19.1 C
Bhubaneswar
Monday, November 18, 2024
Homeଓଡିଶାଚିହ୍ନଟ ହେଲା ଅଲଟ୍ରାଟେକ୍ କମ୍ପାନୀ ଜମି : ଉତ୍ତେଜନା ଆଶଙ୍କରେ ଫୋର୍ସ ମୁତୟନ

ଚିହ୍ନଟ ହେଲା ଅଲଟ୍ରାଟେକ୍ କମ୍ପାନୀ ଜମି : ଉତ୍ତେଜନା ଆଶଙ୍କରେ ଫୋର୍ସ ମୁତୟନ

ଖୁଣ୍ଟୁଣୀ : ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖମାର ନୂଆଗାଁ -କୋଳଥପଙ୍ଗୀ ମଧ୍ୟରେ ନିର୍ମାଣ ହେବାକୁ ଥିବା ଅଲଟ୍ରାଟେକ୍ ସିମେଣ୍ଟ କମ୍ପାନୀର ଜମି ଚିହ୍ନଟ ହୋଇଛି । ଦୀର୍ଘ ବର୍ଷ ହେବ ବିବାଦ ଘେରରେ ରହିଥିବା ଏହି ପ୍ରକଳ୍ପର ଜମିକୁ ମାପଚୁପ କରାଯାଇଥିଲା । ମାପଚୁପବେଳେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା । ଏଥିସହ ପ୍ରଶାସନ ପକ୍ଷରୁ ପ୍ରକଳ୍ପସ୍ଥଳରେ ୧୪୪ ଧାରା ଜାରି କରାଯାଇଥିଲା । ମାପଚୁପବେଳେ ଆଠଗଡ଼ ତହସିଲ ପ୍ରଶାସନ ପକ୍ଷରୁ ସମସ୍ତ ଅଧିକାରୀ ଓ ଗ୍ରାମାଞ୍ଚଳ ଅତିରିକ୍ତ ଏସ୍‌ପିଙ୍କ ସହ କମ୍ପାନୀ କର୍ତ୍ତୃପକ୍ଷମାନଙ୍କ ଉପସ୍ଥିତିରେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ଗତ ୨୧ରେ କମ୍ପାନୀ କର୍ତ୍ତୃପକ୍ଷ ଓ ତହସିଲ ପକ୍ଷରୁ ଜମି ଚିହ୍ନଟ ଓ ମାପଚୁପ ଆରମ୍ଭ କରାଯାଉଥିବାର ଖବର ପାଇ ବିପକ୍ଷବାଦୀ ଗ୍ରାମବାସୀ ମାନଙ୍କ ବିରୋଧ ଯୋଗୁ ଏହି ପ୍ରକ୍ରିୟା ବନ୍ଦ ରହିଥିଲା ଫଳରେ ସେଠାର ସପକ୍ଷବାଦୀ ଓ ବିପକ୍ଷବାଦୀମାନଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା । ବିପକ୍ଷବାଦୀମାନଙ୍କ ବିରୋଧର ମୁଖ୍ୟ କାରଣ ହେଉଛି ଉକ୍ତ ଅଞ୍ଚଳରେ ଗୋରୁ ଗାଈ ଚରିବ।। ନିମନ୍ତେ ଥିବା ଗୋଚର ଜମିକୁ କମ୍ପାନୀକୁ ଦିଆଗଲେ ଗୋ-ସମ୍ପଦ ଉପରେ ଏହାର କୁପ୍ରଭାବ ପଡ଼ିବ । ପ୍ରକାଶଥାଉକି ୨୦୧୨ ମସିହାରେ ଖମାର ନୂଆର୍ଗା ମୌଜାର ଏକର ୫୩.୯୦ ଡି.ସି ଓ ୨୦୧୩ ମସିହାରେ କୋଳଥପଙ୍ଗୀ ମୌଜାର ଏକର ୦.୩୬.୧୦ ଡ଼, ସି କୁ ମିଶାଇ ମୋଟ ୍ ୯୦ଏକର ଜମିକୁ ସରକାରଙ୍କଠାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ଲିଜ୍ ସୂତ୍ରରେ ଦିଆଯାଇଛି । ଉକ୍ତ ଦୁଇ ଗ୍ରାମର ମଧ୍ୟସ୍ଥଳରେ କମ୍ପାନୀ ନିର୍ମାଣ ପାଇଁ ପ୍ରଶାସନ ଓ କଂପାନୀ କର୍ତୁପକ୍ଷ ତଥା ଗ୍ରାମବାସୀଙ୍କ ଉପସ୍ଥିତରେ ଉକ୍ତ ଅଞ୍ଚଳରେ ୨୦୧୭ ମସିହା ଅକ୍ଟୋବର ମାସରେ ଏକ ଜନଶୁଣାଣୀ କାଯ୍ୟକ୍ରମ କରାଯାଇଥିଲା । ଜନଶୁଣାଣୀ ପୂର୍ବରୁ ସପକ୍ଷବାଦୀ ଓ ବିପକ୍ଷବାଦୀମାନଙ୍କ୍ ମଧ୍ୟରେ ଜନଶୁଣାଣୀ ସ୍ଥଳରେ ଏକ ଖଣ୍ଡ ଯୁଦ୍ଧ ହୋଇଥିଲା ଯାହା ଫଳରେ ଗ୍ରାମବାସୀ ଓ କିଛି ପୋଲିସ ଅଧିକାରୀ ଆହାତ ହୋଇଥିଲେ । ପରେ ୨୦୧୮ ମସିହା ନଭେମ୍ବର ୧୧ ତାରିଖରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଓଡ଼ିଶା ନବୀନ ପଟ୍ଟନାୟଙ୍କ ଦ୍ୱାରା ଉକ୍ତ ଅଂଚଳରେ ଅଲଟ୍ରାଟେକ ସିମେଂଟ କଂପାନୀ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଜମି ଉପରେ ୧୪୪ ଜାରି କରିବା ସହ ପୋର୍ସ ମୁତୟନ କରି ଜମି ଚିହ୍ନଟ ଓ ମାପଚୁପ କାର୍ଯ୍ୟ ଶେଷ ହୋଇଛି । ଆଠଗଡ଼ ତହସିଲଦାର ତପନ କୁମାର ଖୁଣ୍ଟିଆଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ଆରମ୍ଭ କରାଯାଇଥିବାବେଳ ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ୍ ସୁଧାଂଶୁ ଶେଖର ସାହୁ, କଟକ ହେଡ୍‌କ୍ୱାର୍ଟରର ଡିଏସ୍‌ପି ରଞ୍ଜନ ପୃଷ୍ଟି, ଆଇଆଇସି ବିମଳ ବାରିକ, ଗୁରୁଡ଼ିଝାଟିଆ ଥାନା ଅଧିକରୀ ବିଜୟ କୁମାର ବିଶି, ଖୁଣ୍ଟୁଣୀ ଥାନାଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସଙ୍କ ଉପସ୍ଥିତରେ ଜମି ଚିହ୍ନଟ ଓ ମାପଚୁପ କାର୍ଯ୍ୟ ଶେଷ ହୋଇଛି । ଦୁଇ ଦିନ ହେବ ପ୍ରଶାସନ ତରଫରୁ ଜମି ଚିହ୍ନଟ ଓ ମାପଚୁପ କାର୍ଯ୍ୟକ୍ରମରେ କୌଣସି ବିପକ୍ଷବାଦୀଙ୍କ ଦେଖାମିଳି ନଥଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking