32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗନର୍ଲା ଅଗ୍ନିଶମ ସେବା ବିଭାଗ ଷ୍ଟେସନ ଅଧିକାରୀ ଭିଜିଲାନ୍ସ ଜାଲରେ

ନର୍ଲା ଅଗ୍ନିଶମ ସେବା ବିଭାଗ ଷ୍ଟେସନ ଅଧିକାରୀ ଭିଜିଲାନ୍ସ ଜାଲରେ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ନର୍ଲା ଅଗ୍ନିଶମ ବିଭାଗର ଷ୍ଟେସନ ଅଧିକାରୀ ଅନୁପମ ବାଗ ଭିଜିଲାନ୍ସ ହାତରେ ଧରାପଡ଼ିଲେ । ଖବର ମୁତାବକ,ଛତିକୁଡ଼ା ଗ୍ରାମର ବରୁଣ ସାହୁ ନାମକ ବ୍ୟକ୍ତିଙ୍କ କାର ୧୭/୦୯/୨୦୨୦ ତାରିଖରେ ରାତ୍ର 12 ଘଣ୍ଟା ସମୟରେ ପୋଡିଯାଇଥିଲା ଏବଂ ନର୍ଲା ଅଗ୍ନିସମ ବିଭାଗ ଆସି ନିଆଁକୁ ଲିଭାଇ ଥିଲା। ଏହି ଘଟଣା କୁ ନେଇ କାର ଇନ୍ସୁରାନ୍ସ ସାର୍ଟିଫିକେଟ କରାଇବା ପାଇଁ ବରୁଣ ସାହୁ ନର୍ଲା ଅଗ୍ନିସମ ବିଭାଗ ଅଧିକାରୀ ଅନୁପମ ବାଗଙ୍କ ଦ୍ୱାରସ୍ଥ ହୋଇଥିଲେ। ସାର୍ଟିଫିକେଟ ଦେବା ନାମରେ ୪000 ଟଙ୍କା ଲାଞ୍ଚ ମାଗିଥିଲେ । ଏହାକୁ ନେଇ ଭିଜିଲାନ୍ସର ସହାୟତା ନେଇଥିଲେ ବରୁଣ ସାହୁ। ୨୩ ତାରିଖ ୧୨ ଘଣ୍ଟା ସମୟରେ ଭବାନୀପାଟଣା DSP ସତ୍ୟବାନ ମହାନନ୍ଦ ଙ୍କ ନେତୃତ୍ୱରେ ଏକ ଟିମ ପୂର୍ବ ଯୋଜନା ମୁତାବିକ 4000 ଟଙ୍କା ବରୁଣ ସାହୁ ଅଫିସ ରେ ଅଗ୍ନି ସେବା ଅଧିକାରୀଙ୍କୁ ଦେବା ସମୟରେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ। ତାଙ୍କୁ ଅଧିକ ପଚରା ଉଚାରା ପାଇଁ ଭବାନୀପାଟଣା ଭିଜିଲାନ୍ସ ବିଭାଗକୁ ନେଇଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking