27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପ୍ରଥମ ଭାରତୀୟ ଅନ୍ତରିକ୍ଷ ପର୍ଯ୍ୟଟକ - ଗୋପୀଚାନ୍ଦ ଥୋଟାକୁରା

ପ୍ରଥମ ଭାରତୀୟ ଅନ୍ତରିକ୍ଷ ପର୍ଯ୍ୟଟକ – ଗୋପୀଚାନ୍ଦ ଥୋଟାକୁରା

ଭୁବନେଶ୍ଵର: ଇତିହାସ ରଚିବେ ଗୋପୀଚାନ୍ଦ ଥୋଟାକୁରା।  ପ୍ରଥମ ଥର ପାଇଁ ଭାରତୀୟ ପର୍ଯ୍ୟଟକ ଭାବେ ସେ ମହାକାଶକୁ ଯାତ୍ରା କରିବେ । ଯାହାକୁ ନେଇ ଗୋପିନାଥ ଏବେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ଗୋପୀଚାନ୍ଦ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସ୍ପେସ୍ କମ୍ପାନୀ ବ୍ଲୁ ଅରିଜିନର ନ୍ୟୁ ଶେଫର -୨୫ (ଏନ୍ଏସ୍-୨୫) ମିଶନ୍ ପାଇଁ ଚାଳକ ଦଳ ଭାବେ ମହାକାଶକୁ ଯାତ୍ରା କରିବେ। ସେ କେବେ ମହାକାଶକୁ ଯାତ୍ରା କରିବେ , ତାହା ଯଦିଓ ବର୍ତ୍ତମାନ ପର‌୍ୟ୍ୟନ୍ତ ଜଣାପଡିନାହିଁ । କିନ୍ତୁ ଖୁବ୍ ଶୀଘ୍ର ତାରିଖ ଘୋଷଣା ହେବ। ଗୋପି ହେଉଛନ୍ତି ଜଣେ ପାଇଲଟ ଏବଂ ଏଭିଏଟର୍। ସେ ଗାଡି ଚଳାଇବା ପୂର୍ବରୁ ବିମାନ ଚଳାଇବା ଶିଖିଥିଲେ। ନିକଟରେ ସେ ମାଉଣ୍ଟ କିଲିମଞ୍ଜାରୋ ଶିଖରକୁ ମଧ୍ୟ ଯାଇଥିଲେ । ତେବେ ମହାକାଶ ମିଶନ ପାଇଁ ଚୟନ ହେବା ପରେ ଗୋପୀ କହିଛନ୍ତି ବ୍ଲୁ ଅରିଜିନର ଟ୍ୟାଗଲାଇନ୍ ହେଉଛି ପୃଥିବୀର ଲାଭ ପାଇଁ ଏବଂ ପୃଥିବୀର ସୁରକ୍ଷା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ୍। ଏହି ଯାତ୍ରା ପାଇଁ ୬ ଜଣଙ୍କୁ ବଛା ଯାଇଥିବାବେଳେ ଗୋପୀ ସେମାନଙ୍କ ମଧ୍ୟରୁ ଜଣେ ହୋଇଥିବାରୁ ସେ ବେଶ୍ ଗର୍ବ ଅନୁଭବ କରୁଛନ୍ତି। ଭାରତୀୟ ବାୟୁସେନାର ପୂର୍ବତନ ପାଇଲଟ୍ ଓ୍ବିଙ୍ଗ କମାଣ୍ଡର ରାକେଶ ଶର୍ମା ୧୯୮୪ ମସିହାରେ ମହାକାଶକୁ ଯାତ୍ରା କରିଥିବା ପ୍ରଥମ ଭାରତୀୟ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking