35.1 C
Bhubaneswar
Saturday, May 31, 2025
Homeଓଡିଶାବିଜେପି ଜିଲ୍ଲା ସମ୍ପାଦକ ସୁରଜ ଙ୍କ ଭୋକିଲା ପଶୁ ପକ୍ଷୀ ଙ୍କୁ ଖାଦ୍ୟ ବଣ୍ଟନ 

ବିଜେପି ଜିଲ୍ଲା ସମ୍ପାଦକ ସୁରଜ ଙ୍କ ଭୋକିଲା ପଶୁ ପକ୍ଷୀ ଙ୍କୁ ଖାଦ୍ୟ ବଣ୍ଟନ 

ଯାଜପୁର (ଓଏନଏ) :କରୋନା ମହାମାରୀ ର ପ୍ରକୋପ ଦିନ କୁ ଦିନ ବୃଦ୍ଧି ପାଉଥିବାରୁ ଜନଜୀବନ କୁ ଅସ୍ତବେସ୍ତ କରିଦେଲାଣି।ଲକଡାଉନ ସାଙ୍ଗକୁ ସର୍ଟ ଡାଉନ ଭୋକିଲା ଙ୍କ ଭୋକ ବଡାଇ ଦେଲାଣି।ମଣିଷ ଜୀବନ ବଞ୍ଚାଇବା କୁ ସଂଘର୍ଷ କରୁଥିବା ବେଳେ ପଶୁ ମାନେ କଥା କହି ପାରୁନଥିବା ରୁ ଡହଳ ବିକଳ ହେଉଛନ୍ତି। ଏହିଭଳି ଘଡି ସନ୍ଦି ମୁହୂର୍ତ୍ତରେ ବିଜେପି ର ଯାଜପୁର ଜିଲ୍ଲା ସମ୍ପାଦକ ତଥା ଯୁବ ସମାଜସେବୀ ସୁରଜଲାଲ ସାମଲ(ଲାଲୁ) ଜିଲ୍ଲା ର ବିଭିନ୍ନ ସ୍ଥାନରେ ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ବଣ୍ଟନ କରୁଥିବା ର ଦେଖିବାକୁ ମିଳୁଛି। ସେ ପ୍ରତିଦିନ ଜିଲ୍ଲା ର କୌଣସି ନା କୌଣସି ସ୍ଥାନ ରେ ଖାଦ୍ୟ ବାଣ୍ଟୁ ଥିବା ର ଦେଖିବାକୁ ମିଳୁଛି। ଆଜି ତାଙ୍କ ର କିଛି ସାଥି ଙ୍କୁ ନେଇ ମହାବିନାୟକ ଠାରେ ମାଙ୍କଡ଼ ମାନଙ୍କୁ ଭିଜା ହୋଇଥିବା ସୋଲା ଓ ଫଳ ପନିପରିବା ଖାଇବାକୁ ଦେଇଛନ୍ତି। ଜିଲ୍ଲା ରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ମାନେ ତାଙ୍କ ର କାର୍ଯ୍ୟକର୍ତା ଙ୍କୁ ନେଇ ଅସହାୟ ଲୋକ ତଥା ପଶୁ ପକ୍ଷୀ ଙ୍କୁ ଖାଦ୍ୟ ବଣ୍ଟନ କରୁଥିବା ବେଳେ ସରକାରୀ ବାବୁ ମାନେ ତାଙ୍କ ସୁବିଧା ଅନୁଯାଇ ସଂସ୍ଥା ମାନଙ୍କୁ ଅର୍ଥ ମଞ୍ଜୁର କରି ନିଜ ପକେଟ ଗରମ କରିବା ରେ ବେସ୍ତ ରହିଥିବା ସାଧାରଣ ରେ ଅଭିଯୋଗ ହୁଏ।ଯାଜପୁର ଜିଲ୍ଲା ର ଜିଲ୍ଲାପାଳ ଜଣେ ସଚ୍ଚୋଟ ଲୋକ ଭାବେ ବେଶ ସୁନାମ ଥିବା ବେଳେ କିଛି ଅସାଧୁ କର୍ମଚାରୀ ବାଟ ମାରଣା କରୁଥିବା ରୁ ସରକାର ଙ୍କ ପଇସା କୁ ସଠିକ ଭାବରେ ଖର୍ଚ୍ଚ ହେଉଛି କି ତଦନ୍ତ କରିବାକୁ ସାଧାରଣ ରେ ଦାବି ହେଉଛି।ସୁରଜ ଙ୍କ ଭଳି ସ୍ୱେଚ୍ଛା ସେବୀ ବେକ୍ତି ବିଶେଷ ମାନେ କରୋନା ମହାମାରୀ ସମୟ ରେ ଅସହାୟ ଲୋକ ଓ ପଶୁ ମାନଙ୍କୁ ଖାଦ୍ୟ ଯୋଗାଉଥିବାରୁ ସାଧାରଣ ରେ ପ୍ରଶଂସା କରାଯାଇଛି।ଦଳଗତ ନିର୍ବିଶେଷରେ ସମସ୍ତେ କରୋନା ମହାମାରୀ ବିପଦ ସମୟ ରେ ଅସହାୟ ଲୋକ ଓ ଭୋକିଲା ପଶୁ ଙ୍କୁ ଖାଦ୍ୟ ପାନୀୟ ଯୋଗାଇବାକୁ ବିଜେପି ଜିଲ୍ଲା ସମ୍ପାଦକ ଶ୍ରୀ ସାମଲ ସମସ୍ତ ଙ୍କୁ ନିବେଦନ କରିଛନ୍ତି

ମହାବିନାୟକ ଓ ଚଣ୍ଡୀ ମନ୍ଦିର ପରିସର ଓ ଆଖପାଖ ଅଞ୍ଚଳରେ ବୁଲା ଗାଈ ଗୋରୁ ଓ ମାଙ୍କଡ଼ ମାନଙ୍କୁ ଫଳ ମୂଳ, ସୋଲା ଇତ୍ୟାଦି ଖାଦ୍ୟ ବଣ୍ଟନ କରିଛନ୍ତି।

ବଜେପି ଜିଲ୍ଲା ସମ୍ପାଦକ ସାମଲ ଙ୍କ ସହିତ ସମାଜ ସେବୀ ମୋହନ ମହାରଣା, ବିଜୟ ସାହୁ, ଶରତ ସାହୁ ପ୍ରମୁଖ ଖାଦ୍ୟ ବଣ୍ଟନ କରିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking