42.1 C
Bhubaneswar
Saturday, April 27, 2024
Homeଅପରାଧ୯ ମାସର ଶିଶୁ ସମେତ ଘର ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର

୯ ମାସର ଶିଶୁ ସମେତ ଘର ଭିତରୁ ୫ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ବେଙ୍ଗାଲୁରୁସ୍ଥିତ ଏକ ଘରେ ଗୋଟିଏ ପରିବାରର ୫ ଜଣକ ସଦସ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହ ସହିତ ଦୁଇବର୍ଷର ନାବାଳିକା ମଧ୍ୟ ଘରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା ।
ତେବେ ଖବର ଅନୁସାରେ ନାବାଳିକା ଜଣଙ୍କ ଗତଚାରି ଦିନଧରି ଭୋକରେ ଥିଲା । ମାଗାଡି ରୋଡର ଥିଗାଲାର ପାଲିଆରେ ଥିବା ଚେତନ ସର୍କଲ ଚତୁର୍ଥ କ୍ରସର ଏକ ଘରୁ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି ।
ସୁଚନା ଅନୁଯାୟୀ ଶିଶୁଟିକୁୁ ଡାକ୍ତରଖାନାରେ ଭର୍ଭି କରାଯାଇଛି ।  ପରିବାର ଲୋକେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ଅନୁସନ୍ଧାନରୁ ଜଣାପଡିଛି ଯେ ମୃତଦେହ ପ୍ରାୟ ଚାରି ଦିନର ।
ପୋଲିସ ଅନୁଯାୟୀ ମୃତଦେହ ଘରର ବିଭିନ୍ନ କେଠାରୀରୁ ଉଦ୍ଧାର କରାଯାଇଥିଲା । ଗୋଟିଏ  କୋଠରୀରେ ଜଣେ ନଅମାସର ଶିଶୁର ମୃତଦେହ ମଧ୍ୟ  ମିଳିଥିଲା । ସେହିଭଳି ଘରର ସମସ୍ତ ଝରକା ଓ କବାଟ ବନ୍ଦ ରହିଥିଲା ।  ପୋଲିସ କମିଶର ସଜ୍ଞୀନ ଏମ ପାଟିଲ  କହିଛନ୍ତି ଯେ ସମସ୍ତ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking