22.1 C
Bhubaneswar
Friday, January 10, 2025
Homeଓଡିଶାଶିମିଳିପାଳ ନିଆଁ: ସ୍ଥିତି ଅନୁଧ୍ୟାନ କରି ଫେରିଲେ କେନ୍ଦ୍ରୀୟ ଟିମ

ଶିମିଳିପାଳ ନିଆଁ: ସ୍ଥିତି ଅନୁଧ୍ୟାନ କରି ଫେରିଲେ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର: ଶିମିଳିପାଳରେ ଲାଗିଥିବା ନିଆଁକୁ ଅନୁଧ୍ୟାନ କରିବାକୁ ଯାଇଥିବା ଏକ ୩ ଜଣିଆ ଟିମ ଆଜି ପ୍ରତ୍ୟାବର୍ତ୍ତନ କରିଛନ୍ତି । ସୂଚନା ଅନୁଯାୟୀ ସେମାନେ ଗୁରୁବାର ଦିନ ଶିମିଳିପାଳରେ ପ୍ରଵେଶ କରିଥିଲେ। ପରେ ପ୍ରଥମେ ଠାକୁରମୁଣ୍ଡା, କରଞ୍ଜିଆ ରେଞ୍ଜ ଅଞ୍ଚଳ ପରିଦର୍ଶନ କରି ସାରି ଯଶୀପୁରରେ ଥିବା ଶିମିଳିପାଳ ଗେଟ ଦେଇ ଶିମିଳିପାଳକୁ ପ୍ରବେଶ କରିଥିଲେ । କୋର ଅଞ୍ଚଳରେ ଥିବା ଉପରବାର୍ହାକାମୁଡ଼ା ରେଞ୍ଜ, ଜେନାବିଲ ରେଞ୍ଜକୁ ଯାଇ ବିଭିନ୍ନ ସ୍ଥାନର ସ୍ଥିତି ଅନୁଧ୍ୟାନ କରିଥିଲେ । ଗୁଡୁଗୁଡ଼ିଆରେ ଥିବା ଜଙ୍ଗଲ ବିଭାଗର ଅତିଥି ଭବନରେ ରାତ୍ରି ଯାପନ କରି ଶୁକ୍ରବାର ଦିନ ସକାଳେ ସ୍ଥାନୀୟ ଲୋକଙ୍କ ସମେତ, ଇଡିସି ଓ ବନସୁରକ୍ଷା ସମିତି ମାନଙ୍କ ସହ ଆଲୋଚନା କରି ଶିମିଳିପାଳ ଦକ୍ଷିଣ ଜୋନରେ ଥିବା କୋର ଅଞ୍ଚଳ ଦେବସ୍ଥଳୀକୁ ଯାଇ ସେଠାରେ ବିଭିନ୍ନ ସ୍ଥାନ ଏବଂ ପଶୁପକ୍ଷୀ ମାନଙ୍କୁ ଦେଖିଥିଲେ। ଓଡିଶାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ଗତ କିଛି ଦିନ ହେଲା ନିଆଁର ପ୍ରକୋପ ଜାରି ରହିଛି ।

ଜଙ୍ଗଲରେ ନିଆଁର ପ୍ରକୋପ ବୃଦ୍ଧି ପାଉଥିବାବେଳେ ଆଜି କିନ୍ତୁ ଏକ ସକରାତ୍ମକ ଖବର ଆସିଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ତଥା ଇସ୍ରୋର ସାଟେଲାଇଟ ମ୍ୟାପ ଅନୁଯାୟୀ ବର୍ତ୍ତମାନ ଅଭୟାରଣ୍ୟର ନିଆଁର ପରିମାଣ ହ୍ରାସ ପାଇଛି । ଶିମିଳିପାଳ ନିଆଁ ପ୍ରକୋପକୁ ନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଟାସ୍କଫୋର୍ସ ଗଠନ କରିଥିଲେ । ଏହା ସହ ରାଜ୍ୟ ବନବିଭାଗ, ଓଡ୍ରାଫ ଏବଂ ଦମକଳ ବାହୀନିକୁ ନିୟୋଜିତ କରିଥିଲେ ସରକାର । ଶିମିଳିପାଳ ନିଆଁ ଯୋଗୁଁ ଜୈବ ବିବିଧତା ସହ ବନ୍ୟ ଜୀବଜନ୍ତୁ ଏବଂ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଉପରେ ବେଶ ପ୍ରଭାବ ପକାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking