31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶ୧୮-୬୫ ବର୍ଷ ରୁଷୀୟ ପୁରୁଷଙ୍କୁ ବିମାନ ଟିକଟ ମନା: ରୁଷୀୟ ଏୟାରଲାଇନ୍ସକୁ କଡା ନିର୍ଦ୍ଦେଶ

୧୮-୬୫ ବର୍ଷ ରୁଷୀୟ ପୁରୁଷଙ୍କୁ ବିମାନ ଟିକଟ ମନା: ରୁଷୀୟ ଏୟାରଲାଇନ୍ସକୁ କଡା ନିର୍ଦ୍ଦେଶ

ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧକୁ ଅଧିକ କ୍ରିୟାଶୀଳ କରିବାକୁ ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଘୋଷଣା କରିସାରିଛନ୍ତିି । ଏଥିପାଇଁ ୟୁକ୍ରେନ୍‌କୁ ୩ ଲକ୍ଷ ରିଜର୍ଭ ସୈନ୍ୟ ପଠାଇବାକୁ ରୁଷ୍ ରଣନୀତି ପ୍ରସ୍ତୁତ କରୁଛି । ଏହି ପରିପ୍ରେକ୍ଷୀରେ ବିଦେଶ ଯିବାକୁ ଇଚ୍ଛାପ୍ରକାଶ କରୁଥିବା ୧୮ରୁ ୬୫ ବର୍ଷ ବୟସ୍କ ପୁରୁଷଙ୍କୁ କୌଣସି ପରିସ୍ଥିତିରେ ବିମାନ ଟିକଟ ବିକ୍ରି ନକରିବାକୁ ରୁଷ୍ ସରକାରଙ୍କ ପକ୍ଷରୁ ଦେଶର ସବୁ ଏୟାରଲାଇନ୍ସକୁ କଡା ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ସୁଦ୍ଧା ରୁଷ୍‌ର ପଡୋଶୀ ରାଷ୍ଟ୍ର ଯଥା ଆର୍ମେନିଆ, ଜର୍ଜିଆ, ଆଜରବୈଜାନ୍ ଓ କାଜାଖ୍‌ସ୍ତାନକୁ ଯିବାକୁ ଥିବା ସବୁ ବିମାନର ଟିକଟ ବୁକିଂ ହୋଇସାରିଛି । ପୁଟିନ୍‌ଙ୍କ ନିର୍ଦ୍ଦେଶକୁ ଅମାନ୍ୟ କଲେ କାଳେ, କମ୍ପାନୀ ବିରୋଧରେ ସାମରିକ ଆଇନ ଲାଗୁ କରାଯିବ, ସେହି ଆଶଙ୍କାରେ ରୁଷୀୟ ଏୟାରାଇନ୍ସଗୁଡିକ ୧୮ରୁ ୬୫ ବର୍ଷର ପୁରୁଷଙ୍କୁ ଆଉ ଟିକଟ ବିକ୍ରି କରୁନାହାନ୍ତି । ଫଳରେ ପୁରୁଷମାନେ ବର୍ତ୍ତମାନ ଦେଶ ଛାଡି ଯାଇପାରିବେନି । ଅପରପକ୍ଷରେ ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଅନୁମତି ଆଣିଥିବା ପୁରୁଷଙ୍କୁ ବିମାନ ଯୋଗେ ବିଦେଶ ଯାତ୍ରା ସୁଯୋଗ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking