25.5 C
Bhubaneswar
Friday, August 12, 2022
Homeଉତ୍ତରପ୍ରଦେଶ ରାଜନୀତିଯୋଗୀ ପୁଣି ମୁଖ୍ୟମନ୍ତ୍ରୀ ହେଲେ ମୁଁ ୟୁପି ଛାଡ଼ିଦେବି କହୁଥିବା କଂଗ୍ରେସ ନେତାଙ୍କ ପତ୍ତା ମିଳୁନି

ଯୋଗୀ ପୁଣି ମୁଖ୍ୟମନ୍ତ୍ରୀ ହେଲେ ମୁଁ ୟୁପି ଛାଡ଼ିଦେବି କହୁଥିବା କଂଗ୍ରେସ ନେତାଙ୍କ ପତ୍ତା ମିଳୁନି

ଲକ୍ଷ୍ନୌ: ୟୁପିରେ ବିଜେପିର ଦୃଢ଼ ବହୁମତ ପୁଣି ବିଜେପି ସରକାର ଗଠନ କରିବାକୁ ସକ୍ଷମ ହୋଇଥିବା ବେଳେ ବିରୋଧୀମାନେ ଯୋଗୀଙ୍କ ବିରୁଦ୍ଧରେ ଦେଉଥିବା ମତ ମନ୍ତବ୍ୟ ଏବେ ସବୁ ମଉଳି ଯାଇଛି । ତେବେ ଯୋଗୀ ପୁଣି ମୁଖ୍ୟମନ୍ତ୍ରୀ ହେଲେ ମୁଁ ୟୁପି ଛାଡ଼ି ଦେବି ବୋଲି ବୟାନ ଦେଇଥିବା ଚର୍ଚ୍ଚିତ ସାୟର୍ ମୁନୱର୍ ରାଣାଙ୍କୁ ଏବେ ତାଙ୍କ ବୟାନ ଭାରି ପଡ଼ିଛି । ଉନାଓର ପୁରବା ଆସନରୁ କଂଗ୍ରେସ୍ ଟିକେଟରୁ ଲଢ଼ୁଥିବା ମନୱର୍ ରାଣାଙ୍କ ଝିଅ ଉରୁଷା ରାଣା ମତଦାନର ବହୁ ପଛରେ ରହିଥିବା ଜଣାପଡ଼ିଛି । ଉରୁଷା ନୋଟାରୁ କମ୍ ଭୋଟ୍ ପାଇଥିବା ବେଳେ ଯୋଗୀଙ୍କ ବିରୋଧରେ ତାଙ୍କ ବାପା ମୁନୱର୍ ରାଣା ଦେଇଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯୋଗୀ ସରକାକୁ ଲଗାତାର ବିରୋଧ କରି ଆସୁଥିବା କଂଗ୍ରେସ ନେତା ମନୱର୍ ଏବେ ବିଜେପିର ମତଦାନ ହାର ଦେଖି ତାଙ୍କର ପତ୍ତା ମିଳୁନାହିଁ ।
ତେବେ ପୂରବା ସିଟ୍‌ରୁ ବିଜେପି ଟିକେଟ୍‌ରେ ଲଢ଼ୁଥିବା ଅନୀଲ୍ କୁମାର ସିଂ ଭାରି ବହୁମତରେ ଆଗୁଆ ଥିବା ବେଳେ ପଛକୁ ରହିଛନ୍ତି ସମାଜବାଦୀ ପାର୍ଟିରୁ ଲଢ଼ୁଥିବା ଉଦୟରାଜ ସିଂ । ସେପଟେ ଅପରାହ୍ଣ ୨ଟା ସୁଦ୍ଧା କଂଗ୍ରେସ ଟିକଟରୁ ଲଢ଼ୁଥିବା ଉରୁଷା ରାଣାଙ୍କୁ ମାତ୍ର ୬୦୭ ଭୋଟ୍ ମିଳିଥିବା ବେଳେ ଅନ୍ୟଦଳ ତଥା ନୋଟାକୁ ମିଳିଛି ୮୧୨ ଭୋଟ୍ । ପ୍ରଚାର ବେଳେ ବଡ଼ ବଡ଼ ଭାଷଣ ମାରୁଥିବା କଂଗ୍ରେସ ନେତାଙ୍କ ଏଭଳି ମତଦାନ ଦେଖି ବିଜେପିରେ ଏବେ ଖୁସିର ମାହୋଲ ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking