31.1 C
Bhubaneswar
Tuesday, April 30, 2024
Homeଓଡିଶାଆରପାରିରେ ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସ

ଆରପାରିରେ ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସ

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଭୋଗରାଇର ତିନି ଥରର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର କମଳା ଦାସଙ୍କର ଗତକାଲି ରାତିରେ ପରଲୋକ ହୋଇଯାଇଛି। ଗତ ଦୁଇ ସପ୍ତାହ ତଳେ ସେ ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରେ ଅସୁସ୍ଥ ହେବା ପରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ତାଙ୍କୁ ନିଆଯାଇଥିଲା।ଏହାପରେ ସେ ଫୁସଫୁସଜନିତ ସଂକ୍ରମଣରେ ପୀଡ଼ିତ ଥିବା ଜଣା ପଡିଥିଲା। ୧୨ ଦିନ ତଳେ ତାଙ୍କୁ କଟକର ଅଶ୍ବିନୀ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଠାରେ ସେ ଭେଣ୍ଟିଲେଟରରେ ଗତ ୩ ଦିନ ଧରି ଥିବାବେଳେ ଗତକାଲି ରାତି ସାଢ଼େ ୧୨ ଟା ସମୟରେ ତାଙ୍କର ପରଲୋକ ହୋଇଛି ବୋଲି ତାଙ୍କ ଜ୍ବାଇଁ ସତ୍ୟବ୍ରତ ସ୍ବାଇଁ ଓ ଭଣଜା ଅଶୋକ ଦାସ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

ପ୍ରକାଶଯୋଗ୍ୟ ଯେ ଯେ ୧୯୯୦ ମସିହାରେ ଡାକ୍ତର କମଳା ଦାସ ଡାକ୍ତର ଚାକିରି ଛାଡ଼ି ଜନତା ଦଳ ଟିକଟରେ ଭୋଗରାଇ ବିଧାନସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ବିତା କରି ବିଜୟୀ ହୋଇଥିଲେ। ଏହାପରେ ୧୯୯୫ ମସିହାରେ ସେହି ଜନତା ଦଳ ଓ ୨୦୦୦ ମସିହାରେ ବିଜୁ ଜନତା ଦଳ ଟିକଟରେ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାନସଭାକୁ ହ୍ୟାଟ୍ରିକରେ ନିର୍ବାଚିତ ହେବାରେ ଡାକ୍ତର କମଳା ଦାସ ପ୍ରଥମ ବିଧାୟିକା ଥିଲେ। କେବଳ ବିଧାୟକ ନୁହେଁ ସେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳରେ ଶିକ୍ଷା,ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ଶିଶୁ ବିକାଶ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking