22.1 C
Bhubaneswar
Friday, January 10, 2025
Homeଦେଶ ବିଦେଶପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପରଲୋକ

ଚଣ୍ଡିଗଡ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳିଦଳ ନେତା ପ୍ରକାଶ ସିଂ ବାଦଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଛି । ମୋହାଲିର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା । ସେ ବୟସ ଜନିତ ରୋଗ ଓ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡ଼ିତ ଥିଲେ। ପଞ୍ଜାବର ୫ଥର ମୁଖ୍ୟମନ୍ତ୍ରୀ ଥିଲେ ପ୍ରକାଶ ସିଂ ବାଦଲ । ଶିରୋମଣି ଅକାଳୀ ପରିଚିତ ଚେହେରା ଥିଲେ । କ୍ଷମତାସୀନ ବିଜେପି ସହ ସରକାର ଗଠନରେ ସହଯୋଗ କରିଥିଲା। କିନ୍ତୁ କୃଷି ଆଇନକୁ ବିରୋଧ କରି ଅକାଳୀ ଦଳ ବିଜେପିର ହାତ ଛାଡ଼ି ଦେଇଥିଲା।

ଗତବର୍ଷ ଜୁନ ମାସରେ ବାଦଲ ଗ୍ୟାସ ରୋଗରେ ପୀଡ଼ିତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେହିପରି ଗତବର୍ଷ ଫେବୃଆରୀ ମାସରେ କୋଭିଡ ପରବର୍ତ୍ତୀ ଚିକିତ୍ସା ପାଇଁ ସେ ମୋହାଲିର ଗୋଟିଏ ଘରୋଇ ହସ୍ପିଟାଲକୁ ଯାଇଥିଲେ। ସେଠାରେ ତାଙ୍କର ହାର୍ଟ ଚେକଅପ୍‌ ମଧ୍ୟ କରାଯାଇଥିଲା। ବୟସ ଜନିତ ଅସୁସ୍ଥତା କାରଣରୁ ବାଦଲ ସକ୍ରିୟ ରାଜନୀତିରୁ ବେଶ କିଛି ଦିନ ହେଲା ଦୂରେଇ ରହୁଥିଲେ।

ଆଜି ତାଙ୍କ ଦେହାନ୍ତ ଖବରକୁ ଅକାଳୀ ଦଳର ସଭାପତି ତଥା ବାଦଲଙ୍କ ପୁଅ ସୁଖବୀର ସିଂହ ବାଦଲଙ୍କ ସହଯୋଗୀ ନିଶ୍ଚିତ କରିଛନ୍ତି। ଏହି ଭେଟରାନ ରାଜନେତାଙ୍କ ଅନ୍ତିମ ସଂସ୍କାର ଜନ୍ମ ମାଟି ଭାଠିଣ୍ତାରେ ଅନୁଷ୍ଠିତ ହେବ। ଏଠାରେ ଥିବା ବାଦଲ ଗାଁରେ ପ୍ରକାଶ ସିଂହ ବାଦଲଙ୍କ ଜନ୍ମ ହୋଇଥିଲା। ସେଠାରେ ହିଁ ଆସନ୍ତାକାଲି ତାଙ୍କର ଅନ୍ତ୍ୟେଷ୍ଟି କରାଯିବ ବୋଲି ଜଣାପଡ଼ିଛି। ପ୍ରକାଶ ସିଂହ ବାଦଲ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମଥର ୧୯୭୦-୭୧ ଯାଏ କାମ କରିଥିଲେ। ଏହାପରେ ୧୯୭୭ରୁ ୧୯୮୦ ଓ ଶେଷରେ ୨୦୦୭ରୁ ୨୦୧୭ ଯାଏ ସେ ଏହି ପଦରେ ରହିଥିଲେ। ସେ ସର୍ବକନିଷ୍ଠ ରାଜନେତା ଭାବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ମଧ୍ୟ ହାସଲ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking