17.1 C
Bhubaneswar
Thursday, January 9, 2025
Homeଘଟଣାବଳୀ-୨୦୨୨ମହାକାଶ ଗବେଷଣାରେ ଐତିହାସିକ ଦିନ ଥିଲା ନଭେମ୍ବର ୧୮; ପ୍ରଥମ ଥର ଶ୍ରୀହରିକୋଟାରୁ ଲଞ୍ଚ ହେଲା...

ମହାକାଶ ଗବେଷଣାରେ ଐତିହାସିକ ଦିନ ଥିଲା ନଭେମ୍ବର ୧୮; ପ୍ରଥମ ଥର ଶ୍ରୀହରିକୋଟାରୁ ଲଞ୍ଚ ହେଲା ପ୍ରାଇଭେଟ ରକେଟ

ନୂଆଦିଲ୍ଲୀ: ୨୦୨୨ ମସିହାର ନଭେମ୍ବର ୧୮ ତାରିଖ ଥିଲା ଭାରତର ମହାକାଶ ଗବେଷଣା ପାଇଁ ଏକ ଐତିହାସିକ ଦିନ । କାରଣ ଏହି ଦିନ ହିଁ ମହାକାଶ ବିଜ୍ଞାନ ଗବେଷଣା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ । ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ସଫଳତାର ସହ ଉତକ୍ଷେପଣ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରୀକୋଟାରୁ ଏହି ରକେଟ ଲଞ୍ଚ କରିଛି ଭାରତ । ଏହାଦ୍ୱାରା ଭବିଷ୍ୟତରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସହାୟତାରେ ଅଧିକରୁ ଅଧିକ ସାଟେଲାଇଟ ଲଞ୍ଚ କରିବା ସମ୍ଭବ ହେବ । ଅର୍ଥାତ ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ ପରି ଭାରତ ଏବେ ଘରୋଇ ରକେଟ୍ ଉଡ଼ାଣ ଭରି ପାରିବ ।

ଭାରତର ପ୍ରସିଦ୍ଧ ବୈଜ୍ଞାନିକ ତଥା ଇସ୍ରୋର ସଂସ୍ଥାପକ ଡ. ବିକ୍ରମ ସାରାଭାଇଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି । ଏହାକୁ ‘ମିସନ ପ୍ରାରମ୍ଭ’ର ନାମ ଦିଆଯାଇଛି । ତେବେ ପ୍ରଥମ ଥର ପାଇଁ ପ୍ରାଇଭେଟ ସ୍ପେସ କମ୍ପାନୀ ଭାବରେ ସ୍କାଏରୁଟ ଦେଶରେ ରକେଟ୍ ଲଞ୍ଚ କରାଯାଇଛି ବିକ୍ରମ-ଏସ । ଯାହା ଏକ ଇତିହାସ ସୃଷ୍ଟି କରିଛି । ଏହି ବିକ୍ରମ-ଏସ ରକେଟକୁ ସିଙ୍ଗଲ ଷ୍ଟେଜର ସବ୍-ଅର୍ବିଟାଲ ଭେହିକିଲ ବୋଲି କହିଛନ୍ତି ସ୍କାଏରୁଟର ସିଇଓ ତଥା ସହ ସଂସ୍ଥାପକ ନାଗା ଭରତ ଡାକା । ଲଞ୍ଚିଙ୍ଗ ସମୟରେ ଏହି ରକେଟ୍ ସହ ପରୀକ୍ଷା ପାଇଁ ୩ଟି କମର୍ସିଆଲ ପେଲୋଡ୍ସ ମଧ୍ୟ ପଠାଯିବ । ତେବେ ଏଥିରେ ସଫଳତା ମିଳିଲେ ପ୍ରାଇଭେଟ ସ୍ପେସ କମ୍ପାନୀର ରକେଟ୍ ଲଞ୍ଚିଙ୍ଗ ମାମଲାରେ ଭାରତ ଦୁନିଆର ଅଗ୍ରଣୀ ଦେଶମାନଙ୍କ ତାଲିକାରେ ସାମିଲ ହେବ ।

ପ୍ରଥମ ଥର ପାଇଁ ଦେଶର ଏକ ଘରୋଇ ସ୍ପେସ କମ୍ପାନୀ ଦ୍ୱାରା ନିର୍ମିତ ହୋଇଥିବା ରକେଟ ବିକ୍ରମ-ଏସ ସଫଳତାର ସହିତ ଉତକ୍ଷେପଣ ହୋଇଛି । ଏହି ମହାକାଶ ପ୍ରୋଗ୍ରାମ ଦ୍ୱାରା ଭାରତକୁ ଏକ ବଡ଼ ସଫଳତା ମିଳିଛି । ଶ୍ରୀହରୀକୋଟା ସ୍ଥିତ ସତୀଶ ଧାବନ ସ୍ପେସ ସେଣ୍ଟର ଆଜି ସକାଳ ୧୧.୩୦ରେ ମହାକାଶ ଦୁନିଆରେ ଏକ ନୂଆ ଇତିହାସ ଲେଖିବାରେ ସକ୍ଷମ ହୋଇଥିଲା । ହାଇଦ୍ରାବାଦର ଘରୋଇ ମହାକାଶ କମ୍ପାନୀ ସ୍କାଇରୁଟ ଏରୋସ୍ପେସର ରକେଟ ବିକ୍ରମ-ଏସ ଉଡ଼ାଣ ଭରିଥିଲା । ଶବ୍ଦର ବେଗଠାରୁ ପାଞ୍ଚଗୁଣ ଅଧିକ ସ୍ପିଡ ଅର୍ଥାତ ହାଇପରସୋନିକ ସ୍ପିଡରେ ରକେଟ ମହାକାଶ ଅଭିମୁଖେ ଯାତ୍ରା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking