28.1 C
Bhubaneswar
Tuesday, May 21, 2024
Homeଓଡିଶାଜୟପୁର ସ୍ଥିତ ଧଉଡ଼ାପଦର ଠାରେ ୭୨ତମ ବନମହୋତ୍ସବ ପାଳିତ

ଜୟପୁର ସ୍ଥିତ ଧଉଡ଼ାପଦର ଠାରେ ୭୨ତମ ବନମହୋତ୍ସବ ପାଳିତ

ଜୟପୁର – କୋରାପୁଟ ଜିଲ୍ଲା ଜୟପୁର ଅନ୍ତର୍ଗତ ଧଉଡ଼ାପଦର ଠାରେ ୭୨ତମ “ବନ ମହୋତ୍ସବ ସପ୍ତାହ” ପାଳିତ ହୋଇଯାଇଛି ।ଏହା ବ୍ୟତୀତ ଜୟପୁର ବନଖଣ୍ଡର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ମଧ୍ୟ ବନମହୋତ୍ସବ ପାଳିତ ହୋଇଯାଇଛି ।ଆଜି ଜୟପୁର ବନାଞ୍ଚଳ ଅଧିକାରୀ ରଶ୍ମିରଞ୍ଜନ ସ୍ୱାଇଁ ଙ୍କ ନେତୃତ୍ବରେ ଜୟପୁର ଠାରେ ଥିବା ଧଉଡ଼ାପଦର ଏବଂ ଆଖପାଖ ର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଛି ।ବିଶେଷ କରି ଚମ୍ପା, ଜାମୁକୋଳି,କରଞ,ପଣସ,ଲିମ୍ବ, ହରିଡା, ବାହାଡ଼ା ପ୍ରଭୃତି କିସମର ୧ଶହ ରୁ ଉର୍ଦ୍ଧ୍ବ ଚାରା ଲଗାଇବା ସହ ଚାରା ଗୁଡିକର ସୁରକ୍ଷା ପାଇଁ ଜାରବାଡି ଦ୍ୱାରା ଆଚ୍ଛାଦିତ କରି ସୁରକ୍ଷିତ କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଜୟପୁର ଏ.ସି.ଏଫ ସୁବାଷ ଚନ୍ଦ୍ର ଖୁଣ୍ଟିଆ, ଜୟପୁର ର ବରିଷ୍ଠ ସମାଜସେବୀ ରମା ରାଉଳ, ଉତ୍କଳ ରଞ୍ଜନ ନାୟକ, ସ୍ଥାନୀୟ ସରପଞ୍ଚ, ବନ ସୁରକ୍ଷା ସମିତି ର ସଭାପତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ତାରା ରୋପଣ କରିଥିବା ଜଣାପଡିଛି ।ବିଶେଷ କରି ସ୍ଥାନୀୟ ଜନ ସାଧାରଣ କୁ ଜଙ୍ଗଲ ସମ୍ପଦର ଉପକାରୀତା ବନ୍ୟ ଜନ୍ତୁ ସଂରକ୍ଷଣ ଜଙ୍ଗଲ କୁ ନିଆ ଦାଉରୁ ରକ୍ଷା କରିବା ଉପରେ ସଚେତନତା କରାଯିବା ସହ ଜଙ୍ଗଲ ଦ୍ବାରା ପରିବେଶ ସୁରକ୍ଷା ପ୍ରଚୁର ଅମ୍ଳଜାନ ସୃଷ୍ଟି ପ୍ରାକୃତିକ ଜ୍ୟୈବିକ ସାର ଉତ୍ପାଦନ ବିଶେଷ କରି ଜଙ୍ଗଲ ଯୋଗୁଁ ଆଦିବାସୀ ଅଞ୍ଚଳରେ ଜଙ୍ଗଲ ଜାତଦ୍ର୍ୟବ ସଂଗ୍ରହ କରି ଲୋକଙ୍କ ଜୀବନ ଜୀବିକାର ଉନ୍ନତି ଘଟିଥାଏ ବୋଲି ବନାଞ୍ଚଳ ଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁ ପ୍ରକାଶ କରିଛନ୍ତି ।

ରିପୋର୍ଟ – ବନଲତା ଲେଙ୍କା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking