ଭୁବନେଶ୍ୱର : ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ଗିରଫ ହୋଇଛନ୍ତି କଟକ ମହାନଗର ନିଗମର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ । ମିଳିଥିବା ସୂଚନା ଅନୁଯାୟୀ, ରଞ୍ଜିତାଙ୍କ ସହ ୩ ଜଣଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ, ଡ଼ି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ରଞ୍ଜିତା ପୂର୍ବରୁ ଗିରଫ ହୋଇଥିଲେ। ପରେ କିଛିଦିନ ଜେଲ ରେ ରହିବାପରେ ଜାମିନ ରେ ଆସିଥିଲେ । ବେଆଇନ୍ ବନ୍ଧୁକ ରଖିବା ଅଭିଯୋଗରେ ପୁଣି ଥରେ ସେ ଗିରଫ ହୋଇଥିବା ସୂଚନା ମିଳିଥିଲା ।