32.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶ ମଣିପୁରରେ ତେଜୁଛି ଜାତିଗତ ହିଂସା: ପହଞ୍ଚିଲା ଅର୍ଦ୍ଧସାମରିକ ଅତିରିକ୍ତ ବାହିନୀ

 ମଣିପୁରରେ ତେଜୁଛି ଜାତିଗତ ହିଂସା: ପହଞ୍ଚିଲା ଅର୍ଦ୍ଧସାମରିକ ଅତିରିକ୍ତ ବାହିନୀ

ଇମ୍ଫାଲ : ମଣିପୁରରେ ଦୀର୍ଘ ଦିନ ଧରି ଚାଲିଛି ଜାତିଗତ ହିଂସା ଏବଂ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ ଏହାର ବିରୋଧରେ ବିପଦ ବଢ଼ୁଥିବାରୁ କେନ୍ଦ୍ର ସରକାର ୨୦ଟି ଅତିରିକ୍ତ ଅର୍ଦ୍ଧସାମରିକ କମ୍ପାନି ପାଖାପାଖି ୨୫୦୦ ଯବାନଙ୍କୁ ମଣିପୁର ପଠାଇଛନ୍ତି। ସେଥି ମଧ୍ୟରୁ ୧୫ଟି ସିଆର୍‌ପିଏଫ୍ ଏବଂ ୫ଟି ବିଏସ୍‌ଏଫ୍  ର।ସେମାନଙ୍କୁ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯିବ।  ମଣିପୁରରେ ହିଂସାକାଣ୍ଡ ବୃଦ୍ଧି ନେଇ ମଙ୍ଗଳବାର ସନ୍ଧ୍ୟା ୬ଟାରେ ୧୩ଟି ନାଗରିକ ସଂଗଠନ ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯିବା ଗତ ଶୁକ୍ରବାରଠାରୁ ରାଜ୍ୟରେ ବଢ଼ୁଥିବା ହିଂସାକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଇଥିଲା। ମଣିପୁରର ଜିରିବାମ ଜିଲ୍ଲାରେ ମଙ୍ଗଳବାର ସୁରକ୍ଷା ବାହିନୀ ସହ ଏନ୍‌କାଉଣ୍ଟରରେ ୧୦ ଜଣ ସନ୍ଦିଗ୍ଧ ସଶସ୍ତ୍ର ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକଙ୍କ ମୃତଦେହ ମିଳିଥିଲା। ଏଥି ସହ ୩ ଜଣ ଶିଶୁଙ୍କ ସମେତ ଅନ୍ୟ ୬ ଜଣ ନିଖୋଜ ଥିବା ଦେଖିବାକୁ ମିଳିଛି। ସୋମବାର ଆତଙ୍କବାଦୀମାନେ ବିସ୍ଥାପିତ ମୈତେୟୀ ମହିଳା, ତାଙ୍କ ଦୁଇ ଝିଅ ଓ ତିନି ନାତିନାତୁଣୀଙ୍କୁ ଅପହରଣ କରି ନେଇଥିଲେ। ଗତବର୍ଷ ମୈତେୟୀ ଓ କୁକି ଗୋଷ୍ଠୀ ମଧ୍ୟରେ ଜାତିଗତ ସଂଘର୍ଷ ଆରମ୍ଭ ହେବା ପରଠାରୁ ବିସ୍ଥାପିତ ହୋଇଥିବା ୫୦,୦୦୦ ଲୋକଙ୍କ ମଧ୍ୟରେ ଏହି ୬ ଜଣ ଅଛନ୍ତି। ଗୁରୁବାରଠାରୁ ମୈତେୟୀ ଓ କୁକି ସଶସ୍ତ୍ର ଆତଙ୍କବାଦୀଙ୍କ ମଧ୍ୟରେ ୪ ଥର ଗୁଳି ବିନିମୟ ହୋଇଛି। ସୋମବାର ଆତଙ୍କବାଦୀମାନେ ଏକାଧିକ ସ୍ଥାନରେ ଆକ୍ରମଣ କରିଥିଲେ। ଆକ୍ରମଣ ସ୍ଥଳରୁ ସେନା ଅନେକ ରକେଟ୍ ଜବତ କରିଛି। ସେହିଦିନ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ବୈଠକ କରି ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking