28.5 C
Bhubaneswar
Saturday, August 1, 2026
Homeଦେଶ ବିଦେଶଭିୱାଣ୍ଡିରେ ଚାରି ମହଲା କୋଠା ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ

ଭିୱାଣ୍ଡିରେ ଚାରି ମହଲା କୋଠା ଭୁଶୁଡ଼ି ୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ:  ମହାରାଷ୍ଟ୍ରର ଭିୱାଣ୍ଡିରେ ଏକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିବା ଫଳରେ ପାଞ୍ଚ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଭଗ୍ନାବଶେଷ ତଳେ କେତେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । କୋଠା ପରିସରରେ ମରାମତି କାମ ଚାଲିଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା ।ଗୁରୁବାର ରାତି ପ୍ରାୟ ୧୧ଟା ୩୦ ମିନିଟ ସମୟରେ ପାୱାରଲୁମ୍ ସହର ବାଲାଜୀ ନଗରରେ ଥିବା କୋହିନୂର ବିଲଡିଂ ଭୁଶୁଡ଼ି ପଡ଼ିଥିଲା । ଭିୱାଣ୍ଡି-ନିଜାମପୁର ମ୍ୟୁନିସିପାଲ୍ କର୍ପୋରେସନର ଅଗ୍ନିଶମ ଅଧିକାରୀ ବିଜୟ ଜାଧବ କହିଛନ୍ତି ଯେ, ଭଗ୍ନାବଶେଷ ମଧ୍ୟରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି । ଜଣେ ଆହତ ବାଳକକୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୌର ଅଧିକାରୀଙ୍କ ସୂଚନା ଅନୁଯାୟୀ, ଚାରି ମହଲା ବିଶିଷ୍ଟ ଏହି କୋଠାରେ ମୋଟ ୪୮ଟି କୋଠରୀ ଥିଲା, ପ୍ରତ୍ୟେକ ମହଲାରେ ୧୨ଟି କୋଠରୀ ଥିଲା । କୋଠାଟିକୁ ପୂର୍ବରୁ ବିପଦପୂର୍ଣ୍ଣ ଘୋଷଣା କରାଯାଇଥିଲା। ଦୁର୍ଘଟଣା ସମୟରେ ମରାମତି କାର୍ଯ୍ୟ ଚାଲିଥିଲା । ଅଧିକାରୀମାନେ କହିଛନ୍ତି ଯେ, ଗୁରୁବାର ରାତି ପ୍ରାୟ ୯ଟା ସମୟରେ ସ୍ଥାନୀୟ ଲୋକମାନେ କୋଠାରୁ ଜୋରରେ ଫାଟିବା ଭଳି ଶବ୍ଦ ଶୁଣିଥିଲେ । ବିପଦ ଆଶଙ୍କା କରି ଅନେକ ବାସିନ୍ଦା ବାହାରକୁ ଚାଲି ଯାଇଥିଲେ । ଆଉ କିଛି ସେଠାରୁ ବାହାରି ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରୁଥିବାବେଳେ କୋଠାର ‘ବି’ ୱିଙ୍ଗ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଭଗ୍ନାବଶେଷ ଭିତରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଏକ ବଡ଼ଧରଣ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (ଏନ୍‌ଡିଆର୍‌ଏଫ୍‌), ଥାଣେ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ଓ ସ୍ଥାନୀୟ ଅଗ୍ନିଶମ ବିଭାଗର ଦଳ ଏହି କାର୍ଯ୍ୟରେ ସାମିଲ ଅଛନ୍ତି । ଘଟଣାସ୍ଥଳରେ ସନ୍ଧାନୀ କୁକୁର ଦଳ, ଚାରୋଟି ଅଗ୍ନିଶମ ଗାଡ଼ି, ଦୁଇଟି ଆମ୍ବୁଲାନ୍ସ ଓ ଭାରୀ ଯନ୍ତ୍ରପାତି ନିୟୋଜିତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking