27.1 C
Bhubaneswar
Friday, May 23, 2025
Homeଦେଶ ବିଦେଶକରାଚୀ ସପିଙ୍ଗ୍‌ ମଲ୍‌ରେ ଅଗ୍ନିକାଣ୍ଡ; ଅନ୍ୟୂନ ୧୧ଜଣ ଜୀବନ୍ତ ଦଗ୍ଧ, ଅନେକ ଫସି ରହିଥିବା ଆଶଙ୍କା

କରାଚୀ ସପିଙ୍ଗ୍‌ ମଲ୍‌ରେ ଅଗ୍ନିକାଣ୍ଡ; ଅନ୍ୟୂନ ୧୧ଜଣ ଜୀବନ୍ତ ଦଗ୍ଧ, ଅନେକ ଫସି ରହିଥିବା ଆଶଙ୍କା

କରାଚୀ : ଆଜି ପାକିସ୍ତାନର କରାଚୀରେ ଥିବା ଏକ ବହୁତଳବିଶିଷ୍ଟ ସପିଙ୍ଗ୍‌ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାରୁ ଅନ୍ୟୂନ ୧୧ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ଏବଂ ଆହୁରି ଅନେକ ଜ୍ବଳନ୍ତ ମଲ୍‌ରେ ଫସି ରହିଥିବା ଆଶଙ୍କା କରାଯାଉଥିବା କଥା ‘ଜିଓ ନିଉଜ୍’ ରିପୋର୍ଟ କରିଛି।ସ୍ଥାନୀୟ ସମ୍ବାଦ ପ୍ରସାରଣକାରୀ ସଂସ୍ଥାନ ‘ଜିଓ ନିଉଜ୍‌’ କହିଛି, କରାଚୀର ରଶିଦ୍‌ ମିନ୍‌ହାସ୍‌ ରୋଡ୍‌ରେ ଥିବା ‘ଆର୍‌.ଜେ. ସପିଙ୍ଗ୍‌ ମଲ୍‌’ରେ ଆଜି ବଡ଼ି ସକାଳୁ ଏହି ଅଗ୍ନିକାଣ୍ଡ ଘଟିଛି। ଦମକଳ ବାହିନୀ ପ୍ରାୟ ୫୦ଜଣଙ୍କୁ ଉଦ୍ଧାର କରିଛି, କିନ୍ତୁ ଆହୁରି ଅନେକ ଲୋକ ମଲ୍‌ ଭିତରେ ଫସି ରହିଛନ୍ତି। ସେମାନଙ୍କୁ ନିରାପଦ ସ୍ଥାନକୁ ଆଣିବା ଲାଗି ପ୍ରୟାସ ଜାରି ରହିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। ଭିତରେ ଅନେକ ଲୋକ ଫସି ରହିଥିବା କଥା ଜ୍ବଳନ୍ତ ମଲ୍‌ରୁ ଉଦ୍ଧାର କରାଯାଇଥିବା ରୌଫ୍‌ ହମିଦ୍‌ ନାମରେ ଜଣେ ବ୍ୟକ୍ତି ‘ଜିଓ ନିଉଜ୍‌’କୁ କହିଛନ୍ତି। ସେ କହିଛନ୍ତି, ନିଆଁ ବ୍ୟାପିବା ବେଳେ ଆମେ ଗୋଟାଏ ‘ସେଫ୍‌ ରୁମ୍‌’ ଆଡ଼କୁ ଧାଇଁ ଯାଇ ଜୀବନ ବଞ୍ଚାଇଲୁ। ଏତେ ବହଳ ଧୂଆଁ ଉଠୁଥିଲା ଯେ, କ’ଣ କୁଆଡ଼େ ହେଉଛି ଆମେ ଜାଣି ପାରୁ ନ ଥିଲୁ।ମୃତ୍ୟୁସଂଖ୍ୟା ବିଷୟରେ କରାଚୀ ମେୟର୍‌ ମୁର୍ତାଜ୍‌ ୱାହାବ୍‌ ‘ଏକ୍ସ୍‌’ କରି ସୁନିଶ୍ଚିତ କରିଛନ୍ତି। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଅଗ୍ନିକାଣ୍ଡରେ ଆହତ ହୋଇଥିବା କେତେ ଜଣ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ବୋଲି ମଧ୍ୟ ‘ଜିଓ ନିଉଜ୍‌’ ରିପୋର୍ଟ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking