19.1 C
Bhubaneswar
Tuesday, January 28, 2025
Homeଦେଶ ବିଦେଶପଞ୍ଜାବରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ

ପଞ୍ଜାବରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ

ପଞ୍ଜାବ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ନିର୍ବାଚନରେ ହାରିଛନ୍ତି। ଆମ୍‌ ଆଦମୀ ପାର୍ଟି(ଆପ୍‌) ପ୍ରାର୍ଥୀ ଅଜିତ୍‌ ପାଲ୍‌ ସିଂ କୋହଲିଙ୍କ ଠାରୁ ପାରମ୍ପରିକ ପଟିଆଲା ଅର୍ବାନ ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚନ ହାରିଛନ୍ତି। ପଞ୍ଜାବରେ ସରକାର ବିରୋଧୀ ସ୍ୱରରୁ ଜଣାପଡ଼ୁଥିଲା କ୍ୟାପଟେନ୍ ଅମରିନ୍ଦର ନିର୍ବାଚନରେ ହାରିପାରନ୍ତି। ୨୦୧୭ ନିର୍ବାଚନରେ ଅମରିନ୍ଦର ସିଂ ବିଜୟ ଲାଭ କରିଥିଲେ। ସେତେବେଳେ ତାଙ୍କ ବିଜୟ ବ୍ୟବଧାନ ୪୯% ଥିଲା। ତେବେ ଆଜି ଭୋଟ୍‌ ଗଣତି ପ୍ରାରମ୍ଭରୁ କ୍ୟାପ୍ଟେନ ଅମରିନ୍ଦର ପଛରେ ଚାଲିଥିଲେ। ଶେଷରେ ସେ ୧୩ ହଜାରରୁ ଅଧିକ ଭୋଟ୍‌ରେ ଅଜିତ ପାଲଙ୍କ ଠାରୁ ହାରି ଯାଇଥିବା ଖବର ମିଳିଛି। ୨୦୧୭ରେ କଂଗ୍ରେସ ପଞ୍ଜାବରେ ସରକାର ଗଠନ କରିଥିଲା। କ୍ୟାପ୍ଟେନ୍‌ ଅମରିନ୍ଦର ସିଂ ନେତୃତ୍ୱରେ କଂଗ୍ରେସ ସେଠାରେ ସରକାର ଗଠନ କରିଥିଲା। କିନ୍ତୁ ଗୋଷ୍ଠୀ କନ୍ଦଳ ଧୀରେ ଧୀରେ ଅମରିନ୍ଦର ସରକାରଙ୍କୁ ଗ୍ରାସ କରିଥିଲା।

ନବଜୋତ୍ ସିଂ ସିଦ୍ଧୁ ପଞ୍ଜାବ କଂଗ୍ରେସରେ ଯୋଗଦେବା ପରେ ଦ୍ୱନ୍ଦ୍ୱ ଆରମ୍ଭ ହୋଇଯାଇଥିଲା। ଯେତେବେଳେ ସିଦ୍ଧୁ ପଞ୍ଜାବ କଂଗ୍ରେସର ସଭାପତି ହେଲେ, ସେତେବେଳେ ଅମରିନ୍ଦରଙ୍କୁ ଶକ୍ତ ଝଟକା ଲାଗିଥିଲା। ଶେଷରେ କଂଗ୍ରେସ ଅଣଦେଖା କରୁଥିବା ଅଭିଯୋଗ କ୍ୟାପ୍ଟେନ୍‌ ଅମରିନ୍ଦର ସିଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଛାଡିଥିଲେ। ଏହାପରେ ସେ ୨୦୨୨ ନିର୍ବାଚନ ପୂର୍ବରୁ ହିଁ ପଞ୍ଜାବ ଲୋକ କଂଗ୍ରେସ ନାଁରେ ନିଜର ଗୋଟିଏ ଦଳ ଗଠନ କରିଥିଲେ। ଚଳିତ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ବିଜେପି ସହ ମେଣ୍ଟ କରିଥିଲା। ହେଲେ କ୍ୟାପ୍ଟେନ କିମ୍ବା ବିଜେପି ନିଜ ଲକ୍ଷ୍ୟରେ ପହଞ୍ଚି ପାରିନାହାନ୍ତି। ଅନ୍ୟପକ୍ଷରେ ପଞ୍ଜାବରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌ ସରକାର ଗଠନ କରିବା ଏକ ପ୍ରକାରର ସ୍ପଷ୍ଟ ହୋଇଛି। ପଞ୍ଜାବରେ ଆମ୍‌ ଆଦମୀ ପାର୍ଟି(ଆପ୍‌) ସବୁ ପାର୍ଟିକୁ ପଛରେ ପକାଇ ୯୧ ସିଟ୍‌ ହାତେଇଛି। ପଞ୍ଜାବରେ ୧୧୭ଟି ଆସନରୁ ଆପ୍‌ ୯୧, କଂଗ୍ରେସ ୧୭, ଅକାଳୀ ୬, ବିଜେପି ୨, ଅନ୍ୟାନ୍ୟ ଦଳ ଗୋଟିଏ ଆସନରେ ଆଗୁଆ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking