41.1 C
Bhubaneswar
Sunday, April 28, 2024
Homeଓଡିଶାନିରାଶ୍ରୟଙ୍କୁ ବଣ୍ଟାଗଲା ଖାଦ୍ୟ

ନିରାଶ୍ରୟଙ୍କୁ ବଣ୍ଟାଗଲା ଖାଦ୍ୟ

ଢେଙ୍କାନାଳ : ଲକ୍ ଡାଉନ କଟକଣା ଲାଗୁ କରାଯିବା ପରେ ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି ଗରିବ ଏବଂ ଅସହାୟ । ମୂଲ ମଜୁରି କରି ଚଳୁଥିବା ଶତାଧିକ ପରିବାର ଦିନକୁ ଦୁଇଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ସେମାନେ ଦୟନୀୟ ଅବସ୍ଥାରେ ଥିବାବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ସହାୟତା କରିବାକୁ ଆଗେଇ ଆସିଛି ପ୍ରଶାସନ। ଢେଙ୍କାନାଳ ପୌରାଞ୍ଚଳରେ ରହୁଥିବା ଅସହାୟ, ନିରାଶ୍ରୟ ଓ ମାନସିକ ଅନଗ୍ରସର ଲୋକଙ୍କୁ ଶନିବାର ଠାରୁ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ ଆରମ୍ଭ ହୋଇଛି। ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ପ୍ରଥମ ଦିନରେ ୨୦୦ ଜଣଙ୍କୁ ଉଭୟ ରନ୍ଧା ଏବଂ ଶୁଖିଲା ଖାଦ୍ୟ ଦିଆଯାଇଥିଲା।
ମିନି ଷ୍ଟାଡିୟମ, କଲେଜ ବାଇପାସ୍‌, ବସଷ୍ଟାଣ୍ଡ, ବିଲସାହି, ଗାନ୍ଧୀମନ୍ଦିର, ରାମେଶ୍ୱରପୁର, ବାଜିଚୌକ ଓଭରବ୍ରିଜ୍ ନିକଟରେ ରହୁଥିବା ନିରାଶ୍ରୟଙ୍କୁ ଖାଦ୍ୟ ପ୍ରଦାନ କରାଯାଇଛି। ଲକ୍‌ଡାଉନ ନିର୍ଦ୍ଦେଶନାମା ବଳବତ୍ତର ରହିଥିବା ଯାଏ ଏହା ଚାଲୁ ରହିବ। ଏହି କାର୍ଯ୍ୟରେ ପୌରସଂସ୍ଥାର ଅଧିକାରୀ ଏବଂ କର୍ମଚାରୀମାନେ ସହଯୋଗ କରୁଥିବା ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ ସୂଚନା ଦେଇଛନ୍ତି। ଖାଦ୍ୟ ବଣ୍ଟନ ସମୟରେ ସାମାଜିକ ଦୂରତା ବଜାୟ ରଖିବାକୁ ସମ୍ପୃକ୍ତ ସ୍ଥାନରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking