30.1 C
Bhubaneswar
Wednesday, April 24, 2024
Homeଓଡିଶାଫନି ଘରଭଙ୍ଗା ତାଲିକାରେ ଅନିୟମିତତାର ପ୍ରତିବାଦ : କଳାପଟି ବାନ୍ଧି ତହସିଲ ଅଫିସ୍ ଆଗରେ ବିକ୍ଷୋଭ

ଫନି ଘରଭଙ୍ଗା ତାଲିକାରେ ଅନିୟମିତତାର ପ୍ରତିବାଦ : କଳାପଟି ବାନ୍ଧି ତହସିଲ ଅଫିସ୍ ଆଗରେ ବିକ୍ଷୋଭ

ସାକ୍ଷୀଗୋପାଳ : ପୁରୀ ଜିଲ୍ଲାରେ ଫନି ବାତ୍ୟା ଯିବାର ଆଠ ମାସ ପରେ ବି ଲୋକମାନେ ଘରଭଙ୍ଗା, ନଡ଼ିଆଗଛ ଓ ରବି ଫସଲ ପାଇଁ ସହୟତା ପାଇବାରୁ ବଞ୍ଚିତ ହୋଇଛନ୍ତି । ବାତ୍ୟାରେ ଭାଙ୍ଗିଥିବା ଘରର ତାଲିକା ପ୍ରସ୍ତୁତି କରିବାରେ ଅନିୟମିତତା ହୋଇଥିବା ନେଇ ଅନେକ ଥର ସ୍ୱର ଉତ୍ତୋଳନ କରାଯାଇଛି । ମାତ୍ର ସତ୍ୟବାଦୀ ବ୍ଲକ୍‌ରେ କୌଣସି ସୁଫଳ ମିଳିନାହିଁ । ଏପରିକି ଅନେକ ଥର ସତ୍ୟବାଦୀ ବ୍ଳକ୍ ଏକ ଦୁର୍ନୀତିର ଗନ୍ତାଘର ବୋଲି ପ୍ରମାଣିତ ହୋଇଛି । ଏଠି ୨୦ ହଜାର ଟଙ୍କାରେ ଆବସ ଘର ବଣ୍ଟନ କରାଯାଉଛି । ଠିକ ସେହିପରି କାଳିଆ, ଘରଭଙ୍ଗା, ନଡ଼ିଆ ଗଛ ସହାୟତା ଅର୍ଥ ପାଇବାକୁ ମଧ୍ୟ ଅର୍ଥ କାରବାର ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଥିଲାବାଲା ବା କ୍ଷତିଗ୍ରସ୍ତ ହୋଇନଥିବା ଲୋକେ ସହାୟତା ଅର୍ଥ ପାଇଥିବାବେଳେ ପ୍ରକୃତ କ୍ଷତିଗ୍ରସ୍ତ ଲୋକେ ବଞ୍ଚିତ ହୋଇଛନ୍ତି । ତେଣୁ ଏହାର ପ୍ରତିବାଦ କରି ମଙ୍ଗଳବାର ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ଆଗରେ ଶହ ଶହ ମହିଳା ପୁରୁଷ ଘେରାଉ କରିଥିଲେ । ଗୋବିନ୍ଦ ମହାପାତ୍ର, ଦୁର୍ଗେଶ ମିଶ୍ର, ସଚ୍ଚିକାନ୍ତ ବରାଳ, ହୃଷିକେଶ ମିଶ୍ର ଓ ରମା ବଲ୍ଲଭ ବରାଳଙ୍କ ନେତୃତ୍ୱରେ ସାକ୍ଷୀଗୋପାଳ ପଞ୍ଚସଖାରୁ ମୁହଁରେ କଳାପଟି, ହାତରେ ଜାତୀୟ ପତାକା ଓ ବିଭିନ୍ନ ସ୍ଲୋଗାନ ଲେଖାଥିବା ପ୍ଲା-କାର୍ଡ ଧରି ଧରି ବଜାର ପରିକ୍ରମା କରିଥିଲେ ଶହଶହ ପୁରୁଷ ମହିଳା । ପରେ କାଦୁଆ ନିକଟରେ ଥିବା ତହସିଲ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ପ୍ରକୃତ କ୍ଷତିଗ୍ରସ୍ତ ଲୋକେ କେବଳ ପଲିଥିନ୍ ଖଣ୍ଡେ ଓ ୩୨ଶହ ଟଙ୍କା ପାଇଥିବାବେଳେ ଛାତଘର ଥିବା ଲୋକଙ୍କୁ ୯୫ ହ ଜାର ୧୦୦ ଟଙ୍କାର ସହାୟତା ମିଳିଛି । ତଦନ୍ତରେ କଚ୍ଚାଘରକୁ ଛାତ ଘର ଦର୍ଶାଯାଇଥିବାବେଳେ ଥିଲାବାଲା ପରିବାରର ୪ରୁ ୫ଜଣ ବ୍ୟକ୍ତିଙ୍କୁ ୯୫ ହଜାର ଟଙ୍କାର ସହାୟତା ଦିଆଯାଇଛି । ପ୍ରତିବାଦ ସଭାରେ ନେତୃତ୍ୱ ନେଇଥିବା ରୀନା ମଲିକ, ପିତାମ୍ବରୀ ଭୋଇ, ମମତା ଦାସ, ହରଷମଣି ଦେବୀ, ମମତା ଭୋଇ, ବିକା ମହାନ୍ତି, ଝାଡିଆ ସାହାଣୀ, ବନମାଳି ଖୋଜି ପ୍ରମୁଖ ତଦନ୍ତ ନାମରେ କିପରି ଅଧିକରୁ ଅଧିକ ଅନିୟମିତତା କରାଯାଇଛି ତାହା ପ୍ରକାଶ କରିଥିଲେ । ଶେଷରେ ତହସିଲଦାର କସ୍ତୁରୀ ପ୍ରଧାନଙ୍କ ସହିତ ପ୍ରତିନିଧି ଦଳ ଆଲେଚନା କରିଥିଲେ । ଆଲେଚନା ସମୟରେ ପ୍ରମାଣ ସ୍ୱରୁପ ଆନ୍ଦୋଳନକାରୀ ମାନେ କେତକ ଭିଡିଓ ଓ ଫଟୋ ତହସିଲଦାର ଶ୍ରୀମତୀ ପ୍ରଧାନଙ୍କୁ ଦେଖାଇଥିଲେ । ଶେଷରେ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବା ଅଭିଯୋଗ କରିଥିବା ଲୋକମାନଙ୍କର ପୁନର୍ବାର ତଦନ୍ତ କରାଯିବାକୁ ଏକ ପାଞ୍ଚଜଣିଆ ଟିମ୍ ଗଠନ କରାଯିବା ନେଇ ପଦକ୍ଷେପ ନିଆଯିବ ଓ ତଦନ୍ତ ସମୟରେ ଏହି କମିଟିର ସଦସ୍ୟ ମାନଙ୍କୁ ଜଣାଇ ଦିଆଯିବ ବୋଲି ତହସିଲଦାର କହିଥିଲେ । ଅନ୍ୟପକ୍ଷରେ ଯଦି ସଠିକ ତଦନ୍ତ କରାଯାଇ କ୍ଷତିଗସ୍ତ ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦିଆନଯାଏ ତା ହେଲେ ଆଗାମୀ ଦିନରେ ରାସ୍ତାରୋକ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଗୋବନ୍ଦ୍ର ମହାପାତ୍ର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking