରମିତ….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking