36.1 C
Bhubaneswar
Saturday, May 11, 2024
Homeଅପରାଧପ୍ରଥମେ ମିଠା ଦୋକାନ ପରେ ଗହଣା ଦୋକାନରୁ କଳାକନା ବୁଲାଇଲେ ଲୁଟେରା

ପ୍ରଥମେ ମିଠା ଦୋକାନ ପରେ ଗହଣା ଦୋକାନରୁ କଳାକନା ବୁଲାଇଲେ ଲୁଟେରା

ଭଦ୍ରକ : ପୁଲିସ୍‌କୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ଲୁଟେରା। ପ୍ରଥମେ ସେମାନେ ଶପିଂ କମ୍ପ୍ଲେକ୍ସରେ ଦୋକାନ କରିଥିବା ଜଣେ ମିଠା ଦୋକାନୀଙ୍କ ହାତ ଗୋଡ଼ ବାନ୍ଧି ଟଙ୍କା ଲୁଟ କରିଥିଲେ।ଏହାପରେ କମ୍ପ୍ଲେକ୍ସରେ ଥିବା ଗୋଟିଏ ସୁନା ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇ ଚମ୍ପଟ ମାରିଥିଲେ। ବେଶ କିଛି ସମୟ ଧରି କମ୍ପ୍ଲେକ୍ସ ଭିତରେ ଲୁଟେରାଙ୍କ ଆତଙ୍କରାଜ ଚାଲିଥିଲେ ହେଁ ପୁଲିସ୍‌ ସେଠାରେ ପହଞ୍ଚି ପାରି ନଥିଲା। ଏପରି ଏକ ଘଟଣା ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନରେ ଥିବା ଚୁଡ଼ାକୁଟି ବଜାରରେ ଦେଖିବାକୁ ମିଳିଛି। ଏଠାରେ ଥିବା ଜଗା କାଳିଆ ଜୁଏଲାରୀରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଛି।ଏନେଇ ଜୁଏଲାରୀ ମାଲିକ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି। ସେହିପରି ମିଠା ଦୋକାନୀଙ୍କୁ ଆକ୍ରମଣ ଘଟଣାରେ ମଧ୍ୟ ଗୋଟିଏ ମାମଲା ହୋଇଛି। ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁସାରେ, ଚୁଡ଼ାକୁଟି ବଜାରରେ ଥିବା ପୋଇ ମାର୍କେଟ କମ୍ପ୍ଲେକ୍ସରେ ରବୀନ୍ଦ୍ର କୁଣ୍ଡୁ ଦୀର୍ଘ ଦିନ ହେବ ସୁନା ଦୋକାନ କରିଥିଲେ। ଗତକାଲି ରାତିରେ ୪ଜଣ ଦୁର୍ବୁତ୍ତ ପ୍ରଥମେ ସେହି କମ୍ପ୍ଲେକ୍ସରେ ଥିବା ମିଠା ଦୋକାନୀଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ।ଏହାପରେ ସେମାନେ ତାଙ୍କର ହାତ ଗୋଡ଼ ବାନ୍ଧି ପକାଇ ଦେବା ସହିତ ୨୨ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ପରେ ସେହି କମ୍ପ୍ଲେକ୍ସରେ ଥିବା ଏକ ଜୁଏଲାରୀ ଦୋକାନର ଶଟର କାଟି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking