30.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଶ୍ରୀଲଙ୍କା ଫେରିଲେ ପୂୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

ଶ୍ରୀଲଙ୍କା ଫେରିଲେ ପୂୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

କଲମ୍ବୋ: ଶ୍ରୀଲଙ୍କା ଫେରିଲେ ଗୋଟାବାୟା ରାଜପକ୍ଷେ । ଦୁଇ ମାସ ପୂର୍ବେ ଦେଶ ଛାଡି ପଳାଇଥିବା ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ଗତକାଲି ମଧ୍ୟରାତିରେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ବ୍ୟାଙ୍ଗ୍‌କକ୍‌ରୁ ଫେରି କଲମ୍ବୋ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ସେଠାରେ ତାଙ୍କୁ ଦଳୀୟ ନେତାମାନେ ସ୍ବାଗତ କରିଛନ୍ତି । ଶ୍ରୀଲଙ୍କାରେ ଗୁରୁତର ଆର୍ଥିକ ସଙ୍କଟ ଯୋଗୁଁ ଗୋଟାବାୟା ଦେଶରେ ପ୍ରବଳ ଜନଆକ୍ରୋଶର ଶିକାର ହୋଇ ଜୁଲାଇ ୧୩ରେ କଲମ୍ବୋ ଛାଡି ଚାଲିଯାଇଥିଲେ । ଗୋଟାବାୟା ପ୍ରଥମେ ଶ୍ରୀଲଙ୍କା ଛାଡି ମାଲଦ୍ବୀପ ପଳାଇଥିଲେ । ସେଠାରେ କିଛି ଦିନର ରହଣି ପରେ ପୁଣି ସିଙ୍ଗାପୁର ଯାଇ ଆତ୍ମଗୋପନ କରିଥିଲେ । ସେଠାରେ ସେ ଜୁଲାଇ ୧୪ରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ।

ସିଙ୍ଗାପୁର ସରକାର ତାଙ୍କର ୨୮ ଦିନିଆ ଭିସା ଅବଧି ବୃଦ୍ଧି ନ କରିବା ପରେ ପୁଣିଥରେ ଗୋଟାବାୟା ବ୍ୟାଙ୍ଗକକ୍‌ ଚାଲିଯାଇଥିଲେ । ନିଜର ପତ୍ନୀଙ୍କ ସହ ବ୍ୟାଙ୍ଗକକ୍‌ର ଏକ ଥାଇ ହୋଟେଲରେ ସେ ରହୁଥିଲେ । ଶ୍ରୀଲଙ୍କା ପୋଦୁଇନ ପେରାମୁନାରର ଅନୁରୋଧ କ୍ରମେ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଗୋଟାୟାବାୟଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ । ଶନିବାର ସେ ଶ୍ରୀଲଙ୍କା ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କର ସୁରକ୍ଷା ପାଇଁ ସେନା ଏବଂ ପୋଲିସ କମାଣ୍ଡଙ୍କୁ ନେଇ ନୂଆ ସୁରକ୍ଷା ଡିଭିଜନ ଗଠନ କରାଯାଇଛି । ଏହାସହିତ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତିଙ୍କ ପାଇଁ ଅଙ୍ଗରକ୍ଷୀ, ଏକ ଗାଡି ଏବଂ ବାସସ୍ଥାନର ବ୍ୟବସ୍ଥା କରାଯାଇଥିବା ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking