ନୂଆଦିଲ୍ଲୀ : ବିଭିନ୍ନ ରାଷ୍ଟ୍ରରେ ସଂଖ୍ୟାଧିକ ଫୁଡ୍ ଡେଲିଭେରୀ (ଗ୍ରାହକଙ୍କୁ ଖାଦ୍ୟସାମଗ୍ରୀ ଯୋଗାଣ) କମ୍ପାନୀ କାର୍ଯ୍ୟ କରୁଛନ୍ତି । ତେବେ ବିଶ୍ୱର ଶ୍ରେଷ୍ଠ ୧୦ଟି ଡେଲିଭେରୀ କମ୍ପାନୀ ତାଲିକା ମଧ୍ୟରେ ଭାରତର ସ୍ୱିଗି ଓ ଜମାଟୋ ସ୍ଥାନ ପାଇଥିବା ଜଣାପଡିଛି । କାନାଡାରେ ଅବସ୍ଥିତ ଇଟିସି ଗ୍ରୁପ୍ ପକ୍ଷରୁ ପ୍ରକାଶିତ ‘ଫୁଡ୍ ବାରୋନ୍ସ-୨୦୨୨’ ରିପୋର୍ଟ ଅନୁଯାୟୀ ସ୍ୱିଗି ଓ ଜମାଟୋ ଏହି ତାଲିକାରେ ଯଥାକ୍ରମେ ୯ମ ଓ ୧୦ମ ସ୍ଥାନ ଅଧିକାର କରିଛନ୍ତି । ଭାରତରେ ଥିବା ଶତାଧିକ ୟୁନିକର୍ନ କମ୍ପାନୀ ମଧ୍ୟରେ ସ୍ୱିଗି ଓ ଜମାଟୋ ଅନ୍ୟତମ । ସୂଚନାଯୋଗ୍ୟ ଯେଉଁ କମ୍ପାନୀର ବ୍ୟବସାୟ ୧୦୦ କୋଟି ଡଲାର କିମ୍ବା ତଦୁର୍ଦ୍ଧ୍ୱ ହୋଇଥିବ, ସେହି କମ୍ପାନୀଗୁଡିକୁ ୟୁନିକର୍ନ ଆଖ୍ୟା ପ୍ରଦାନ କରାଯାଇଥାଏ । ଚୀନ୍ର ‘ଗରସଗ୍ଧଙ୍କବଦ୍ଭ’ ଏହିି ତାଲିକାର ସର୍ବାଗ୍ରେ ରହିଥିବାବେଳେ ବ୍ରିଟେନର ‘ଊରକ୍ଷସଙ୍ଖରକ୍ସକ୍ଟକ୍ଟ’ ୨ୟ, ଆମେରିକାର ‘ଟଭରକ୍ସ ଋବଗ୍ଧଗ୍ଦ’ ୩ୟ, ଚୀନ୍ର ‘ଋକ୍ଷର.ଜ୍ଞର’ ୪ର୍ଥ, ଆମେରିକାର ‘ଊକ୍ଟକ୍ଟକ୍ସଊବଗ୍ଦଷ’ ୫ମ, ନେଦରଲାଣ୍ଡ୍ସର ‘ଔଙ୍କଗ୍ଦଗ୍ଧ ଋବଗ୍ଧ ଞବଳରବଙ୍ଗବଚ୍ଚ’ ୬ଷ୍ଠ, ଜର୍ମାନୀର ‘ଊରକ୍ଷସଙ୍ଖରକ୍ସଚ୍ଚ ଐରକ୍ସକ୍ଟ’ ୭ମ ଏବଂ ବ୍ରାଜିଲର ‘ସୠକ୍ଟକ୍ଟୟ’ ୮ମ ସ୍ଥାନ ଅଧିକାର କରିଥିବା ଜଣାପଡିଛି । ଏହି କମ୍ପାନୀଗୁଡିକ ଅନ୍ଲାଇନ ବୁକିଂ ଜରିଆରେ ଗ୍ରାହକଙ୍କୁ ବିଭିନ୍ନ ହୋଟେଲ/ରେସ୍ତୋରାଁରୁ ଖାଦ୍ୟ ଏବଂ ବିଭିନ୍ନ ସପିଙ୍ଗ୍ ମଲ୍ରୁ ଗ୍ରୋସେରି ଯୋଗାଇଥାନ୍ତି ।