19.1 C
Bhubaneswar
Tuesday, January 14, 2025
Homeଓଡିଶାଫରୱାର୍ଡ଼ ବ୍ଲକ୍‌ର ୧୦ମ ରାଜ୍ୟ ସମ୍ମିଳନୀ ଓ ନେତାଜୀ ଜୟନ୍ତୀ ସମାରୋହ ଅନୁଷ୍ଠିତ

ଫରୱାର୍ଡ଼ ବ୍ଲକ୍‌ର ୧୦ମ ରାଜ୍ୟ ସମ୍ମିଳନୀ ଓ ନେତାଜୀ ଜୟନ୍ତୀ ସମାରୋହ ଅନୁଷ୍ଠିତ

ଜ୍ୟୋତି ରଂଜନ ମହାପାତ୍ର ଫରୱାର୍ଡ଼ ବ୍ଲକ୍ ରାଜ୍ୟ କମିଟିର ସାଧାରଣ ସମ୍ପାଦକ ରୂପେ ପୁନଃ ନିର୍ବାଚିତ
ଭୁବନେଶ୍ୱର, : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼
ବ୍ଲକ’ର ୧୦ମ ରାଜ୍ୟ ସମ୍ମିଳନୀ ଓ ନେତାଜୀ ଜୟନ୍ତୀ ସମାରୋହ ୨୨ ଓ ୨୩ ଜାନୁଆରୀ ଦୁଇଦିନ ଧରି ଭୁବନେଶ୍ୱର ୟୁନିଟ୍‌-୬ ସ୍ଥିତ ନେତାଜୀ ଭବନ
ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଜାନୁଆରୀ ୨୨ ତାରିଖ ପୁର୍ବାହ୍ନରେ ଏହି ସମ୍ମିଳନୀକୁ ଫରୱାର୍ଡ଼ ବ୍ଲକର ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା
ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଦେଶ ଓ ରାଜ୍ୟର
ସାମ୍ପ୍ରତିକ, ରାଜନୈତିକ ପରିସ୍ଥିତି, ଦରଦାମ ବୃଦ୍ଧି, ଶ୍ରରମିକ ଛଟେଇ, ପେଟ୍ରୋଲ, ଡ଼ିଜେଲ ଓ ଇନ୍ଧନ ଗ୍ୟାସର ଦରବୃଦ୍ଧି, ବେକାରୀ, କୃଷି ଓ କୃଷକଙ୍କ
ସମସ୍ୟା ସଂକ୍ରାନ୍ତରେ ବିସ୍ତାର ରୂପେ ଆଲୋଚନା କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ବିରୁଦ୍ଧରେ ନେତାଜୀଙ୍କ ରାସ୍ତାରେ ଜନ
ଆନ୍ଦୋଳନକୁ ତୀବ୍ରତର କରି ଏକ ଦେଶପ୍ରେମୀ ଦାୟିତ୍ୱ ନିର୍ବାହ ପାଇଁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ କରିଥିଲେ । ଅନ୍ୟତମ ବକ୍ତା ଭାବରେ ଫରୱାର୍ଡ଼
ବ୍ଲକର ଝାରଖଣ୍ଡ ରାଜ୍ୟ ସାଧାରଣ ସମ୍ପାଦକ ଅରୁଣ କୁମାର ମଣ୍ଡଳ ସମ୍ମିଳନୀର ଉଦ୍‌ଘାଟନୀ ଉତ୍ସବରେ ବକ୍ତବ୍ୟ ରଖି ମୋଦୀ ସରକାରଙ୍କ ଜନବିରୋଧି
ନୀତିକୁ ସମାଲୋଚନା କରିବା ସହ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରଦର୍ଶିତ ମାର୍ଗ ହିଁ ଏକମାତ୍ର ବିକଳ୍ପ ବୋଲି ପ୍ରକାଶ କରିଥିଲେ । ପୂର୍ଣ୍ଣଚନ୍ଦ୍ର ପାଢ଼ୀ,
ଗୋପାଳ ଚନ୍ଦ୍ର ଅଗ୍ରୱାଲ ଓ କମଳା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ
ମହାପାତ୍ର ରାଜନୈତିକ ଓ ସାଂଗଠନିକ ଚିଠା ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ପ୍ରତିନିଧି ବିଭିନ୍ନ
ଜନସମସ୍ୟା ଏବଂ ସାଂଗଠନିକ, ରାଜନୈତିକ ରିପୋର୍ଟ ଉପରେ ନିଜର ମତବ୍ୟକ୍ତ କରିଥିଲେ । ଆଜି ପୂର୍ବାହ୍ନରେ ଫରୱାର୍ଡ଼ ବ୍ଲକ୍‌ର ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଦେବବ୍ରତ ବିଶ୍ୱାସ, ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଂଜନ ମହାପାତ୍ରଙ୍କ ସମେତ ଶତାଧିକ ନେତୃତ୍ୱ ଓ କର୍ମୀମାନେ ରସୁଲଗଡ଼ ସ୍ଥିତ ନେତାଜୀଙ୍କ ପ୍ରତିମୂର୍ତୀରେ ନିକଟକୁ ଯାଇ ମାଲ୍ୟାର୍ପଣ କରିଥିଲେ । ପରେ ନେତାଜୀ ଭବନ ପରିସରରେ ପ୍ରତିନିଧି ଅଧିବେଶନ ଆରମ୍ଭ ହୋଇଥିଲା । ଏହି ପ୍ରତିନିଧି ଅଧିବେଶନରେ ରାଜ୍ୟର ସମସ୍ତ ବିଦ୍ୟୁତ୍ ଉପଭୋକ୍ତାମାନଙ୍କୁ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇଦେବ, ବେକାର ଯୁବକ-ଯୁବତୀଙ୍କୁ ଅଗ୍ରାଧିକାର ଭିତିରେ କର୍ମ ନିଯୁକ୍ତି ଯୋଗାଇଦେବା ପାଇଁ ସରକାରୀ ସ୍ତରରେ ତ୍ୱରିତ ପଦକ୍ଷେପ ଗ୍ରହଣ, ଧାନର ସହାୟକ
ମୂଲ୍ୟ ବୃଦ୍ଧି, ମନରେଗା ଯୋଜନାରେ ମେସିନର ବ୍ୟବହାର ବନ୍ଦ ସହ ଲୋକଙ୍କୁ ବର୍ଷକୁ ଦୁଇଶହ ଦିନ କାମ ଯୋଗାଇଦେବା, ଆକାଶଛୁଆଁ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ କାର୍ଯ୍ୟାନୁଷ୍ଠାନ,ମହାନଦୀ ସମେତ ଅନ୍ୟାନ୍ୟ ନଦୀମାନଙ୍କରେ ଚେକ୍‌ଡ଼୍ୟାମ ନିର୍ମାଣ କରି କୃଷି କ୍ଷେତକୁ ଜଳ ସେଚନର
ବ୍ୟବସ୍ଥା କରିବା ଦାବିରେ ବିଭିନ୍ନ ପ୍ରସ୍ତାବମାନ ଆଗତ କରାଯାଇଥିଲା । ଏହି ସମ୍ମିଳନୀର ଅନ୍ତିମ ପର୍ଯ୍ୟାୟରେ ଏକ ୪୯ ଜଣିଆ ଫରୱାର୍ଡ଼ ବ୍ଲକ୍‌ର ଓଡ଼ିଶା
ରାଜ୍ୟ କମିଟି ସର୍ବସମ୍ମତି କ୍ରମେ ଗଠିତ ହୋଇଥିଲା । ଏହି କମିଟିର ସଭାପତି ରୂପେ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ ସାଧାରଣ ସମ୍ପାଦକ ରୂପେ ଜ୍ୟୋତି ରଂଜନ ମହାପାତ୍ର ପୁନଃ ନିର୍ବାଚିତ ହୋଇଥିଲେ । ଉପସଭାପତି ରୂପେ ଗୋପାଳ ଚନ୍ଦ୍ର ଅଗ୍ରୱାଲ, ସର୍ବେଶ୍ୱର ମିଶ୍ର, ସମ୍ପାଦକ ଭାବେ ଶାନ୍ତି ମହାରଣା, ଜିତେନ୍ଦ୍ରୀୟ ବେହେରା, କମଳା ସାହୁ ଏବଂ କୋଷାଧକ୍ଷ ରୂପେ ସମ୍ଭୁ ପ୍ରସାଦ ନିର୍ବାଚିତ ହୋଇଥିଲେ । ସନ୍ଧ୍ୟାରେ ନେତାଜୀ ଜୟନ୍ତୀ
ଅବସରରେ ରଙ୍ଗାରଙ୍ଗ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆଜାଦ୍ ହିନ୍ଦ ବାହିନୀର କମାଣ୍ଡର ଲକ୍ଷ୍ମୀ ଦୋରା, ଶୁସିଲ ଥାନପତି, ଛାତ୍ର ନେତା ବିକ୍ରମ କାଣ୍ଡି, ଦୁର୍ଯ୍ୟୋଧନ ପୁଜାରୀ, ସନ୍ତୋଷ ସାହୁ ଓ ପ୍ରମିଳା ଦାସ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking